ରଜରେ ପୁଅକୁ ପିଟି ପିଟି ମାରିଦେଲେ ବାପା, ସାବତ ମା’

ପାରାଦୀପ(ରମାକାନ୍ତ ନାୟକ): ରଜରେ ପୁଅ ଡ୍ରେସ କିଣି ଟଙ୍କା ଖର୍ଚ୍ଚ କରିଦେବାରୁ ରାଗିଗଲେ ବାପା ଓ ସାବତ ମା’ । ଏହି ଘଟଣା ଧୀରେ ଧୀରେ ଉଗ୍ର ରୂପ ନେବାରୁ ଉଭୟ ବାପା ଓ ସାବତ ମା’ ପହିଲି ରଜରେ ପୁଅକୁ ପିଟି ପିଟି ମାରିଦେଲେ। ଏପରି ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲା ପାରାଦୀପ ଅଭୟଚାନ୍ଦପୁର ଥାନା ତ୍ରିଲୋଚନପୁରରେ ଘଟିଛି । ମୃତକ ହେଲେ ୧୫ ବର୍ଷୀୟ ରାହୁଲ ବେହେରା । ନାତିକୁ ବାପା ଓ ସାବତ […]

minor-boy

minor-boy

Niharika Rout
  • Published: Wednesday, 15 June 2022
  • Updated: 16 June 2022, 09:15 AM IST

ପାରାଦୀପ(ରମାକାନ୍ତ ନାୟକ): ରଜରେ ପୁଅ ଡ୍ରେସ କିଣି ଟଙ୍କା ଖର୍ଚ୍ଚ କରିଦେବାରୁ ରାଗିଗଲେ ବାପା ଓ ସାବତ ମା’ । ଏହି ଘଟଣା ଧୀରେ ଧୀରେ ଉଗ୍ର ରୂପ ନେବାରୁ ଉଭୟ ବାପା ଓ ସାବତ ମା’ ପହିଲି ରଜରେ ପୁଅକୁ ପିଟି ପିଟି ମାରିଦେଲେ। ଏପରି ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲା ପାରାଦୀପ ଅଭୟଚାନ୍ଦପୁର ଥାନା ତ୍ରିଲୋଚନପୁରରେ ଘଟିଛି । ମୃତକ ହେଲେ ୧୫ ବର୍ଷୀୟ ରାହୁଲ ବେହେରା ।

ନାତିକୁ ବାପା ଓ ସାବତ ମା’ ପିଟି ପିଟି ହତ୍ୟା କରିଥିବା ନେଇ ମୃତକଙ୍କ ଅଜା ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୁଲିସ୍‌ ରାହୁଲଙ୍କ ବାପା ମକର ବେହେରା ଓ ମା’ କୁନି ବେହେରାଙ୍କୁ ପଚରାଉଚରା କରୁଛି। ହେଲେ ମୃତକଙ୍କ ବାପା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ସାହି ପଡ଼ିଶାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ରାହୁଲଙ୍କ ମା’ ଦୀର୍ଘ ୧୦ ବର୍ଷ ତଳେ ଆଖି ବୁଜି ଦେଇଥିଲେ। ସେତେବେଳେ ପତ୍ନୀ ହତ୍ୟା ମାମଲାରେ ଜେଲ୍‌ ଯାଇଥିଲେ ମକର ବେହେରା । ଜେଲ୍‌ରୁ ଫେରି ସେ କୁନି ବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ବାପା ଓ ସାବତ ମା’ ମିଶି ରାହୁଲଙ୍କୁ ବହୁତ ହଇରାଣ କରୁଥିଲେ। ଏଥିରେ ଅତିଷ୍ଠ ରାହୁଲ ବିଭିନ୍ନ ସମୟରେ ଛୋଟ ଛୋଟ କାମ କରି ନିଜ ଖର୍ଚ୍ଚ ଉଠାଉଥିଲେ।

ଗତକାଲି ରଜ ଥିବା ବେଳେ ନିଜ ଟଙ୍କାରେ ଡ୍ରେସ କିଣି ଆଣି ପିନ୍ଧିଥିଲେ ରାହୁଲ । କିନ୍ତୁ ଏହା ଦେଖି ତାଙ୍କ ବାପା ଓ ସାବତ ମା’ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ। ଏପରିକି ସେମାନ ପୁଅକୁ ପିଟାପିଟି କରିଥିବା କହିଛନ୍ତି ସାହି ପଡ଼ିଶା ଲୋକେ। ଏହାପରେ ଆଉ ରାହୁଲକୁ କେହି ଦେଖି ନ ଥିବା ବେଳେ ଆଜି ସକାଳେ ରାହୁଲର ମୃତଦେହ ଗାଁ ସ୍କୁଲ୍ ପଛପଟ ବାଡ଼ିରେ ପଡ଼ିଥିବା ଦେଖିଥିଲେ ଗାଁ ଲୋକେ। ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଖବର ପାଇ ରାହୁଲଙ୍କ ମାମୁଁ ଘର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଭଜଣାର ମୃତ୍ୟୁ ପାଇଁ ସେମାନେ ଉଭୟ ମକର ଓ କୁନିଙ୍କୁ ଦାୟୀ କରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଉଭୟଙ୍କୁ ପଚରାଉଚୁରା କରୁଛି। ହେଲେ ରାହୁଲଙ୍କ ବାପା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ପୁଅକୁ ସାମାନ୍ୟ ଆକଟ କରିବାରୁ ସେ ଆତ୍ମହତ୍ୟା କରିଥିବା କହିଛନ୍ତି ମକର। ଏହାକୁ କିନ୍ତୁ ରାହୁଲର ମାମୁଁ ଘର ଲୋକେ ବିଶ୍ୱାସ କରିପାରୁ ନାହାନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos