ଶ୍ରୀଜିଉଙ୍କୁ କରୋନା ହେଲା କେମିତି! ଥାନାର ଦ୍ୱାରସ୍ଥ ହେଲେ କଳାକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିକୃତ କରି କାର୍ଟୁନ ଚିତ୍ର ପ୍ରକାଶ କରିଥିବା ସଂସ୍ଥା ବିରୋଧରେ ପୁରୀ ସିଂହଦ୍ୱାର ଥାନାରେ ଏତଲା ହୋଇଛି। ମହାପ୍ରଭୁଙ୍କ ଅଣସର ନୀତିକୁ କ୍ୱାରେଣ୍ଟାଇନ୍‌ ଦର୍ଶାଇ ପତ୍ରିକା ଡଟ୍‌ କମ୍‌ ନାମକ ଏକ ସଂସ୍ଥା ପୋଷ୍ଟ କରିଥିବା କାର୍ଟୁନ ଚିତ୍ରକୁ ନେଇ ଆପତ୍ତି ଉଠାଇଛନ୍ତି ଯାତ୍ରା ଅଭିନେତା ପିୟୂଷ ତ୍ରିପାଠୀ। ସେ କହିଛନ୍ତି-“ମହାପ୍ରଭୁ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ବୋଲି ପତ୍ରିକା ଡଟ୍‌ କମ୍‌ ପ୍ରକାଶ କରିଛି। ଯାହା ମୋତେ ବ୍ୟଥିତ କରିଛି। ଯେଉଁଥିପାଇଁ ଉକ୍ତ […]

puri

Manoranjan Sial
  • Published: Tuesday, 09 June 2020
  • , Updated: 09 June 2020, 06:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିକୃତ କରି କାର୍ଟୁନ ଚିତ୍ର ପ୍ରକାଶ କରିଥିବା ସଂସ୍ଥା ବିରୋଧରେ ପୁରୀ ସିଂହଦ୍ୱାର ଥାନାରେ ଏତଲା ହୋଇଛି। ମହାପ୍ରଭୁଙ୍କ ଅଣସର ନୀତିକୁ କ୍ୱାରେଣ୍ଟାଇନ୍‌ ଦର୍ଶାଇ ପତ୍ରିକା ଡଟ୍‌ କମ୍‌ ନାମକ ଏକ ସଂସ୍ଥା ପୋଷ୍ଟ କରିଥିବା କାର୍ଟୁନ ଚିତ୍ରକୁ ନେଇ ଆପତ୍ତି ଉଠାଇଛନ୍ତି ଯାତ୍ରା ଅଭିନେତା ପିୟୂଷ ତ୍ରିପାଠୀ।
https://youtu.be/kpv6fth1ZVM

ସେ କହିଛନ୍ତି-“ମହାପ୍ରଭୁ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ବୋଲି ପତ୍ରିକା ଡଟ୍‌ କମ୍‌ ପ୍ରକାଶ କରିଛି। ଯାହା ମୋତେ ବ୍ୟଥିତ କରିଛି। ଯେଉଁଥିପାଇଁ ଉକ୍ତ ସଂସ୍ଥା ବିରୋଧରେ ଥାନାରେ ଅଭିଯୋଗ କରିଛି। ଦେଖିବାକୁ ଗଲେ ଏବେ ମହାପ୍ରଭୁଙ୍କର ଅଣସର ନୀତି ଚାଲିଛି। ଆବହମାନ କାଳରୁ ପ୍ରଭୁଙ୍କର ଏହି ନୀତି ଚାଲି ଆସୁଛି। ସେଇଟା ତାଙ୍କର ଗୋଟିଏ ସେବା। ସେହି ସେବାକୁ ଉକ୍ତ ପତ୍ରିକା କ୍ୱାରେଣ୍ଟାଇନ୍‌ ବୋଲି ଦର୍ଶାଇଛି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଉକ୍ତ ସଂସ୍ଥା କ୍ୱାରେଣ୍ଟାଇନ୍‌ର ପ୍ରକୃତ ଅର୍ଥ ବୁଝିନାହିଁ।

କ୍ୱାରେଣ୍ଟାଇନ୍‌ରେ ରହୁଥିବା ବ୍ୟକ୍ତିମାନେ ଏକା ରୁହନ୍ତି। ସେମାନଙ୍କ ପାଖକୁ କେହି ଯିବେନାହିଁ। ଖାଇବା ପିଇବାଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁ କାମ ନିଜେ କରନ୍ତି। ସେହି ଦୃଷ୍ଟିରୁ ଯଦି ମହାପ୍ରଭୁ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି, ତାହାହେଲେ ସେବାୟତମାନେ ତାଙ୍କ ସେବା କରିପାରିବେ ନାହିଁ। ତାଙ୍କ ପାଖକୁ ଯାଇପାରିବେ ନାହିଁ।”

ସେ ଆହୁରି କହିଛନ୍ତି-“ମହାମାରୀ କରୋନା ପାଇଁ ମନ୍ଦିର ବନ୍ଦ ରହିଛି। ମହାପ୍ରଭୁ କୁଆଡ଼େ ଯାଇନଥିଲେ। କେବେଳ ସେବାୟତମାନେ ସାନିଟାଇଜ୍‌ ହୋଇ ଠାକୁରଙ୍କ ନୀତିକାନ୍ତି କରୁଥିଲେ। ତାହା ହେଲେ ମହାପ୍ରଭୁଙ୍କୁ ରୋଗ ହେଲା କେମିତି? ସେ କ୍ୱାରେଣ୍ଟାଇନ୍‌ରେ ରହିଲେ କେମିତି? ଏହାର ଅର୍ଥ କଣ ଆମ ଠାକୁରଙ୍କୁ କରୋନା ହୋଇଛି? ଆମ ଠାକୁର ତ ବାହାରୁ ଆସିନାହାନ୍ତି। କଲିକତା ବା ସୁରତ ଫେରନ୍ତା ଦାଦନ ନୁହେଁ। ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ। ତାଙ୍କୁ କେମିତି କ୍ୱାରେଣ୍ଟାଇନ୍‌ରେ ରଖାଗଲା।”
https://www.facebook.com/OdishaReporter/videos/562603791105704/
ପୂର୍ବରୁ ସେବାୟତ, ସଂସ୍କୃତି ଗବେଷକ ଓ ଭକ୍ତ ମହଲରେ ମଧ୍ୟ ଏହାକୁ ନେଇ ଆପତ୍ତି ଉଠିଥିଲା।

Related story