ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ୍‌ଙ୍କ ଭାଇଙ୍କୁ ଗୁଳିମାଡ଼

କଟକ(ଓଡ଼ିଶା ରିପୋର୍ଟର): ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ୍‌ଙ୍କ ଭାଇ ତାହିରଙ୍କୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଜଗତପୁର ନର୍ଥ ଡିଭିଜନ୍ ଆଇବି ନିକଟରେ ଏହି ଗୁଳିମାଡ଼ ହୋଇଛି। ତାହିରଙ୍କ ଗୋଡ଼ରେ ଗୁଳି ବାଜିଛି। ତେବେ ତାଙ୍କୁ କିଏ ଗୁଳି କରିଛି, ଗୁଳିମାଡ଼ର କାରଣ କ’ଣ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ମିଳିଥିବା ସୂଚନା ମୁତାବକ ଟେଣ୍ଡର କାରବାରକୁ ନେଇ ଗୁଳିମାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ତାହିରଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ  କଟକର ଏକ ଘରୋଇ ହସ୍ପିଟାଲ୍ ଏବଂ ପରେ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।