ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର

ଯାଜପୁର(ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ନୂଆଶାସନ ଗାଁରେ ଅଗ୍ନିକାଣ୍ଡ ଘଟି ୫ବଖରା ଘର ପାଉଁଶ ହୋଇଯାଇଛି। ଆଜି ସକାଳେ ଗାଁର ନୀଳକଣ୍ଠ ମିଶ୍ରଙ୍କର ଘରେ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ଘରୁ କୌଣସି ଜିନିଷପତ୍ର ବାହାର କରିବା ସମ୍ଭବ ହୋଇ ନଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ସବୁ ପୋଡ଼ି ଛାରଖାର ହୋଇସାରିଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ରୋଷେଇ […]

fire45

Jitendra Garnayak
  • Published: Monday, 01 April 2019
  • , Updated: 01 April 2019, 11:29 AM IST

ଯାଜପୁର(ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ନୂଆଶାସନ ଗାଁରେ ଅଗ୍ନିକାଣ୍ଡ ଘଟି ୫ବଖରା ଘର ପାଉଁଶ ହୋଇଯାଇଛି।

ଆଜି ସକାଳେ ଗାଁର ନୀଳକଣ୍ଠ ମିଶ୍ରଙ୍କର ଘରେ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ଘରୁ କୌଣସି ଜିନିଷପତ୍ର ବାହାର କରିବା ସମ୍ଭବ ହୋଇ ନଥିଲା।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ସବୁ ପୋଡ଼ି ଛାରଖାର ହୋଇସାରିଥିଲା।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ରୋଷେଇ ଘରୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି।

Related story