ଖେଳ ସାମଗ୍ରୀ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ସବୁ ପାଉଁଶ
Ordigital Desk
• Published: Thursday, 27 July 2017
• , Updated: 27 July 2017, 08:02 AM IST
ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ବିହାର ଛକ ନିକଟରେ ଥିବା ସ୍ପୋର୍ଟସ ଏମ୍ପୋରିୟମ ନାମକ ଏକ ଖେଳ ସାମଗ୍ରୀ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କୋଟି କୋଟି ଟଙ୍କାର ସମ୍ପତ୍ତି ଜଳିଯାଇଥିବା ଆଶଙ୍କା କରାଯାଉଛି। ଗତ ରାତି ପ୍ରାୟ ୧୦ଟାରେ ଏହି ନିଆଁ ଲାଗିଥିବା କୁହାଯାଉଛି। ଦୀର୍ଘ ସମୟ ଧରି ହୁତୁ ହୁତୁ ଧରି ନିଆଁ ଜଳୁଥିଲା।
ଖବର ପାଇ ୩ଟି ଦମକଳଗାଡ଼ି ପହଞ୍ଚିଥିଲା। ତଥାପି ନିଆଁକୁ ତୁରନ୍ତ ଆୟତ୍ତ କରାଯାଇପାରିନଥିଲା। ଦୀର୍ଘ ସମୟ ପରେ ଅର୍ଥାତ୍ ରାତି ପ୍ରାୟ ୨ଟା ବେଳକୁ ନିଆଁକୁ ଆୟତ୍ତ କରାଯାଇଥିଲା।
[video width="640" height="480" mp4="]
ସୂଚନା ଅନୁଯାୟୀ, ଏହି ଦୋକାନର ପ୍ରାୟ ଅଢ଼େଇ କୋଟି ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି। ତେବେ ଏଭଳି ଅଗ୍ନିକାଣ୍ଡ ଘଟିଲା କିପରି, ସେନେଇ ଆଜି ଏକ ଟିମ୍ ପହଞ୍ଚି ଘଟଣାର ଖୋଳତାଡ଼ କରିବ।
Related story