ପୋଲିସକୁ କେୟାର ନାହିଁ: ରାସ୍ତାରେ ଗୁଳି କଲେ, ସୁନାହାର ଲୁଟିଲେ

ଯାଜପୁର(ଓଡ଼ିଶା ରିପୋର୍ଟର): ଶ୍ୱଶୁର ଘରୁ ବାଇକରେ ନିଜ ଘରକୁ ଫେରୁଥିଲେ ଦମ୍ପତି। ବିଚ୍‌ ରାସ୍ତାରେ ଦୁଇ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ସୁନା ହାର ଲୁଟି ନେଇଥିଲେ। ଆଜି ଦିନ ଦ୍ୱି’ପ୍ରହରରେ ଏପରି ଘଟଣା ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ତିଳପଦା ନିକଟରେ ଘଟିଛି। ଆଜି ସାଢ଼ ୨ଟାରେ ପବିତ୍ର କବି, ତାଙ୍କ ସ୍ତ୍ରୀ ଓ ୩/୪ ବର୍ଷର ଝିଅ ରାଇଝର ଗାଁରୁ ଏକ ବାଇକରେ ନିଜ ଘରକୁ ଫେରୁଥିଲେ। ତିଳପଦା ନିକଟରେ ଦୁଇ ଜଣ ଦୁର୍ବୃତ୍ତ […]

firing in jajpur

Rakesh Mallick
  • Published: Monday, 19 February 2018
  • , Updated: 19 February 2018, 04:54 PM IST

ଯାଜପୁର(ଓଡ଼ିଶା ରିପୋର୍ଟର): ଶ୍ୱଶୁର ଘରୁ ବାଇକରେ ନିଜ ଘରକୁ ଫେରୁଥିଲେ ଦମ୍ପତି। ବିଚ୍‌ ରାସ୍ତାରେ ଦୁଇ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ସୁନା ହାର ଲୁଟି ନେଇଥିଲେ। ଆଜି ଦିନ ଦ୍ୱି’ପ୍ରହରରେ ଏପରି ଘଟଣା ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ତିଳପଦା ନିକଟରେ ଘଟିଛି।

ଆଜି ସାଢ଼ ୨ଟାରେ ପବିତ୍ର କବି, ତାଙ୍କ ସ୍ତ୍ରୀ ଓ ୩/୪ ବର୍ଷର ଝିଅ ରାଇଝର ଗାଁରୁ ଏକ ବାଇକରେ ନିଜ ଘରକୁ ଫେରୁଥିଲେ। ତିଳପଦା ନିକଟରେ ଦୁଇ ଜଣ ଦୁର୍ବୃତ୍ତ ପଲ୍‌ସର ବାଇକରେ ଆସି ସେମାନଙ୍କୁ ଅଟକାଇ ସୁନା ଚେନ୍‌ ଲୁଟିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପବିତ୍ର ଓ ତାଙ୍କ ପତ୍ନୀ ବିରୋଧ କରିବାକୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଦୁର୍ବୃତ୍ତମାନେ ପବିତ୍ରଙ୍କ ଛାତିକୁ ଗୁଳି କରି ସୁନା ହାର ଲୁଟି ନେଇଥିଲେ। ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପବିତ୍ରଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

Related story