ପାଠ ପଢ଼ୁଥିବା ବେଳେ ସ୍କୁଲରେ ଅସୁସ୍ଥ ହେଲେ ୫ ଛାତ୍ରୀ

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଲାଠିକଟାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୫ ଜଣ ଛାତ୍ରୀ  ହଠାତ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛତ୍ରୀମାନେ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁନ୍ତି। ଆଜି ସକାଳେ ଛାତ୍ରୀମାନଙ୍କୁ ହଷ୍ଟେଲରେ ଭାତ ଓ ଅଣ୍ଡା ତରକାରି ଖାଇବାକୁ ଦିଆଯାଇଥିଲା। ପ୍ରାର୍ଥନା ପରେ ଛାତ୍ରୀମାନେ ଶ୍ରେଣୀ ଗୃହରେ ପାଠ ପଢ଼ୁଥିଲେ। ତେବେ ଏହି ସମୟରେ ୫ ଜଣ ଛାତ୍ରୀଙ୍କ ଗୋଡ଼ ଓ ହାତ ଥଣ୍ଡା […]

Five-Students-Fall-Ill-Rourkela

Five-Students-Fall-Ill-Rourkela

Manoranjan Sial
  • Published: Wednesday, 23 October 2019
  • Updated: 23 October 2019, 04:01 PM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଲାଠିକଟାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୫ ଜଣ ଛାତ୍ରୀ  ହଠାତ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛତ୍ରୀମାନେ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁନ୍ତି।

ଆଜି ସକାଳେ ଛାତ୍ରୀମାନଙ୍କୁ ହଷ୍ଟେଲରେ ଭାତ ଓ ଅଣ୍ଡା ତରକାରି ଖାଇବାକୁ ଦିଆଯାଇଥିଲା। ପ୍ରାର୍ଥନା ପରେ ଛାତ୍ରୀମାନେ ଶ୍ରେଣୀ ଗୃହରେ ପାଠ ପଢ଼ୁଥିଲେ। ତେବେ ଏହି ସମୟରେ ୫ ଜଣ ଛାତ୍ରୀଙ୍କ ଗୋଡ଼ ଓ ହାତ ଥଣ୍ଡା ପଡ଼ିଯାଇଥିଲା। ପରେ ସେମାନଙ୍କୁ ବାତ ମାରିଥିଲା। ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

ଛାତ୍ରୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପି.କେ. ପାତ୍ର କହିଛନ୍ତି-“ଛାତ୍ରୀଙ୍କ ପାଖରେ କୌଣସି ରୋଗର ଲକ୍ଷଣ ନାହିଁ। କିନ୍ତୁ ମନ ଭିତରେ ଡର ରହିଛି। ତେବେ ପଚାରିବା ପରେ ଜାଣିବାକୁ ପାଇଲି, ସେମାନେ ଭୂତ ବିଷୟରେ ବେଶୀ ଆଲୋଚନା କରୁଛନ୍ତି। ମଜା ନେବା ପାଇଁ ରାତି ପାହିଲେ କିଏ ଭୂତର ଶିକାର ସେନେଇ ସେମାନେ ସ୍ଥିର କରନ୍ତି। ତେବେ ଆଜି ସ୍କୁଲରେ ପାଠ ପଢ଼ୁଥିବା ବେଳେ ଯେଉଁ ଛାତ୍ରୀଙ୍କୁ ବାତ ମାରିଥିଲା, ତା’ ଦେହରେ ଭୂତ ଲାଗିବ ବୋଲି ପୂର୍ବ ରାତିରେ କୁହାଯାଇଥିଲା। ଆଜି ସେହି ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଦେଖି ଅନ୍ୟମାନେ ଅସୁସ୍ଥ ହୋଇପଡ଼ିଥିଲେ। କାରଣ ଡର ହେଉଛି ସବୁଠାରୁ ଭୟଙ୍କର ସଂକ୍ରାମକ ରୋଗ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos