ବିରୋଧୀଙ୍କ ଗାନ୍ଧି ଓ ନାଥୁରାମ୍‌ କଳିର ମଜା ନେଉଛି ଶାସକ ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତିର ପିତା ମହାତ୍ମା ଗାନ୍ଧି ଓ ତାଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେକୁ ନେଇ ବିଧାନସଭାରେ ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ। ବନ୍ଦେ ମାତରମ୍‌, ଭାରତମାତା କି ଜୟ, ଜାତୀୟ ପତାକା, RSS , ନାଥୁରାମ ଗଡ଼ସେ ଓ ମହାତ୍ମା ଗାନ୍ଧି ଆଦି ପ୍ରସଙ୍ଗ ନେଇ ଦୁଇ ବିରୋଧୀ ଦଳ ଭିତରେ କଳିର ମଜା ନେଇଛି ଶାସକ ବିଜେଡି ଦଳ। କେବଳ ଆଜି ନୁହେଁ, ଗତ ୪ରୁ ୫ ଦିନ ହେବ ଏହି […]

bishnu-and-narasingha

bishnu-and-narasingha

Manoranjan Sial
  • Published: Saturday, 03 August 2019
  • Updated: 03 August 2019, 08:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତିର ପିତା ମହାତ୍ମା ଗାନ୍ଧି ଓ ତାଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେକୁ ନେଇ ବିଧାନସଭାରେ ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ। ବନ୍ଦେ ମାତରମ୍‌, ଭାରତମାତା କି ଜୟ, ଜାତୀୟ ପତାକା, RSS , ନାଥୁରାମ ଗଡ଼ସେ ଓ ମହାତ୍ମା ଗାନ୍ଧି ଆଦି ପ୍ରସଙ୍ଗ ନେଇ ଦୁଇ ବିରୋଧୀ ଦଳ ଭିତରେ କଳିର ମଜା ନେଇଛି ଶାସକ ବିଜେଡି ଦଳ। କେବଳ ଆଜି ନୁହେଁ, ଗତ ୪ରୁ ୫ ଦିନ ହେବ ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ କଳି ଭିତରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ପାଇଁ ଆସୁନଥିବା ଯୋଗୁ ଏହା ଶାସକ ଦଳକୁ ବେଶ୍ ସୁହାଇଛି।

ଗାନ୍ଧି ଓ ଗଡ଼ସେଙ୍କୁ ନେଇ ବିଜେପି ଏବଂ କଂଗ୍ରେସର କଳିରେ ଆଜି ପୁଣି ଏକ ଅଧ୍ୟ୍ୟାୟ ଯୋଡ଼ି ହୋଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ମଧ୍ୟରେ ପୁଣି କଥା କଟାକଟି ହୋଇଛି। ଏପରିକି ଦେଶପ୍ରେମର ପ୍ରମାଣ ଦେବାକୁ ଯାଇ ଶ୍ରୀ ମିଶ୍ର ବିଧାନସଭା ଭିତରେ ‘ବନ୍ଦେ ମାତରମ’ ଓ ‘ଭାରତ ମାତା କି ଜୟ’ ବୋଲି ସ୍ଲୋଗାନ ଦେଇଥିଲେ। ଗାନ୍ଧି ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କ ବିରୋଧରେ ମୁର୍ଦ୍ଦାବାଦ ସ୍ଲୋଗାନ ଦେବାକୁ ସେ ବିଜେପିକୁ ଚ୍ୟାଲେଞ୍ଜ କରିଥିଲେ। ଗଡ଼ସେଙ୍କୁ ଭଗବାନ ଓ ଦେଶଭକ୍ତ ବୋଲି କିଏ କହୁଛି, ପଚାରିଥିଲେ ନରସିଂହ। ମୁର୍ଦ୍ଦାବାଦ ନାରା ଦେବାରେ ଅସୁବିଧା ନାହିଁ ବୋଲି ବିଜେପି ସଦସ୍ୟମାନେ କହିଥିଲେ ମଧ୍ୟ ନାଥୁରାମଙ୍କ ବିରୋଧରେ କିନ୍ତୁ ପଦୁଟିଏ କହି ନଥିଲେ ବିରୋଧୀ ଦଳ ଉପନେତା। ବରଂ ଶାସକ ଦଳ ପ୍ରରୋଚନାରେ କଂଗ୍ରେସ କାମ କରୁଛି ବୋଲି ଗୃହ ବାହାରେ ଆକ୍ଷେପ କରିଥିଲେ ବିରୋଧୀ ଦଳ ଉପନେତା ଶ୍ରୀ ସେଠୀ।

ଏଥର ବଜେଟ ଅଧିବେଶନ ଆରମ୍ଭରୁ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଭିତରେ ସମନ୍ୱୟର ଅଭାବ ପଦାକୁ ଆସିଥିବା ବେଳେ ଉଭୟ ଦଳଙ୍କର ପରସ୍ପରର ଗୋହି ଖୋଳିବାରେ ଅଧିକାଂଶ ସମୟ କଟିଥିଲା। ଫଳରେ ଚାଷୀ ଆତ୍ମହତ୍ୟା, ବେକାରୀ, ଆଇନଶୃଙ୍ଖଳା, ନାବାଳିକା ଦୁଷ୍ମର୍ମ ପରି ପ୍ରସଙ୍ଗରେ ବ୍ୟାକଫୁଟରେ ଥିବା ସରକାରୀ ଦଳ ଏହାର ଫାଇଦା ଉଠାଇ ଦୁହିଁଙ୍କ ଭିତରେ କଳିର ମଜା ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos