ବ୍ୟାଙ୍କରେ ନିଆଁ: କମ୍ପ୍ୟୁଟର ଓ ଆସବାବପତ୍ର ପୋଡ଼ି ପାଉଁଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଖାରବେଳନଗର ସ୍ଥିତ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ୱିତ ରାତିରେ ହଠାତ୍ ବ୍ୟାଙ୍କରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ବ୍ୟାଙ୍କର ଅନେକ ସମ୍ପତ୍ତି ନଷ୍ଟ ଯାଇଛି। କୋଠାର ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲା।

ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ଖବର ନଥିଲେ ମଧ୍ୟ କମ୍ପ୍ୟୁଟର ଏବଂ ଅନ୍ୟ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।