ଉତ୍କଳ ବିଶ୍ୱବିଦ୍ୟାଳୟର ଭିସିଙ୍କ କକ୍ଷରେ ଲାଗିଲା ନିଆଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟରେ ସିଣ୍ଡିକେଟ୍‌ ହଲରେ ଆଜି ଅଗ୍ନିକାଣ୍ଡ ଘଟିଛି। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା କୁହାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ।   ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ବିଶ୍ୱବିଦ୍ୟାଳୟରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଭିସିଙ୍କ କକ୍ଷ ଭିତରେ ପ୍ରବେଶ କରିପାରି ନଥିଲେ ଅଗ୍ନିଶମ କର୍ମଚାରୀ।    ସୂଚନାରୁ ପ୍ରକାଶ, ଆଜି ଭିସିଙ୍କ […]

fire-in-utkal-university

Manoranjan Sial
  • Published: Thursday, 24 October 2019
  • , Updated: 24 October 2019, 07:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟରେ ସିଣ୍ଡିକେଟ୍‌ ଲରେ ଆଜି ଅଗ୍ନିକାଣ୍ଡ ଘଟିଛି। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା କୁହାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ।

 

ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ବିଶ୍ୱବିଦ୍ୟାଳୟରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଭିସିଙ୍କ କକ୍ଷ ଭିତରେ ପ୍ରବେଶ କରିପାରି ନଥିଲେ ଅଗ୍ନିଶମ କର୍ମଚାରୀ। 

 

ସୂଚନାରୁ ପ୍ରକାଶ, ଆଜି ଭିସିଙ୍କ ଚ୍ୟାମ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ସରିବାର କିଛି ସମୟ ପରେ ଅର୍ଥାତ ସନ୍ଧ୍ୟା ୬ରୁ ସାଢ଼େ ୬ଟା ଭିତରେ ସିଣ୍ଡିକେଟ୍‌ ହଲ୍‌ ପାର୍ଶ୍ୱ ଭିସିଙ୍କ ଚ୍ୟାମ୍ୱରରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା। ପରେ ନିଆଁ ଆଖପାଖ ଅଞ୍ଚଳକୁ ବ୍ୟାପୀ ଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ, ଆୟତ୍ତ କରିବା ଅଗ୍ନିଶମ କର୍ମଚାରୀଙ୍କ ପକ୍ଷେ ସମ୍ଭବ ପର ହୋଇନଥିଲା। ପରେ ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଦମକଳକୁ ଲଗା ଯାଇଥିଲା। 

Related story