ଫୁଡ୍‌ କମିଶନ ଗଠନକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟରେ ଫୁଡ୍‌ କମିଶନ ଗଠନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। କମିଶନଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ। ଏଥିରେ ଜଣେ କମିଶନ, ୫ ଜଣ ସଦସ୍ୟ ଓ ଜଣେ ସଦସ୍ୟ ସଚିବ ରହିବେ। ସେହିପରି ଅନ୍ୟ ୬ଟି ପ୍ରସ୍ତବାକୁ ମଧ୍ୟ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ମିଟିଂ ବସିଥିଲା। ସେହିପରି ଅମୃତ ଯୋଜନାରେ ରାଜ୍ୟର ୯ଟି ସହରରେ ୫୯୫୭ଟି ଶୌଚାଳୟ ନିର୍ମାଣ କରିବ ସୁଲଭ ଇଣ୍ଟରନ୍ୟାସନାଲ। ଟେଣ୍ଡର […]

cabinet

Rakesh Mallick
  • Published: Monday, 14 March 2016
  • , Updated: 14 March 2016, 05:17 PM IST

ଭୁବନେଶ୍ୱର: ରାଜ୍ୟରେ ଫୁଡ୍‌ କମିଶନ ଗଠନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। କମିଶନଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ। ଏଥିରେ ଜଣେ କମିଶନ, ୫ ଜଣ ସଦସ୍ୟ ଓ ଜଣେ ସଦସ୍ୟ ସଚିବ ରହିବେ। ସେହିପରି ଅନ୍ୟ ୬ଟି ପ୍ରସ୍ତବାକୁ ମଧ୍ୟ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ମିଟିଂ ବସିଥିଲା।

ସେହିପରି ଅମୃତ ଯୋଜନାରେ ରାଜ୍ୟର ୯ଟି ସହରରେ ୫୯୫୭ଟି ଶୌଚାଳୟ ନିର୍ମାଣ କରିବ ସୁଲଭ ଇଣ୍ଟରନ୍ୟାସନାଲ। ଟେଣ୍ଡର ନକରି କଣ୍ଟ୍ରାକ୍ଟ ଅର୍ଡର ଦିଆଯିବା ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର ମାରିଛି। ଏଥିପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ସ୍ୱଚ୍ଛ ଭାରତ ଅଭିଯାନ ପାଇଁ କେନ୍ଦ୍ର ୭୫ ପ୍ରତିଶତ ଓ ରାଜ୍ୟ ସରକାର ୨୫ ପ୍ରତିଶତ ଅର୍ଥ ଦେବେ। ଏଫ୍‌ଆରବିଏମ୍‌ ସଂଶୋଧନ ଆଇନ୍‌କୁ ମଧ୍ୟ କ୍ୟାବିନେଟ୍‌ ଅନୁମୋଦନ ମିଳିଛି।

Related story