ଖଳାରେ ଖେଳୁଥିବା ବେଳେ ନିଆଁରେ ପୋଡ଼ିଗଲେ ୩ ଶିଶୁ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଶୀତୁଆ ସକାଳରେ ନିଆଁ ପୋଇଁବା ହେଲା କାଳ। ସେହି ନିଆଁରେ ପୋଡି ଯାଇ ୩ ଶିଶୁଙ୍କ ମୃତ୍ୟୁ ଘଟିଛି। ଆଜି ଏମିତି ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। କୋକସରା ଥାନା ମହିମା ପଞ୍ଚାୟତ ବିଜମରା ଗାଁର ହେମରାଜ ଦିଶାରୀଙ୍କ ଯାଆଁଳା ଝିଅ ରୋଜି ଓ ଡେଜି ଏବଂ ତାଙ୍କ ଘରକୁ ବୁଲିବାକୁ ଆସିଥିବା କୁଣ୍ଡିଗୁଡ଼ାର ରଚନା ରାଉତ ଆଜି ସକାଳେ ଖଳାରେ ଖେଳୁଥିଲେ। ଏହି ସମୟରେ ଖଳାରେ ଥିବା ପାଳ ଗଦାରେ ନିଆଁ […]

fire-in-kalahandi

Manoranjan Sial
  • Published: Saturday, 30 November 2019
  • , Updated: 30 November 2019, 05:51 PM IST

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଶୀତୁଆ ସକାଳରେ ନିଆଁ ପୋଇଁବା ହେଲା କାଳ। ସେହି ନିଆଁରେ ପୋଡି ଯାଇ ୩ ଶିଶୁଙ୍କ ମୃତ୍ୟୁ ଘଟିଛି। ଆଜି ଏମିତି ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି।

କୋକସରା ଥାନା ମହିମା ପଞ୍ଚାୟତ ବିଜମରା ଗାଁର ହେମରାଜ ଦିଶାରୀଙ୍କ ଯାଆଁଳା ଝିଅ ରୋଜି ଓ ଡେଜି ଏବଂ ତାଙ୍କ ଘରକୁ ବୁଲିବାକୁ ଆସିଥିବା କୁଣ୍ଡିଗୁଡ଼ାର ରଚନା ରାଉତ ଆଜି ସକାଳେ ଖଳାରେ ଖେଳୁଥିଲେ। ଏହି ସମୟରେ ଖଳାରେ ଥିବା ପାଳ ଗଦାରେ ନିଆଁ ଲାଗି ଯାଇଥିଲା। ଚିତ୍କାର ଶୁଣି ସାହି ପଡ଼ିଶା ନିଆଁ ଭିତରୁ ତିନି ପିଲାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ପିଲାଙ୍କ ଶରୀରରେ ୯୦% ପୋଡ଼ି ଯାଇଥିଲା। ସେମାନଙ୍କୁ ପ୍ରଥମେ କୋକସରା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ତିନି ପିଲାଙ୍କ ମୃତ୍ୟୁ ଘଟିଛି।

Related story