ହୋଲିରେ ଗୁଳି ଫୁଟିଲା, ୩ ଆହତ

କଟକ (ଓଡ଼ିଶା ରିପୋର୍ଟର): ହୋଲିରେ ଅଶାନ୍ତ ହୋଇପଡ଼ିଛି କଟକ ଉପକଣ୍ଠ ଗୋପାଳପୁରର ପ୍ରତାପନଗରୀ। ଗୁଳିକାଣ୍ଡ କାଣ୍ଡରେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରତାପନଗରୀ ଗାଁର ସଞ୍ଜୟ କୁମାର ରାଉତଙ୍କ କହିବା ଅନୁଯାୟୀ, ହୋଲି ଅବସରରେ ଧାକୁଲେଇ ବିଦ୍ୟାପୀଠ ସ୍କୁଲ ପଡ଼ିଆରେ ଗାଁର ପିଲାମାନେ ଭୋଜି କରୁଥିଲେ। ଏହି ସମୟରେ ୪ ଜଣ ଯୁବକ ଦୁଇଟି ବାଇକ୍‌ରେ […]

ffireing in cuttack gopalpur

Rakesh Mallick
  • Published: Friday, 02 March 2018
  • , Updated: 02 March 2018, 06:42 PM IST

କଟକ (ଓଡ଼ିଶା ରିପୋର୍ଟର): ହୋଲିରେ ଅଶାନ୍ତ ହୋଇପଡ଼ିଛି କଟକ ଉପକଣ୍ଠ ଗୋପାଳପୁରର ପ୍ରତାପନଗରୀ। ଗୁଳିକାଣ୍ଡ କାଣ୍ଡରେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରତାପନଗରୀ ଗାଁର ସଞ୍ଜୟ କୁମାର ରାଉତଙ୍କ କହିବା ଅନୁଯାୟୀ, ହୋଲି ଅବସରରେ ଧାକୁଲେଇ ବିଦ୍ୟାପୀଠ ସ୍କୁଲ ପଡ଼ିଆରେ ଗାଁର ପିଲାମାନେ ଭୋଜି କରୁଥିଲେ। ଏହି ସମୟରେ ୪ ଜଣ ଯୁବକ ଦୁଇଟି ବାଇକ୍‌ରେ ଆସି ଭୋଜିକୁ ବିରୋଧ କରିଥିଲେ। ଏପରିକି ସୁଶାନ୍ତ ରାଉତ ନାମକ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ। ତେବେ ସମୀର ରାଉତ, ସୁଶାନ୍ତୁଙ୍କୁ ବଞ୍ଚାଇବାକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳି ଚଳନା କରିଥିଲେ। ଫଳରେ ସମୀର ଓ ସୁଶାନ୍ତଙ୍କ ସମେତ କାଳିନ୍ଦୀ ରାଉତଙ୍କ ଦେହରେ ମଧ୍ୟ ଗୁଳି ବାଜିଛି। ସମସ୍ତଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମାତ୍ର ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନାହିଁ।

Related story