ଝିଅର ଆକୁଳ ନିବେଦନ: ସୈତାନୀ ବାପାକୁ ଦଣ୍ଡ ଦିଆଯାଉ

ବଲାଙ୍ଗିର: ସିନ୍ଦୂର ସାଜିଲା ସୈତାନ। ଯେଉଁ ସ୍ୱାମୀ ଦିନେ ମଥାରେ ସିନ୍ଦୁର ପିନ୍ଧାଇଥିଲା। ସେହି ସ୍ୱାମୀ ନେଲା ପତ୍ନୀର ଜୀବନ। ଏପରି ଲୋମ ହର୍ଷଣକାରୀ ଘଟଣା ବଲାଙ୍ଗିର ଜିଲ୍ଲା ବାରପୁଡୁଗିଆ ଗାଁରେ ଘଟିଛି। ଏହି ଘଟଣା ଏବେ ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି। ସୈତାନ ବାପାକୁ ମିଳୁ ସଜ୍ଜା। ମା’ ହତ୍ୟାକାରୀ ବାପାକୁ ମିଳୁ କଡ଼ାଦଣ୍ଡ। ବାପା ବିରୋଧରେ ଇଏ ହେଉଛି ଜଣେ ଝିଅର ନିବେଦନ। କାରଣ ଝିଅ ଦେଖିଛି ବାପାର ସୈତାନୀ ରୂପ। ନିଜ […]

crime -in-bolangre

Rakesh Mallick
  • Published: Wednesday, 09 August 2017
  • , Updated: 09 August 2017, 08:41 PM IST

ବଲାଙ୍ଗିର: ସିନ୍ଦୂର ସାଜିଲା ସୈତାନ। ଯେଉଁ ସ୍ୱାମୀ ଦିନେ ମଥାରେ ସିନ୍ଦୁର ପିନ୍ଧାଇଥିଲା। ସେହି ସ୍ୱାମୀ ନେଲା ପତ୍ନୀର ଜୀବନ। ଏପରି ଲୋମ ହର୍ଷଣକାରୀ ଘଟଣା ବଲାଙ୍ଗିର ଜିଲ୍ଲା ବାରପୁଡୁଗିଆ ଗାଁରେ ଘଟିଛି। ଏହି ଘଟଣା ଏବେ ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି।

ସୈତାନ ବାପାକୁ ମିଳୁ ସଜ୍ଜା। ମା’ ହତ୍ୟାକାରୀ ବାପାକୁ ମିଳୁ କଡ଼ାଦଣ୍ଡ। ବାପା ବିରୋଧରେ ଇଏ ହେଉଛି ଜଣେ ଝିଅର ନିବେଦନ। କାରଣ ଝିଅ ଦେଖିଛି ବାପାର ସୈତାନୀ ରୂପ। ନିଜ ଆଖି ଆଗରେ ମା’ଙ୍କୁ ବର୍ବର ଓ ବିଭତ୍ସ ଭାବେ ହତ୍ୟା କରିଥିଲେ ବାପା।

ଆଜି ଭୋର୍‌ ଘଟିଛି ଏହି ହତ୍ୟାକାଣ୍ଡ। ସମବାୟ ସମିତି କାର୍ଯ୍ୟାଳୟରେ ରାତ୍ରୀ ଜଗୁଆଳି ଭାବେ କାମ କରୁଥିବା ଗଣେଶ ଓ ପତ୍ନୀ ଗୌରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗଣେଶ ତାଙ୍କ ପତ୍ନୀ ଗୌରୀଙ୍କୁ ଟାଙ୍ଗିଆରେ ହାଣି ପକାଇଥିଲେ। ବହୁ ଚେଷ୍ଟା କଲେ ମଧ୍ୟ ବଡ଼ଝିଅ ରିଙ୍କି ତାଙ୍କ ମା’ଙ୍କୁ ବଞ୍ଚାଇ ପାରିନଥିଲେ। ନିଜର ଆଖି ଆଗରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟଳି ପଡ଼ିଥିଲା ଗୌରୀ। ନାରକୀୟ କାଣ୍ଡ ଘଟାଇବା ପାଇବା ପରେ ପୋଲିସ ଗିରଫ କରିଛି ଗଣେଶକୁ। ଏବେ ରିଙ୍କି ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି।

Related story