ଯୁବକଙ୍କୁ ଗୁଳିମାରି ଚେନ୍‌ ଲୁଟି ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ସିଜୁଆ ନିକଟରେ ଜଣେ ଯୁବକଙ୍କୁ ଗୁଳିମାରି ଲୁଟ୍‌ କରାଯାଇଛି। ଆହତ ଯୁବକ ଜଣଙ୍କ ହେଲେ ବିଶ୍ୱରଞ୍ଜନ ସ୍ୱାଇଁ। ବିଶ୍ୱରଞ୍ଜନଙ୍କ ଗୋଡରେ ଗୁଳି ବାଜିଛି। ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବର ଅନୁସାରେ ବିଶ୍ୱରଞ୍ଜନ ଏବଂ ତାଙ୍କ ପତ୍ନୀ କାରରେ ଆଇଗଣିଆରୁ ସିଜୁଆ ଆସୁଥିଲେ। ଘର ପାଖରେ ପହଞ୍ଚି କାରରୁ ଓହ୍ଲାଇବା ପରେ ଏକ ବାଇକରେ ଦୁଇଜଣ ଯୁବକ ଆସି ତାଙ୍କ ବେକରୁ ଚେନ୍‌ ଛିଡାଇଥିଲେ। ବିଶ୍ୱରଞ୍ଜନ ବିରୋଧ କରିବାରୁ ଦୁର୍ବୃତ୍ତମାନେ […]

firing

Rakesh Mallick
  • Published: Sunday, 20 August 2017
  • , Updated: 20 August 2017, 10:51 PM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ସିଜୁଆ ନିକଟରେ ଜଣେ ଯୁବକଙ୍କୁ ଗୁଳିମାରି ଲୁଟ୍‌ କରାଯାଇଛି। ଆହତ ଯୁବକ ଜଣଙ୍କ ହେଲେ ବିଶ୍ୱରଞ୍ଜନ ସ୍ୱାଇଁ। ବିଶ୍ୱରଞ୍ଜନଙ୍କ ଗୋଡରେ ଗୁଳି ବାଜିଛି। ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି।

ମିଳିଥିବା ଖବର ଅନୁସାରେ ବିଶ୍ୱରଞ୍ଜନ ଏବଂ ତାଙ୍କ ପତ୍ନୀ କାରରେ ଆଇଗଣିଆରୁ ସିଜୁଆ ଆସୁଥିଲେ। ଘର ପାଖରେ ପହଞ୍ଚି କାରରୁ ଓହ୍ଲାଇବା ପରେ ଏକ ବାଇକରେ ଦୁଇଜଣ ଯୁବକ ଆସି ତାଙ୍କ ବେକରୁ ଚେନ୍‌ ଛିଡାଇଥିଲେ। ବିଶ୍ୱରଞ୍ଜନ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଏକ ରାଉଣ୍ଡ ଗୁଳି ଚଳାଇ ଚେନ୍‌ ଲୁଟି ଫେରାର ହୋଇଯାଇଥିଲେ।

Related story