ଶେଷ ନିଷ୍ପତ୍ତିର ଶେଷ କେବେ? ପଶ୍ଚିମ, ଦକ୍ଷିଣ ପରେ ଉତ୍ତର ଓଡ଼ିଶାରେ ଚାଷୀ ପିଇଲା ବିଷ!

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଓ ମରୁଡ଼ି ଯୋଗୁଁ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ଚାଷୀ ବିଷ ପିଇ ଆତ୍ମହତ୍ୟା କରୁଥିବା ଅଭିଯୋଗ ଆସୁଥିଲା। ଆଜି ଉତ୍ତର ଓଡିଶାର ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଥିବାରୁ ଚାଷୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବାଲିଆପାଳ ବ୍ଲକ ଭାନୁପୁର ଗାଁର ଯତୀନ୍ଦ୍ର ବିଶ୍ୱାଳ ଚଳିତ ବର୍ଷ ୩ ଏକର […]

farmer-suicide-in-balasore

Rakesh Mallick
  • Published: Sunday, 19 November 2017
  • , Updated: 19 November 2017, 04:34 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଓ ମରୁଡ଼ି ଯୋଗୁଁ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ଚାଷୀ ବିଷ ପିଇ ଆତ୍ମହତ୍ୟା କରୁଥିବା ଅଭିଯୋଗ ଆସୁଥିଲା। ଆଜି ଉତ୍ତର ଓଡିଶାର ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଥିବାରୁ ଚାଷୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ବାଲିଆପାଳ ବ୍ଲକ ଭାନୁପୁର ଗାଁର ଯତୀନ୍ଦ୍ର ବିଶ୍ୱାଳ ଚଳିତ ବର୍ଷ ୩ ଏକର ନିଜ ଜମି ଓ ୩ ଏକର ଭାଗ ଜମିରେ ଚାଷ କରିଥିଲେ। ଭଲ ଧାନ ମଧ୍ୟ ହୋଇଥିଲା। ଧାନ ଅମଳ ସମୟରେ ଦାଉ ସାଦିଲା ଦଇବ। ଅଦିନିଆବର୍ଷା ବିଲରେ କଟାଯାଇଥିବା ଧାନ ଉପରେ ବର୍ଷା ପାଣି ମାଡ଼ିଗଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ଯତୀନ୍ଦ୍ର। ଆଜି ମଧ୍ୟାହ୍ନରେ ବିଲକୁ ଯାଇ ବିଷ ପିଇଦେଇ ଥିଲେ। ଅନ୍ୟ ଚାଷୀମାନେ ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏ ସମ୍ପର୍କରେ ତହସିଲଦାର ଓ ଆର୍‌ଆଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Related story