ମନ୍ତ୍ରୀ କହିଲେ-ପିଆଜ ଦର ଆହୁରି ବଢ଼ିବ, ଏଥିପାଇଁ କେନ୍ଦ୍ର ଦାୟୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଆଜ ଦର ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ। ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ଆହୁରି ମାସେ ୨ ମାସ ପିଆଜ ଦର ବେକାବୁ ହେବ କହିଛନ୍ତି ମନ୍ତ୍ରୀ। ପିଆଜ ଦର ପାଇଁ କେନ୍ଦ୍ର ଦାୟୀ ବୋଲି ଅଭିଯୋଗ ଆଣିଲେ ଯୋଗାଣ ମନ୍ତ୍ରୀ। କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟରୁ ପିଆଜକୁ ବାଦ୍ ଦେଇଛନ୍ତି। ଆଳୁ, ପିଆଜର ଷ୍ଟକ୍, ପରିବହନ ଯାଞ୍ଚ ନେଇ ଆମର ଅଧିକାର ଥିଲା। ନୂଆ […]

Ranendra-Pratap-Swain-1

Tapas Behera
  • Published: Saturday, 24 October 2020
  • , Updated: 24 October 2020, 06:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଆଜ ଦର ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ। ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ଆହୁରି ମାସେ ୨ ମାସ ପିଆଜ ଦର ବେକାବୁ ହେବ କହିଛନ୍ତି ମନ୍ତ୍ରୀ।

ପିଆଜ ଦର ପାଇଁ କେନ୍ଦ୍ର ଦାୟୀ ବୋଲି ଅଭିଯୋଗ ଆଣିଲେ ଯୋଗାଣ ମନ୍ତ୍ରୀ। କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟରୁ ପିଆଜକୁ ବାଦ୍ ଦେଇଛନ୍ତି। ଆଳୁ, ପିଆଜର ଷ୍ଟକ୍, ପରିବହନ ଯାଞ୍ଚ ନେଇ ଆମର ଅଧିକାର ଥିଲା। ନୂଆ କୃଷି ଆଇନ ପରେ ଆମର ସେ ଅଧିକାର ଆଉ ରହିଲାନି। ରାଜ୍ୟ ସରକାରଙ୍କୁ ପଙ୍ଗୁ କରି ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରଙ୍କ ଭୁଲ୍ ନୀତି ଯୋଗୁଁ ପିଆଜ ଦର ଆକାଶଛୁଆଁ ହୋଇଛି। କେନ୍ଦ୍ର ସହ ପାଣିପାଗ ମଧ୍ୟ ପିଆଜ ଦର ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି।

ପାଣିପାଗ ଯୋଗୁଁ ନୂଆ ପିଆଜ ଆମଦାନୀ ପ୍ରଭାବିତ ହୋଇଛି। ଆହୁରି ମାସେ ଦୁଇମାସ ପିଆଜ ଦର ବେକାବୁ ରହିବ।କେବଳ ପିଆଜ ନୁହେଁ; ଆଳୁ, ଡାଲି, ତେଲ ଦର ବି ବଢ଼ିଛି। ଅଧିକାର ନଥିବା ସତ୍ତ୍ୱେ ଜିଲ୍ଲାପାଳମାନଙ୍କୁ କଣ୍ଟ୍ରୋଲ କରିବାକୁ କହିଛୁ ବୋଲି ମନ୍ତ୍ରୀ କହିଛନ୍ତି।

Related story