ଟୋକନକୁ ବିରୋଧ କରୁଥିବା ଚାଷୀ ଏବେ ଟୋକନ ଦାବି କରୁଛନ୍ତି

ସମ୍ବଲପୁର (ସଞ୍ଜୟ ଜେନା): ସମ୍ବଲପୁରରେ ଟୋକନ ତାତି ଧମିବା ନାଁ ଧରୁନି। ପ୍ରଥମେ ଟୋକନ ବ୍ୟବସ୍ଥାକୁ ବିରୋଧ କରୁଥିବା ଚାଷୀ ଏବେ ଟୋକନ ମିଳିଲେ ହିଁ ଧାନ ବିକିବେ ବୋଲି ଜିଦ୍‌ରେ ଅଡ଼ି ବସିଛନ୍ତି। ଟୋକନ ନ ମିଳିଲେ ଗୋଟିଏ ବି  ଧାନ ବସ୍ତା ଛାଡ଼ିବେ ନାହିଁ ବୋଲି ସଫା ସଫା କହି ଦେଇଛନ୍ତି। ଏଥିଯୋଗୁ  ସମ୍ବଲପୁରର ବିଭିନ୍ନ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଚାଉଁରପୁର ମଣ୍ଡିରୁ ଧାନ ଉଠିପାରୁନି  । ଚାଉଁରପୁର […]

tokan-2-1

tokan-2-1

Niharika Rout
  • Published: Saturday, 23 November 2019
  • Updated: 23 November 2019, 02:28 PM IST

Sports

Latest News

ସମ୍ବଲପୁର (ସଞ୍ଜୟ ଜେନା): ସମ୍ବଲପୁରରେ ଟୋକନ ତାତି ଧମିବା ନାଁ ଧରୁନି। ପ୍ରଥମେ ଟୋକନ ବ୍ୟବସ୍ଥାକୁ ବିରୋଧ କରୁଥିବା ଚାଷୀ ଏବେ ଟୋକନ ମିଳିଲେ ହିଁ ଧାନ ବିକିବେ ବୋଲି ଜିଦ୍‌ରେ ଅଡ଼ି ବସିଛନ୍ତି। ଟୋକନ ନ ମିଳିଲେ ଗୋଟିଏ ବି  ଧାନ ବସ୍ତା ଛାଡ଼ିବେ ନାହିଁ ବୋଲି ସଫା ସଫା କହି ଦେଇଛନ୍ତି। ଏଥିଯୋଗୁ  ସମ୍ବଲପୁରର ବିଭିନ୍ନ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଚାଉଁରପୁର ମଣ୍ଡିରୁ ଧାନ ଉଠିପାରୁନି  ।

ଚାଉଁରପୁର ମଣ୍ଡିକୁ ଆସିଥିବା ଚାଷୀ ବିନା ଟୋକନରେ ଧାନ ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଟୋକନ ନଥିଲେ  କେବେ ଓ କିପରି ଟଙ୍କା ମିଳିବ ସେ ନେଇ  ପ୍ରଶ୍ନ ଉଠାଇଛନ୍ତି । ମଣ୍ଡିକୁ ଧାନ ଆଣୁଥିବା ଚାଷୀମାନଙ୍କୁ ତତ୍‌କ୍ଷଣାତ୍ ଟୋକନ ଦେବାକୁ ସେମାନେ ଦାବି କରିଛନ୍ତି । ଚାଉଁରପୁର ମଣ୍ଡିରେ ୫୬୦ ଚାଷୀ ରେଜିଷ୍ଟ୍ରି କରିଛନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ କେବଳ ୯ ଜଣଙ୍କୁ ଛାଡ଼ି ଅନ୍ୟମାନଙ୍କୁ ଟୋକନ ମିଳି ପାରିନି।  ତେଣୁ ସମସ୍ତଙ୍କୁ ଟୋକନ ପ୍ରଦାନ କରା ନ ଯିବା ପର୍ଯ୍ୟନ୍ତ କେହି ବି ଚାଷୀ ଧାନ ବିକିବେ ନାହିଁ ବୋଲି ଜଣାଇ ଦେଇଛନ୍ତି।

ଏହାପୂର୍ବରୁ ଟୋକନ ନଥିବା ଚାଷୀଙ୍କ ଧାନ ଗ୍ରହଣ କରାଯାଉନଥିବାରୁ ସମ୍ବଲପୁରର ବିଭିନ୍ନ ସ୍ଥାନରେ ତାତି ଥିଲେ ଚାଷୀ। ଏଥିନେଇ ଚାଷୀମାନେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos