ଦେଶର ପ୍ରଥମ 'ଫାୟାର ପାର୍କ' ଉଦଘାଟିତ, ସବୁ ଶନିବାର ୨ଘଣ୍ଟା ଖୋଲିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଅଗ୍ନିଶମ ବାହିନୀର ‘ଫାୟାର ପାର୍କ’ ଓ ନିଜସ୍ୱ ୱେବସାଇଟ୍ ‘ଅଗ୍ନିଶମସେବା’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିଛନ୍ତି। ଏହି ‘ଫାୟାର ପାର୍କ ’ ସମଗ୍ର ଦେଶରେ ପ୍ରଥମ। ଏଠାରେ ଲୋକମାନଙ୍କୁ ଅଗ୍ନିକାଣ୍ଡରୁ ବଂଚିବା ନିମନ୍ତେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସଚେତନ କରାଯିବ। ଏହି ପାର୍କ ସବୁ ଶନିବାର ଅପରାହ୍ନ ସାଢ଼େ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ୨ଘଣ୍ଟା ଖୋଲା ରହିବ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଛନ୍ତି ଯେ, ଏହି […]

fire-park

Ranjit Kumar Jena
  • Published: Tuesday, 05 January 2021
  • , Updated: 05 January 2021, 08:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଅଗ୍ନିଶମ ବାହିନୀର ‘ଫାୟାର ପାର୍କ’ ଓ ନିଜସ୍ୱ ୱେବସାଇଟ୍ ‘ଅଗ୍ନିଶମସେବା’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିଛନ୍ତି। ଏହି ‘ଫାୟାର ପାର୍କ ’ ସମଗ୍ର ଦେଶରେ ପ୍ରଥମ। ଏଠାରେ ଲୋକମାନଙ୍କୁ ଅଗ୍ନିକାଣ୍ଡରୁ ବଂଚିବା ନିମନ୍ତେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସଚେତନ କରାଯିବ। ଏହି ପାର୍କ ସବୁ ଶନିବାର ଅପରାହ୍ନ ସାଢ଼େ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ୨ଘଣ୍ଟା ଖୋଲା ରହିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଛନ୍ତି ଯେ, ଏହି ପାର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ଅଗ୍ନିକାଣ୍ଡରୁ ଦୂରେଇ ରହିବା ଓ ପରିସ୍ଥିତିର ମୁକାବିଲା ନେଇ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ବିଶେଷକରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ। ଏହି ପାର୍କ ବିଶେଷକରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଆକର୍ଷଣରକେନ୍ଦ୍ର ପାଲଟିବ । ଜନସାଧାରଣଙ୍କ ସଚେତନତା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ନିଆଁ ଲାଗିଲେ କିଭଳି ମୁକାବିଲା କରାଯିବ ସେ ନେଇ ଶିକ୍ଷା ଦିଆଯିବ। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଏହି ପାର୍କରେ ପ୍ରବେଶ ପାଇଁ ସୁଯୋଗ ମିଳିବ।

ସେହିପରି ଅଗ୍ନିଶମ ବାହିନୀର ବିଭିନ୍ନ ନାଗରିକକେନ୍ଦ୍ରିକ ସେବା ନିମନ୍ତେ ଅନଲାଇନ୍ ୱେବପୋର୍ଟାଲ ‘ଅଗ୍ନିଶମସେବା’କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ମୋ ସରକାର କାର୍ଯ୍ୟକ୍ରମ ଅନ୍ତର୍ଗତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ୱେବସାଇଟ୍ ମାଧ୍ୟମରେ ଲୋକମାନେ ଅନଲାଇନରେ ବିଭିନ୍ନ ସେବା ଅଗ୍ନିଶମବାହିନୀଠୁ ପାଇପାରିବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଗ୍ନିଶମ ବାହିନୀର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ବିଶେଷକରି କୋଭିଡ୍‌, ଅମ୍ପାନ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଗ୍ନିଶମ ବାହିନୀର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବାହିନୀ ଡିଜି ସତ୍ୟଜିତ୍ ମହାନ୍ତିଙ୍କ ସମେତ ରାଜ୍ୟ ପ୍ରଶାସନ ଓ ପୁଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Related story