ବଢ଼ୁଛି ପାଣି: କେଉଁଠି ରାସ୍ତା ବୁଡ଼ିଲାଣି ତ କେଉଁଠି ବ୍ରିଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଛାଡ଼ି ଯାଇଥିଲେ ବି ଚିନ୍ତା ବଢ଼ାଉଛି ବନ୍ୟା ଆଶଙ୍କା ।  ହୀରାକୁଦ ଉପର ମୁଣ୍ଡରେ ଲଗାଣ ବର୍ଷା ହେତୁ ତଳମୁଣ୍ଡରେ ଘନେଇଲାଣି ବନ୍ୟା ଆଶଙ୍କା ।  ଗତକାଲି ରାତି ସୁଦ୍ଧା ହୀରାକୁଦ ଡ୍ୟାମ୍‌ରୁ ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଏହା ପ୍ରଭାବରେ ବହୁ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ  ବିଭିନ୍ନ ସ୍ଥାନରେ ବ୍ରିଜ ଉପରେ ପାଣି ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । […]

flood water

flood water

Niharika Rout
  • Published: Thursday, 16 September 2021
  • Updated: 16 September 2021, 09:37 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଛାଡ଼ି ଯାଇଥିଲେ ବି ଚିନ୍ତା ବଢ଼ାଉଛି ବନ୍ୟା ଆଶଙ୍କା ।  ହୀରାକୁଦ ଉପର ମୁଣ୍ଡରେ ଲଗାଣ ବର୍ଷା ହେତୁ ତଳମୁଣ୍ଡରେ ଘନେଇଲାଣି ବନ୍ୟା ଆଶଙ୍କା ।  ଗତକାଲି ରାତି ସୁଦ୍ଧା ହୀରାକୁଦ ଡ୍ୟାମ୍‌ରୁ ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଏହା ପ୍ରଭାବରେ ବହୁ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ  ବିଭିନ୍ନ ସ୍ଥାନରେ ବ୍ରିଜ ଉପରେ ପାଣି ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।  ଜଳସ୍ତର ବଢ଼ିବା ହେତୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଥିବା ସତର୍କ କରାଇ ଦେଇଛନ୍ତି ଏସଆରସି । ତେଣୁ ଲୋକେ ଏବେ ପ୍ରମାଦ ଗଣିବା ଆରମ୍ଭ କଲେଣି ।

ଆଜି ସକାଳ ୬ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ସେହିଭଳି ଜଳଭଣ୍ଡାର ମଧ୍ୟରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ୍‌ ବନ୍ୟା ଜଳ ନିଷ୍କାସିତ ହେଉଛି ।

ମୁଣ୍ଡଳି ଓ ନରାଜରେ କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୁଣ୍ଡଳିଠାରେ ବିପଦ ସଂକେତ ୯୭.୨୫ ଫୁଟ ଥିବା ବେଳେ ୮୮.୯୦ ଫୁଟ ଜଳ ସ୍ତର ଅଛି।  ସକାଳ ୬ଟା ସୁଦ୍ଧା ମୁଣ୍ଡଳିଠାରେ ୫,୯୬,୯୫୦ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ସେହିପରି ସକାଳ ୬ଟା ସୁଦ୍ଧା ନରାଜ ଠାରେ ୨,୯୫,୬୭୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି।  ନରାଜରେ ବିପଦ ସଂକତେ ୨୬.୪୧ ମିଟର ଥିବା ବେଳେ  ଜଳ ସ୍ତର ହେଉଛି ୨୫.୫୦ ମିଟର ।

[caption id="attachment_676089" align="alignnone" width="650"] ସୋନପୁରର ଏକ ମନ୍ଦିର ଜଳମଗ୍ନ ଅବସ୍ଥାରେ ଅଛି।[/caption]

