ବୁଢ଼ାରାଜା ଜଙ୍ଗଲରେ ନିଆଁ

<p>ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ବୁଢ଼ାରାଜା ଜଙ୍ଗଲରେ ନିଆଁ। ଜଙ୍ଗଲରେ ନିଆଁ ଲାଗି ଶୁଖିଲା ପତ୍ର ଓ ଛୋଟ ଛୋଟ ଗଛ ଜଳି ଯାଇଛି। ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ କର୍ମଚାରୀ ଏବଂ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପାଣି ଏବଂ ଏୟାର ବ୍ଲୋୟର୍ ସାହାଯ୍ୟରେ ନିଆଁ ଲିଭା ଯାଇଥିଲା। ହେଲେ ପ୍ରବଳ ପବନ ହେଉଥିବାରୁ ଜଙ୍ଗଲର କେତେକ ଅଞ୍ଚଳକୁ ନିଆଁ ବହୁତ ଶୀଘ୍ର ବ୍ୟାପି ଯାଇଥିଲା।</p> <p>ଜଙ୍ଗଲରେ ନିଆଁ ଲାଗିବାର କାରଣ ଜଣାପଡ଼ି ନ ଥିବାବେଳେ କେହି ଜାଣିଶୁଣି ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ପ୍ରତିବର୍ଷ ବୁଢ଼ାରଜା ପାହାଡ଼ରେ ନିଆଁ ଲାଗୁଛି ଯେଉଁଥିପାଇଁ ଶୁଖିଲା ପତ୍ରରେ ନିଆଁ ଲାଗି ଛୋଟ ଛୋଟ ଗଛ ପୋଡ଼ି ଯାଉଥିବା ଅଭିଯୋଗ ହେଉଛି।</p>

Ordigital Desk
  • Published: Sunday, 04 March 2018
  • Updated: 04 March 2018, 06:50 PM IST

Sports

Latest News

<p>ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ବୁଢ଼ାରାଜା ଜଙ୍ଗଲରେ ନିଆଁ। ଜଙ୍ଗଲରେ ନିଆଁ ଲାଗି ଶୁଖିଲା ପତ୍ର ଓ ଛୋଟ ଛୋଟ ଗଛ ଜଳି ଯାଇଛି। ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ କର୍ମଚାରୀ ଏବଂ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପାଣି ଏବଂ ଏୟାର ବ୍ଲୋୟର୍ ସାହାଯ୍ୟରେ ନିଆଁ ଲିଭା ଯାଇଥିଲା। ହେଲେ ପ୍ରବଳ ପବନ ହେଉଥିବାରୁ ଜଙ୍ଗଲର କେତେକ ଅଞ୍ଚଳକୁ ନିଆଁ ବହୁତ ଶୀଘ୍ର ବ୍ୟାପି ଯାଇଥିଲା।</p><p>ଜଙ୍ଗଲରେ ନିଆଁ ଲାଗିବାର କାରଣ ଜଣାପଡ଼ି ନ ଥିବାବେଳେ କେହି ଜାଣିଶୁଣି ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ପ୍ରତିବର୍ଷ ବୁଢ଼ାରଜା ପାହାଡ଼ରେ ନିଆଁ ଲାଗୁଛି ଯେଉଁଥିପାଇଁ ଶୁଖିଲା ପତ୍ରରେ ନିଆଁ ଲାଗି ଛୋଟ ଛୋଟ ଗଛ ପୋଡ଼ି ଯାଉଥିବା ଅଭିଯୋଗ ହେଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos