ଟୋକନ ଟେନସନରୁ ମିଳୁନି ମୁକ୍ତି, ତାତିଲେ ଚାଷୀ

ପଦ୍ମପୁର( ସୋମେଶ ଚନ୍ଦ୍ର ମହାନ୍ତି):ଟୋକନ ଟେନସନରୁ ମୁକ୍ତି ପାଉ ନାହାନ୍ତି ଚାଷୀ। ଟୋକନ ପାଇବାରୁ ବଞ୍ଚିତ ହେବାରୁ ଧାନ ବିକ୍ରି କରି ନପାରି ତାତିଲେ ବରଗଡ଼ ଜିଲ୍ଲା ପଦ୍ମପୁର ଚାଷୀ । ଉତ୍ତ୍ୟକ୍ତ ଚାଷୀ ବଏସନା ରୋଡ଼ ଲାଖମରା କଲେଜ ଛକରେ ଧାନ ବସ୍ତା ପକାଇ ରାସ୍ତାରୋକ କରିଛନ୍ତି । ଲାଖମରା ସୋସାଇଟିର ପ୍ରାୟ ୩୦୮ ଚାଷୀ ଧାନ ବିକ୍ରି ପାଇଁ ଟୋକନ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ […]

tokan-2--1

Niharika Rout
  • Published: Monday, 20 January 2020
  • , Updated: 20 January 2020, 12:44 PM IST

ପଦ୍ମପୁର( ସୋମେଶ ଚନ୍ଦ୍ର ମହାନ୍ତି):ଟୋକନ ଟେନସନରୁ ମୁକ୍ତି ପାଉ ନାହାନ୍ତି ଚାଷୀ। ଟୋକନ ପାଇବାରୁ ବଞ୍ଚିତ ହେବାରୁ ଧାନ ବିକ୍ରି କରି ନପାରି ତାତିଲେ ବରଗଡ଼ ଜିଲ୍ଲା ପଦ୍ମପୁର ଚାଷୀ । ଉତ୍ତ୍ୟକ୍ତ ଚାଷୀ ବଏସନା ରୋଡ଼ ଲାଖମରା କଲେଜ ଛକରେ ଧାନ ବସ୍ତା ପକାଇ ରାସ୍ତାରୋକ କରିଛନ୍ତି ।

ଲାଖମରା ସୋସାଇଟିର ପ୍ରାୟ ୩୦୮ ଚାଷୀ ଧାନ ବିକ୍ରି ପାଇଁ ଟୋକନ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ସେମାନେ ଏହି ସମସ୍ୟା ବାବଦରେ ଜଣାଇବା ପରେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା କହିଛନ୍ତି ଚାଷୀ  ।

Related story