ଚାଷୀ ଆତ୍ମହତ୍ୟାର କାରଣ ବତାଇଲେ କେନ୍ଦ୍ର କୃଷି ସଚିବ

Ordigital Desk
  • Published: Saturday, 18 November 2017
  • , Updated: 18 November 2017, 07:38 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେବଳ ଚାଷ ପାଇଁ ଚାଷୀ ଆତ୍ମହତ୍ୟା କରୁଛି କହିବା ଠିକ୍ ହେବନି। ଏଥିପାଇଁ ଅନେକ କାରଣ ଥାଇପାରେ। ତେଣୁ ସେସବୁର ତର୍ଜମା ହେବା ଆବଶ୍ୟକ। ରାଜ୍ୟରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି କେନ୍ଦ୍ର କୃଷି ସଚିବ ଶୋଭନ ପଟ୍ଟନାୟକ।</p> <p>ଭୁବନେଶ୍ୱରରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗଦେବା ଅବସରରେ ସେ କହିଛନ୍ତି-&ldquo;ଚାଷୀ ଆତ୍ମହତ୍ୟା କାରଣ ଜାଣିବାକୁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ ସଂସ୍ଥାକୁ ନିୟୋଜିତ କରିଛନ୍ତି। ଏ ସମ୍ପର୍କିତ ରିପୋର୍ଟ ଆସିବା ପରେ ଆବଶ୍ୟକ ପଡ଼ିଲେ ପଲିସି ପରିବର୍ତ୍ତନ କରାଯିବ।&rdquo;</p> <p>ସେ କହିଛନ୍ତି-&ldquo;କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଧୀରେ ଧୀରେ ପାରମ୍ପରିକ କୃଷିରୁ ବ୍ୟାବସାୟିକ କୃଷି କରିବା ପାଇଁ ମନ ବଳାଉଛନ୍ତି। ଏଥିପାଇଁ ଅଧିକ ସୁଧ ହାରରେ ଋଣ ମଧ୍ୟ ନେଉଛନ୍ତି। ଯଦି କୌଣସି କାରଣରୁ ଫସଲ କ୍ଷତି ଘଟିଲା ତାହା ହେଲେ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ଏଥିସହ ଚଷୀର ଉତ୍ପାଦିତ ଦ୍ରବ୍ୟର ମାର୍କେଟ୍ ଲିଙ୍କେଜ୍ ଉପରେ ଗୁରୁତ୍ୱ ଦିଆଯିବା ଦରକାର।&rdquo;</p>

Related story