ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭାଇ ଅମୀୟ ରଞ୍ଜନ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି। ଆଜି ସକାଳ ୮ଟା ୩୦ରେ ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଅସୁସ୍ଥତା ଯୋଗୁ କିଛି ଦିନ ହେବ ସେ ସେଠାରେ ଚିକିତ୍ସିତ ହେଉଥିଲେ। ଅମୀୟ ଅନେକ ଲୋକପ୍ରିୟ ଓଡ଼ିଆ ଫିଲ୍ମ ନିର୍ମାଣ କରିଥିଲେ।  ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ହାକିମବାବୁ’। ଏହା ଓଡ଼ିଆ ଫିଲ୍ମ ବର୍ଗରେ […]

amiya1

amiya1

Jitendra Garnayak
  • Published: Friday, 19 October 2018
  • Updated: 19 October 2018, 06:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭାଇ ଅମୀୟ ରଞ୍ଜନ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି।

ଆଜି ସକାଳ ୮ଟା ୩୦ରେ ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଅସୁସ୍ଥତା ଯୋଗୁ କିଛି ଦିନ ହେବ ସେ ସେଠାରେ ଚିକିତ୍ସିତ ହେଉଥିଲେ।

ଅମୀୟ ଅନେକ ଲୋକପ୍ରିୟ ଓଡ଼ିଆ ଫିଲ୍ମ ନିର୍ମାଣ କରିଥିଲେ।  ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ହାକିମବାବୁ’। ଏହା ଓଡ଼ିଆ ଫିଲ୍ମ ବର୍ଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା।

film1ତାଙ୍କର ଅନ୍ୟ ଫିଲ୍ମ ଗୁଡ଼ିକ ମଧ୍ୟରେ ରହିଛି- ‘ମମତା ମାଗେ ମୂଲ’, ‘ପୁଅ ମୋର କଳା ଠାକୁର’, ‘ଚକା ଆଖି ସବୁ ଦେଖୁଛି’, ‘ପରଦେଶୀ ବାବୁ’, ‘ପରୀ ମହଲ’ ଓ ‘ଚକାଡୋଳା କରୁଛି ଲୀଳା’। ଏଗୁଡ଼ିକ ବହୁତ ହିଟ୍ ହୋଇଥିଲା।

’ମମତା ମାଗେ ମୂଲ’ ଫିଲ୍ମରେ ସେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେଇଥିଲେ।

ବହୁ ଦିନ ପରେ ସେ ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଉପରେ ଗୋଟିଏ ଫିଲ୍ମ ତିଆରି କରିଥିଲେ। ଏହାର ନାଁ ଥିଲା ‘ତୁଳସୀ ଅପା’। ସେ ଏହି ଫିଲ୍ମର ପ୍ରଯୋଜନା କରିବା ସହିତ ନିର୍ଦ୍ଦେଶକ ବି ଥିଲେ।

ଅମୀୟ ବାବୁଙ୍କ ବିୟୋଗ ଖବର ପାଇ ଫେସବୁକ ଓ ସୋଶାଲ ମିଡିଆରେ ଶୋକବାର୍ତ୍ତା ଓ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଛି। ତାଙ୍କର ଜଣେ ପ୍ରଶଂସକ ଶ୍ରୀ କୈଳାସ ଶତପଥୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି,

"ସେ ତିନିଟି ପ୍ରଡକସନ୍ ହାଉସ, ରୀତି ଫିଲ୍ମସ୍ , ଇଷ୍ଟର୍ଣ୍ଣ ମିଡିଆ ଫିଲ୍ମସ୍ ଓ ଏ.ପି. ପ୍ରଡକସନ୍ସ ଗଢ଼ିଥିଲେ। ଇଂଜିନିୟରିଂ ପାସ କରିଥିଲେ ବି ନାଟକ ଓ ସିନେମା ନିର୍ଦ୍ଦେଶନା ଦେବା ସହିତ ପ୍ରଯୋଜନା କରିବା ଥିଲା ତାଙ୍କର ନିଶା। ଭଲ ଓଡିଆ ସିନେମା ତିଆରି କରି ଦର୍ଶକଙ୍କୁ ଭରପୁର ମନୋରଂଜନ ଦେବା ସହିତ ପ୍ରେକ୍ଷାଳୟକୁ ଟାଣି ଆଣିବାର ଦକ୍ଷତା ରଖୁଥିବା ନିର୍ମାତା ଅମୀୟ ରଂଜନ ପଟ୍ଟନାୟକଙ୍କ ଦେହାନ୍ତ ଓଡିଆ ସିନେମା ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତି।

'ହାକିମ ବାବୁ','ମମତା ମାଗେ ମୂଲ','ପୁଅ ମୋର କଳାଠାକୁର', 'ଚକାଆଖି ସବୁ ଦେଖୁଛି', 'ଆସୁଛି ମୋ କାଳିଆ ସୁନା', 'ଚକାଡୋଳା କରୁଛି ଲୀଳା', 'ପରଦେଶୀ ବାବୁ', 'ବାବୁ ଆଇ ଲଭ ୟୁ', 'ରାଜାରାଣୀ', 'ପରୀମହଲ', 'କିଏସେ ଡାକୁଛି କେଉଁଠି ମତେ', 'ତୁଳସୀଅପା' ଆଦି ଫିଲ୍ମ ନିର୍ମାଣ କରି ସେ ଓଡିଆ ଦର୍ଶକଙ୍କୁ ଭେଟି ଦେଇଥିଲେ। ମମତା ମାଗେ ମୂଲ ଓ ତୁଳସୀଅପା ଦୁଇଟି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ସେ ଦେଇଥିଲେ। ବ୍ୟୟବହୁଳ, ମନୋରଂଜନଧର୍ମୀ ଫିଲ୍ମ ସାଙ୍ଗକୁ ଗମ୍ଭୀର ବିଷୟବସ୍ତୁ ଥିବା ଫିଲ୍ମ କରିବାରେ ସେ ଥିଲେ ଜଣେ ଆଗଧାଡ଼ିର ପ୍ରଯୋଜକ।

"ଜଣେ ପ୍ରଯୋଜକ ହିସାବରେ ବହୁତ ଲୋକପ୍ରିୟ ଥିବାରୁ ଗୋଟେ ସମୟରେ ତାଙ୍କ ନାଁରେ ମଧ୍ୟ ସିନେମା ଚାଲୁଥିଲା। ତାଙ୍କ ଜୀବନର ପ୍ରଥମ ପ୍ରଯୋଜିତ ଫିଲ୍ମ 'ହାକିମ ବାବୁ' ରାଷ୍ଟ୍ରପତି ପୁରସ୍କାର ପାଇବା ଥିଲା ତାଙ୍କ ଜୀବନର ଏକ ଉଲ୍ଲେଖନୀୟ କୃତି। ଉଭୟ ବ୍ୟବସାୟିକ, କଳାତ୍ମକ ଏବଂ ତ୍ରିଭାଷୀ (ଓଡିଆ, ବଙ୍ଗଳା ଓ ବାଲାଂଦେଶୀ) ଫିଲ୍ମ ନିର୍ମାଣ କରି ଓଡିଆ ସିନେମା ଶିଳ୍ପକୁ ସମୃଦ୍ଧ କରିଥିବା ଅମୀୟ ରଂଜନ ପଟ୍ଟନାୟକଙ୍କ ପରଲୋକ ଓଡ଼ିଶା ଓ ଓଡ଼ିଆ ଥିଏଟର ଓ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଓ ଦାରୁଣ ଦୁଃସମ୍ବାଦ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story