ଏହାବାଦ ମହାନଦୀର ଶାଖା ନଦୀ ସମେତ ବ୍ରାହ୍ଣଣୀ, ବୈତରଣୀ, ସୁବର୍ଣ୍ଣରେଖା ଆଦି ନଦୀର ଜଳସ୍ତର ଉପରେ ମଧ୍ୟ ନଜର ରଖାଯାଇଛି ।  ରାଜ୍ୟର ସମ୍ବଲପୁର-ସୋନପୁର ରାସ୍ତା ମାଳତୀଜୋର ବ୍ରିଜ୍ ଉପରେ ୨ ଫୁଟ ଉଚ୍ଚରେ ପାଣି ଚାଲୁଛି । ବ୍ରିଜ୍ ଉପରେ ପାଣି ଚାଲିବାରୁ ବର୍ତ୍ତମାନ ଗମନାଗମନ ବନ୍ଦ ରହିଛି । ମହାନଦୀର ଜଳସ୍ତର ବଢ଼ିବା ହେତୁ ବିଜେପୁର ସେତୁ ଉପରେ ୩ ଫୁଟ ଉଚ୍ଚର ପାଣି ଚାଲୁଛି । ଫଳରେ ବୀରମହାରାଜପୁର-ବିଜେପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଲଗାଣ ବର୍ଷା ଫଳରେ ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀରେ ଜଳ ପତ୍ତନ ବଢ଼ିବାରେ ଲାଗିଛି । ଏହାଦ୍ୱାରା ଯାଜପୁର, ବରୀ ଓ ଦଶରଥପୁରର ବହୁ ଅଞ୍ଚଳ ପାଣି ଘେରରେ ରହି ଯାଇଛି। ବ୍ରାହ୍ମଣୀ ନଦୀରେ ରସୁଲପୁର ବ୍ଲକର ବନ୍ଧଡିହିଠାରେ ଗୋଟିଏ ଓ ବରୀ ବ୍ଲକର ମାଟିଆପଡାରେ ଦୁଇଟି ଘାଇ ହୋଇଛି । ଫଳରେ ଧାରପୁର, ସାହୁପଡ଼ା, ବାଲିଆ ଓ ଇଶାଣପୁର ଆଦି ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ଖରସ୍ରୋତା ଓ ବୁଢ଼ାନଦୀରେ ବନ୍ଧ ଡେଇଁ ପାଣି ଯାଜପୁର ବ୍ଲକର ଶିମିଳିଆ, ପଣସା ଆଦି ଅଞ୍ଚଳରେ ପଶିଛି ।

ବର୍ଷା ଓ ବନ୍ୟା ଯୋଗୁଁ ଜିଲ୍ଲାରେ ୭୨୪ଟି ଗାଁର ୯୨ ହଜାର ଲୋକେ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।   ୬୭ଟି ଗାଁର ଲୋକେ ଜଳବନ୍ଦୀ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ଜଳ ଚାଲିଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି । ପାଖାପାଖି ୪୮ହଜାର ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନ କରିଛି ଜିଲ୍ଲା ପ୍ରଶାସନ । ସେପଟେ ଜଳବନ୍ଦୀ ଥିବା ଲୋକଙ୍କୁ ସ୍ଥାନାନ୍ତରିତ କରିବା ସହ ଶୁଖିଲା ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରାଯାଉଥିବା ଅତିରିକ୍ତ ଜିଲ୍ଲପାଳ ସୂଚନା ଦେଇଛନ୍ତି ।

ଲଗାଣ ବର୍ଷାରେ ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଡଙ୍ଗାଡିହା ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ  ହୋଇଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଜୀବନକୁ ବାଜି ଲଗାଇ ବାଉଁଶକୁ ସାହାରା କରି ନଈ ପାର ହେଉଛନ୍ତି ଲୋକେ । ଗଛ ଉପରେ ବାଉଁଶ ବାନ୍ଧି  ବିପଜ୍ଜନକ ଭାବେ ସେମାନେ ନଈ ପାର ହେଉଛନ୍ତି ।

[caption id="attachment_676085" align="alignnone" width="650"]flood ବାରିପଦା ସହର ଜଳମଗ୍ନ ।[/caption]

 

ବର୍ଷାରେ ସାଳନ୍ଦୀ ନଦୀ ଫୁଲିଥିବାରୁ ଏହି ଅବସ୍ଥା ଦେଖା ଦେଇଛି ।  ବଙ୍ଗାଳି ସାହି, ଘୁଟୁ ସାହି ଓ ବଳ ସାହିର ପ୍ରାୟ ୧୫ ଶହ ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି । ଆଗରୁ ଲୋକେ ସାଳନ୍ଦୀ ନଦୀରେ ଦୁଇଟି ଅସ୍ଥାୟୀ ବାଉଁଶ ପୋଲ ଓ କାଠ ପୋଲ କରିଥିଲେ  । ବର୍ଷା ସେସବୁକୁ ଧୋଇ ନେଇଛି ।  ତେଣୁ ଗତ ସୋମବାରଠାରୁ ୨ ଶହ ପରିବାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos