ଭୁବନେଶ୍ୱର: ବିଦେଶିନୀ ସେକ୍ସ ଲିଙ୍କ ପ୍ରସଙ୍ଗରେ ପଚରାଉଚରା ପାଇଁ ଘର ମାଲିକକୁ ଡକାଇଛି ପୋଲିସ। ଘରର ମାଲିକ କୋଲକତାର ହୋଇଥିବାରୁ ଦୁଇଦିନ ମଧ୍ୟରେ ଆସି ଥାନାରେ ନିଜ ପକ୍ଷ ରଖିବେ ବୋଲି ଫୋନ ଯୋଗେ ପୋଲିସକୁ ଜଣାଇଛନ୍ତି।
ଘର ଭଡା ଦେବା ପୂର୍ବରୁ ଭଡାଟିଆଙ୍କ ସୂଚନା ସ୍ଥାନୀୟ ଥାନକୁ ଦେଇଥିଲେ କି ନାହିଁ ? ଘରେ ହାଇ ପ୍ରୋଫାଇଲ ସେକ୍ସ କାରବାର ଚାଲୁଥିବା ବେଳେ ସେ ଏ ସମ୍ପର୍କରେ ଜାଣିଥିଲେ କି ନାହିଁ ଆଦି ପ୍ରଶ୍ନର ସମ୍ମୁଖୀନ ହୋଇପାରନ୍ତି। ତେବେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିଲେ ତାଙ୍କ ଘରକୁ ବେଶ୍ୟାଳୟ ବୋଲି ଘୋଷଣା କରିବାକୁ ପୋଲିସ ଉଦ୍ୟମ ଆରମ୍ଭ କରିବ ବୋଲି ଜଣାପଡିଛି।