ବୁଷ୍ଟର ଡୋଜ୍‌ ନମିଳିବାରୁ ହୋହାଲ୍ଲା, ମେଡିକାଲ ଅଧିକାରୀଙ୍କୁ ତାଲା ପକାଇଲେ ଲୋକେ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବୁଷ୍ଟର ଡୋଜ୍ ନମିଳିବାରୁ ହୋହାଲ୍ଲା। ବାଲେଶ୍ୱର ସୁନାହଟ ସହରାଞ୍ଚଳ ମେଡିକାଲରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।  ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଠାରୁ ଦେଶରେ ଆରମ୍ଭ ହୋଇଛି ୭୫ ଦିନିକିଆ କରୋନା ବିରୋଧୀ ସ୍ୱତନ୍ତ୍ର ଅଭିଯାନ। ଏହି ଅଭିଯାନରେ ୧୮ରୁ-୫୯ ବର୍ଷ ଲୋକଙ୍କୁ ମାଗଣାରେ କରୋନା ବିରୋଧୀ ବୁଷ୍ଟର ଡୋଜ୍‌ ଦିଆଯିବ। ଏଥିପାଇଁ ଆଜି ବହୁ ସଂଖ୍ୟାରେ ଲୋକେ ବୁଷ୍ଟର ଡୋଜ୍‌ ନେବା […]

booster dose

booster dose

Madhupriya Mistry
  • Published: Saturday, 16 July 2022
  • Updated: 16 July 2022, 10:53 AM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବୁଷ୍ଟର ଡୋଜ୍ ନମିଳିବାରୁ ହୋହାଲ୍ଲା। ବାଲେଶ୍ୱର ସୁନାହଟ ସହରାଞ୍ଚଳ ମେଡିକାଲରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।  ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଠାରୁ ଦେଶରେ ଆରମ୍ଭ ହୋଇଛି ୭୫ ଦିନିକିଆ କରୋନା ବିରୋଧୀ ସ୍ୱତନ୍ତ୍ର ଅଭିଯାନ। ଏହି ଅଭିଯାନରେ ୧୮ରୁ-୫୯ ବର୍ଷ ଲୋକଙ୍କୁ ମାଗଣାରେ କରୋନା ବିରୋଧୀ ବୁଷ୍ଟର ଡୋଜ୍‌ ଦିଆଯିବ। ଏଥିପାଇଁ ଆଜି ବହୁ ସଂଖ୍ୟାରେ ଲୋକେ ବୁଷ୍ଟର ଡୋଜ୍‌ ନେବା ପାଇଁ ବାଲେଶ୍ୱର ମେଡିକାଲ୍ ବାହାରେ ଆସି ଅପେକ୍ଷା କରି ରହିଥିଲେ।

ଅଫଲାଇନ୍‌ରେ ଟିକା ଦେବାକୁ ଲୋକେ ଆସିଥିଲେ। ହେଲେ ଟିକା କେବଳ ୨ ଶହ ଥିବାରୁ ଏହାକୁ ଅନଲାଇନ୍‌ରେ ବୁକ୍ କରିଥିବା ବ୍ୟକ୍ତିଙ୍କୁ ଦିଆଯିବ ବୋଲି ମେଡିକାଲ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଏହା ଜାଣିବା ପରେ ସକାଳୁ ଆସି ଲମ୍ବା ଲାଇନ୍‌ରେ ଅପେକ୍ଷା କରିଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏଥିସହ ପାଟିତୁଣ୍ଡ ମଧ୍ୟ କରିଥିଲେ। ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ୟକ୍ତ ଲୋକେ ମେଡିକାଲ୍ ଅଧିକାରୀଙ୍କୁ ତାଲା ପକାଇ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos