ଟୋକନ୍‌ ବ୍ୟବସ୍ଥାକୁ ବିରୋଧ, କମ୍ପିଲା ବିଧାନସଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନ କିଣାରେ ଟୋକନ୍‌ ବ୍ୟବସ୍ଥା ପ୍ରଚଳନକୁ ବିରୋଧ କରୁଛନ୍ତି ଚାଷୀ। ଏହି ବ୍ୟବସ୍ଥା ପ୍ରତ୍ୟାହର ଦାବିରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଅନ୍ୟପକ୍ଷରେ ଏହାର ତାତି ଆଜି ବିଧାନସଭାରେ ଦେଖିବାକୁ ମିଳିଛି। ଗୃହ ମଧ୍ୟଭାଗକୁ କଂଗ୍ରେସ ବିଧାୟକମାନେ ଆସି ହୋ-ହଲ୍ଲା କରିଥିଲେ। ଧାନ କିଣାରେ ଟୋକନ ବ୍ୟବସ୍ଥା ପ୍ରଚଳନ ବିରୋଧରେ ତେଜୁଛି ଚାଷୀ ଅସନ୍ତୋଷ। ଏହି ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ। ସମ୍ବଲପୁରରେ ଶତାଧିକ ଚାଷୀ ୩ […]

farmer-protest-infront-of-sambalpur-collecters-office

Manoranjan Sial
  • Published: Monday, 18 November 2019
  • , Updated: 18 November 2019, 04:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନ କିଣାରେ ଟୋକନ୍‌ ବ୍ୟବସ୍ଥା ପ୍ରଚଳନକୁ ବିରୋଧ କରୁଛନ୍ତି ଚାଷୀ। ଏହି ବ୍ୟବସ୍ଥା ପ୍ରତ୍ୟାହର ଦାବିରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଅନ୍ୟପକ୍ଷରେ ଏହାର ତାତି ଆଜି ବିଧାନସଭାରେ ଦେଖିବାକୁ ମିଳିଛି। ଗୃହ ମଧ୍ୟଭାଗକୁ କଂଗ୍ରେସ ବିଧାୟକମାନେ ଆସି ହୋ-ହଲ୍ଲା କରିଥିଲେ।

ଧାନ କିଣାରେ ଟୋକନ ବ୍ୟବସ୍ଥା ପ୍ରଚଳନ ବିରୋଧରେ ତେଜୁଛି ଚାଷୀ ଅସନ୍ତୋଷ। ଏହି ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ। ସମ୍ବଲପୁରରେ ଶତାଧିକ ଚାଷୀ ୩ ଟ୍ରାକ୍ଟର ଧାନ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ-ଚାଷୀ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଆସନ୍ତା କାଲିଠାରୁ ଜିଲ୍ଲାର ସମସ୍ତ ବିଧାୟକଙ୍କ ଘର ଆଗରେ ମଧ୍ୟ ଧାନ ଢାଳି ପ୍ରତିବାଦ କରିବେ ବୋଲି ଚାଷୀମାନେ ନିଷ୍ପତ୍ତି ନେଇଛନ୍ତି।

ସେପଟେ ଆଜି ଅତାବିରା ତହସିଲ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ଓ ଚାଷୀଙ୍କ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଛି। ଟୋକନ୍‌ ବ୍ୟବସ୍ଥା ପୂରା ପ୍ରତ୍ୟାହାର ପାଇଁ ଚାଷୀମାନେ ଦାବି କରିଥିବା ବେଳେ ଉପଜିଲ୍ଲାପାଳ କହିଛନ୍ତି, ଏ ସଂପର୍କରେ ସେ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ। ଏଥିରେ ଅସନ୍ତୁଷ୍ଟ ହୋଇ ଉତ୍ତ୍ୟକ୍ତ ଚାଷୀ ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ।

ଧାନ ସଂଗ୍ରହରେ ଟୋକନ ସମସ୍ୟାକୁ ନେଇ ବିଧାନସଭାରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ। ବିଧାୟକ ତାରା ପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂହ ସାଲୁଜା ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ହଟ୍ଟଗୋଳ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ ୩ଟା ଯାଏଁ ମୁଲତବୀ କରିଥିଲେ। ତେବେ ଅପରାହ୍ନ ୩ଟା ପରେ ଗୃହ ସ୍ୱାଭାବିକ ହୋଇଛି।

Related story