ଢାବା କର୍ମଚାରୀଙ୍କୁ ଗୁଳିମାଡ଼

ବାରିପଦା/କଟକ (ଓଡ଼ିଶା ରିପୋର୍ଟର): ଖାଦ୍ୟକୁ ନେଇ ବଚସାରୁ ଜଣେ ଢାବା କର୍ମଚାରୀଙ୍କ ଉପରେ ହୋଇଛି ଗୁଳିମାଡ଼। ଆହତ ଢାବା କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଜାମଶୋଳାରେ। ଏଠାରେ ଜାତୀୟ ରାଜପଥ ୪୯ ପାର୍ଶ୍ୱରେ ଥିବା ଓମକାର ଢାବାକୁ ଗତକାଲି ବିଳମ୍ବିତ ରାତିରେ ଚାରି ପାଞ୍ଚ ଜଣ ଯୁବକ ଆସି ଖାଦ୍ୟ ଦେବାକୁ ଜିଦ୍ କରିଥିଲେ। ତେବେ ଖାଦ୍ୟ ଶେଷ ହୋଇଯାଇଛି […]

Gun

Gun

Jitendra Garnayak
  • Published: Sunday, 15 January 2023
  • Updated: 15 January 2023, 11:43 AM IST

ବାରିପଦା/କଟକ (ଓଡ଼ିଶା ରିପୋର୍ଟର): ଖାଦ୍ୟକୁ ନେଇ ବଚସାରୁ ଜଣେ ଢାବା କର୍ମଚାରୀଙ୍କ ଉପରେ ହୋଇଛି ଗୁଳିମାଡ଼। ଆହତ ଢାବା କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।

ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଜାମଶୋଳାରେ। ଏଠାରେ ଜାତୀୟ ରାଜପଥ ୪୯ ପାର୍ଶ୍ୱରେ ଥିବା ଓମକାର ଢାବାକୁ ଗତକାଲି ବିଳମ୍ବିତ ରାତିରେ ଚାରି ପାଞ୍ଚ ଜଣ ଯୁବକ ଆସି ଖାଦ୍ୟ ଦେବାକୁ ଜିଦ୍ କରିଥିଲେ। ତେବେ ଖାଦ୍ୟ ଶେଷ ହୋଇଯାଇଛି ବୋଲି କହିଥିଲେ ଉପସ୍ଥିତ ଢାବା କର୍ମଚାରୀମାନେ। ଏହା ପରେ ସେମାନେ ଢାବା କର୍ମଚାରୀମାନଙ୍କୁ ପାଟିତୁଣ୍ଡ କରିଥିଲେ। ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ବେଳେ ଉକ୍ତ ଯୁବକମାନଙ୍କ ମଧ୍ୟରୁ ଜଣେ ପିସ୍ତଲ କାଢ଼ି ଗୁଳି ଚଳାଇଥିଲେ। ଗୁଳିଟି ସେଠାରେ ଉପସ୍ଥିତ ସୁଜନଙ୍କ ଛାତିରେ ବାଜିଥିଲା।

ସୁଜନଙ୍କୁ ପ୍ରଥମେ ବାରିପଦା ଡାକ୍ତରଖାନାକୁ ନିଆଯାଇଥିଲା। ତା’ପରେ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ଆହତ ସୁଜନଙ୍କ ଘର ଝାଡ଼ଖଣ୍ଡର ବହଡ଼ାଗୋଡ଼ାରେ ବୋଲି ଜଣା ପଡ଼ିଥିବା ବେଳେ ଗୁଳିମାଡ଼ କରିଥିବା ଯୁବକ ମାନେ ମଧ୍ୟ ଉକ୍ତ ଅଞ୍ଚଳର ବୋଲି ଜଣାପଡ଼ିଛି।

ଢାବା ମାଲିକ ଓ ମ୍ୟାନେଜର ଘଟଣା ସଂପର୍କରେ ଝାରପୋଖରିଆ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ର ଏକ ଟିମ୍ ଆଜି ଝାଡ଼ଖଣ୍ଡର ବହଡ଼ାଗୋଡ଼ା ଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଗୁଳିମାଡ଼ରେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୁଜନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସବୁ ପରୀକ୍ଷାନିରୀକ୍ଷା ଶେଷ ହେବା ପରେ ତାଙ୍କ ଠାରେ ଅସ୍ତ୍ରୋପଚାର କରାଯାଇପାରେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story