ବୈଜୟନ୍ତଙ୍କୁ ବିରୋଧ ଘଟଣା: ମାହାଙ୍ଗା ଥାନାରେ ଏତଲା ଦେଲେ ସମାଜସେବୀ ଶୁଭେନ୍ଦ୍ର ନାୟକ

ସାଲେପୁର: ମାହାଙ୍ଗାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡାମାଡ଼ ଘଟଣାରେ ମମାଲା ଦାୟର ହୋଇଛି। ନିଶ୍ଚିନ୍ତକୋଇଲି ବ୍ଲକ ଜୟରାମପୁର ଗାଁର ସମାଜସେବୀ ଶୁଭେନ୍ଦ୍ର ନାୟକ ମାହାଙ୍ଗା ଥାନାରେ ଏହି ମାମଲା ଦାୟର କରିଛନ୍ତି।  ତେବେ ସେ ଏତଲାରେ କାହାରି ନାଁ ଦେଇନାହାନ୍ତି। ବୈଜୟନ୍ତଙ୍କୁ ବିରୋଧ ସହ ଅଣ୍ଡା ଓ ଢେଲା ମରାଯିବାର ତଦନ୍ତ କରାଯାଉ ବୋଲି ସେ ଏତଲାରେ ଦାବି କରିଛନ୍ତି।

ଘଟଣାରେ ଦୋଷୀଙ୍କୁ ଚିହ୍ନଟ  କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଶୁଭେନ୍ଦ୍ରଙ୍କ ଅଭିଯୋଗ ଭିତ୍ତିରେ ମାହାଙ୍ଗା ଥାନାରେ କେସ୍ ନଂ ୧୦୧/୧୭ରେ ମାମଲା ରୁଜୁ ହୋଇଛି।  ସବ୍ ଇନ୍ସପେକ୍ଟର ଜେ.କେ. ଦାସଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି।