ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୫ ଆହତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଟିସିଆଇ ଛକରେ ଏକ ବସ୍ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଟ୍ରକ୍‌ ଡ୍ରାଇଭରଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ଟ୍ରକ୍‌ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ୍ ଓ ଅଗ୍ନିଶମ ଟିମ୍ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ‘ଗୁପ୍ତା’ ନାମକ ଯାତ୍ରୀବାହୀ ବସ୍‌ଟି ରାଉରକେଲାରୁ ଗୟା ଯାଉଥିବା ବେଳେ ଟିସିଆଇ ଛକରେ […]

bus,,,,,,,,

Tapaswini Nayak
  • Published: Saturday, 11 May 2019
  • , Updated: 11 May 2019, 09:10 AM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଟିସିଆଇ ଛକରେ ଏକ ବସ୍ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଟ୍ରକ୍‌ ଡ୍ରାଇଭରଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ଟ୍ରକ୍‌ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ୍ ଓ ଅଗ୍ନିଶମ ଟିମ୍ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ‘ଗୁପ୍ତା’ ନାମକ ଯାତ୍ରୀବାହୀ ବସ୍‌ଟି ରାଉରକେଲାରୁ ଗୟା ଯାଉଥିବା ବେଳେ ଟିସିଆଇ ଛକରେ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

Related story