ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ରାଜ୍ୟରେ ହୋଇଥିବା ଲଘୁଚାପ ଜନିତ ବର୍ଷାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପୁରୀ ଜିଲ୍ଲା କଣାସ ବ୍ଲକର ଦୋକନ୍ଦା ଓ ବାଲିପାଟଣା ଗାଁ ନିକଟସ୍ଥ ଦୟା ଓ ରାଜୁଆ ନଦୀରେ ପାଣି ବଢ଼ିବା ପରେ ଏବେ ନଦୀ କୂଳିଆ ଲୋକଙ୍କ ନିଦ ହଜି ଯାଇଛି। ଗାଁରେ ସୁଅ କାଟୁଛି ବନ୍ୟା ପାଣି। ଧିରେ ଧିରେ ବନ୍ୟା ପାଣି ଗାଁ ଭିତରେ ପଶିଲାଣି। ଘର ଭିତରେ ଆଣ୍ଠୁଏ ଲେଖାଏ ପାଣି ଜମିବା ଫଳରେ ଏବେ ସ୍ଥିତି ବେହାଲ୍ ହେବାକୁ ଲାଗିଛି। ରୋଷେଇ ଘରେ ପାଣି ପଶିବା ଫଳରେ କେତେକଙ୍କ ଘରେ ଗତକାଲିଠୁ ରୋଷେଇ ହୋଇନି।
ଖାଲି ଏତିକି ନୁହେଁ ଚାଷ ଜମିରେ ବି ପାଣି ଜମିଛି। ତେଣୁ ବହୁ ସଂଖ୍ୟାରେ ଧାନ ଫସଲ ନଷ୍ଟ ହୋଇଛି। ତେବେ ଭୟଭୀତ ନହେବାକୁ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ହୀରାକୁଦ ଡ୍ୟାମରୁ ବନ୍ୟା ପାଣି ଛାଡ଼ିବା ପରେ ମହାନଦୀରେ ଜଳସ୍ତର ବଢ଼ିଛି। ଏହାଫଳରେ ମହାନଦୀର ଶାଖା ନଦୀ ଗୁଡ଼ିକରେ ବି ଜଳସ୍ତର ବଢ଼ିବାରେ ଲାଗିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ବନ୍ଧାହେଲେ ଡାକ୍ତର
ରେଡ୍ ବେଳେ ଆଶୋକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ରହିଛି।
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Accident
ଧାନ ଫସଲ ଜଗିଥିଲେ ଚାଷୀ; ଦଳିଦେଲେ ହାତୀ
ଆଜି ସକାଳେ ସ୍ଥାନୀୟ ଲୋକେ ବିଲକୁ ଯାଇଥିବା ବେଳେ ଗଣେଶଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।
Crime
ମହାଧୂର୍ତ୍ତ ଡେପୁଟି ଜେନେରାଲ୍ ମ୍ୟାନେଜର୍; ପଡ଼ୋଶୀ ଛାତରୁ ମିଳିଲା ବିଡ଼ା ବିଡ଼ା ନୋଟ୍
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Accident
ବାଲିଯାତ୍ରାରେ ଅଘଟଣ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ
କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ ଦୁଇରେ ପଢୁଥିଲେ ବିଶ୍ୱ ପ୍ରକାଶ ।