ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସବୁ ଜିଲ୍ଲାରେ ଏତଲା ଦେବ ଚାଷୀ ସଂଗଠନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିରୀହ ଚାଷୀଙ୍କୁ ସାମୂହିକ ଭାବେ ଠକିଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୁଦ୍ଧରେ ଆସନ୍ତା ୧୬ ତାରିଖରେ ସମସ୍ତ ଜିଲ୍ଲା ଏସପିଙ୍କ ପାଖରେ ନବନିର୍ମାଣ ଚାଷୀ ସଂଗଠନ ପକ୍ଷରୁ ଏଫଆଇଆର ଦିଆଯିବ। ଆଜି ଏନେଇ ନବନିର୍ମାଣ କୃଷକ ସଂଗଠନର ନେତା ଅକ୍ଷୟ କୁମାର ସୂଚନା ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଅକ୍ଷୟ କୁମାର କହିଛନ୍ତି ଯେ, ‘କାଳିଆ’ ଯୋଜନାକୁ ଯେଭଳି ଭାବେ ବନ୍ଦ କରିଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ତାହା ରାଜ୍ୟବାସୀଙ୍କ ପ୍ରତି ଧୋକା। […]

akhaya

Manoranjan Sial
  • Published: Thursday, 05 December 2019
  • , Updated: 05 December 2019, 08:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିରୀହ ଚାଷୀଙ୍କୁ ସାମୂହିକ ଭାବେ ଠକିଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୁଦ୍ଧରେ ଆସନ୍ତା ୧୬ ତାରିଖରେ ସମସ୍ତ ଜିଲ୍ଲା ଏସପିଙ୍କ ପାଖରେ ନବନିର୍ମାଣ ଚାଷୀ ସଂଗଠନ ପକ୍ଷରୁ ଏଫଆଇଆର ଦିଆଯିବ। ଆଜି ଏନେଇ ନବନିର୍ମାଣ କୃଷକ ସଂଗଠନର ନେତା ଅକ୍ଷୟ କୁମାର ସୂଚନା ଦେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଅକ୍ଷୟ କୁମାର କହିଛନ୍ତି ଯେ, ‘କାଳିଆ’ ଯୋଜନାକୁ ଯେଭଳି ଭାବେ ବନ୍ଦ କରିଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ତାହା ରାଜ୍ୟବାସୀଙ୍କ ପ୍ରତି ଧୋକା। ନିର୍ବାଚନ ପୂର୍ବରୁ ତରବରିଆ ଭାବେ ‘କାଳିଆ’ ଯୋଜନାକୁ ରାଜ୍ୟ ସରକାର ଆରମ୍ଭ କଲେ। ସ୍ୱତନ୍ତ୍ର ଅଧ୍ୟାଦେଶ ବଳରେ ଜରୁରୀକାଳୀନ ପାଣ୍ଠିରୁ ଟଙ୍କା ଆଣି ଚାଷୀ ପରିବାର ପିଛା ବର୍ଷକୁ ୧୦ ହଜାର ଟଙ୍କା ଦେବେ ବୋଲି ବିଜ୍ଞପ୍ତି ଜାରି କଲେ। ଏପରିକି କ୍ୟାବିନେଟ୍ ଅନୁମୋଦନରେ ଗାଇଡଲାଇନ୍ ଜାରି ହେଲା ଓ ଏହି ଯୋଜନା ୩ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ। କିନ୍ତୁ ଏବେ ପିଏମ୍‌-କିଷାନ ଯୋଜନାରେ ‘କାଳିଆ’ର ମିଶ୍ରଣ କରି ଲୋକଙ୍କୁ ମାତ୍ର ୪ ହଜାର ଟଙ୍କା ରାଜ୍ୟ ସରକାର ଦେବେ ବୋଲି ନିଷ୍ପତ୍ତି ନେଲେଣି।

ତେବେ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ପିଏମ-କିଷାନ ଯୋଜନା ଅଲଗା, ରାଜ୍ୟର ଯୋଜନା ଅଲଗା। ଯଦି ଏହି ଦୁଇଟି ଯୋଜନାକୁ ମିଶ୍ରଣ କରୁଛନ୍ତି ତା’ହେଲେ ଚାଷୀ ବର୍ଷକୁ ୧୬ ହଜାର ଟଙ୍କା ପାଇବା ଦରକାର। ଚାଷୀଙ୍କୁ ଅର୍ଥକୁ କାହିଁକି କାଟିବାକୁ ସରକାର ନିଷ୍ପତ୍ତି ନେଲେ। ୩୬ ଲକ୍ଷ ଚାଷୀଙ୍କୁ ପେନସନ ଦେବାକୁ ନବନିର୍ମାଣ କୃଷକ ସଂଗଠନ ଦାବି କରିଥିଲା। କିନ୍ତୁ ସେତେବେଳେ ସରକାର ସ୍ୱତନ୍ତ୍ର ଅଧ୍ୟାଦେଶ ମାଧ୍ୟମରେ ‘କାଳିଆ’ ଯୋଜନା ଲାଗୁ କରିବା ସହ ଅର୍ଥବରାଦ କରି ଚାଷୀଙ୍କୁ ୧୦ହଜାର ଟଙ୍କା ବାର୍ଷିକ ଦେବେ ବୋଲି କହିଲେ। ୭୦ଲକ୍ଷ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ ମୁଖ୍ୟମନ୍ତ୍ରୀ ଏବେ ଓହରି ଯାଇଛନ୍ତି। ତେଣୁ ଚାଷୀଙ୍କୁ ଏଭଳି ସାମୁହିକ ଠକିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ପ୍ରଥମେ ଏଫଆଇଆର ଓ ପରେ କୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯିବ। ତା’ପରେ ଚାଷୀ ଆନ୍ଦୋଳନକୁ ରାଜ୍ୟବ୍ୟାପୀ ଜନଆନ୍ଦୋଳନରେ ପରିଣତ କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି।

Related story