ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ଲାଗି ରହିଛି ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ମୋଟୁର ତଳିଆ ଅଂଚଳ ଜଳମଗ୍ନ ହୋଇଛି। ଗୋଦାବରୀ ନଦୀ ଫୁଲି ରହିଥିବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇଛି । ମାଲକାନଗିରିର ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଇଛି।
କନ୍ୟାଆଶ୍ରମ ପୋଲ ଉପରେ ୪ଫୁଟର ପାଣି ଚାଲୁଥିବାରୁ କାଲିମେଳା -ପଡିଆକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ସେହିପରି ପୋଟେରୁ, କାଙ୍କରକୋଣ୍ଡା ,mv୯୦ କୁ ଯିବା ରାସ୍ତାରେ ପୋଲ ଉପରେ ପାଣି ଚାଲୁଛି । ଛତିଶଗଡ଼ର ଝପ୍ରା ପୋଲ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିବା ଯୋଗୁଁ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ସୀମାନ୍ତ ଅଞ୍ଚଳବାସୀ ଯାତାୟତ ନିମନ୍ତେ ହନ୍ତସନ୍ତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।