ବନ ବିଭାଗକୁ ବଡ଼ ସଫଳତା

ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁରରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା। ବନବିଭାଗ ବନଖଣ୍ଡ ଅଧୀନସ୍ଥ ଭିକିପୁର ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ୫ଟି ହରିଣ ଶିଙ୍ଗ, ଗୋଟିଏ ହାତୀ ଦାନ୍ତ ଓ ଗୋଟିଏ ବିରଳ ଏଣ୍ଡୁଅ ଜବତ କରିଛି। ଚଢ଼ାଉ ବେଳେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ କର୍ମଚାରୀ ରଙ୍ଗେହାତ ଧରା ପଡ଼ିଥିବା ବେଳେ ଆଉଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ତେବେ ଖୁବଶୀଘ୍ର ଫେରାର ଅଭିଯୁକ୍ତ ଧରା ପଡ଼ିବେ ବୋଲି ସୂଚନା ଦେଇଛନ୍ତି ଯାଜପୁର ରୋଡ୍ ଫରେଷ୍ଟ […]

jajpur

jajpur

Ranjit Kumar Jena
  • Published: Wednesday, 16 December 2020
  • Updated: 16 December 2020, 11:05 AM IST

ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁରରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା। ବନବିଭାଗ ବନଖଣ୍ଡ ଅଧୀନସ୍ଥ ଭିକିପୁର ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ୫ଟି ହରିଣ ଶିଙ୍ଗ, ଗୋଟିଏ ହାତୀ ଦାନ୍ତ ଓ ଗୋଟିଏ ବିରଳ ଏଣ୍ଡୁଅ ଜବତ କରିଛି।

ଚଢ଼ାଉ ବେଳେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ କର୍ମଚାରୀ ରଙ୍ଗେହାତ ଧରା ପଡ଼ିଥିବା ବେଳେ ଆଉଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ତେବେ ଖୁବଶୀଘ୍ର ଫେରାର ଅଭିଯୁକ୍ତ ଧରା ପଡ଼ିବେ ବୋଲି ସୂଚନା ଦେଇଛନ୍ତି ଯାଜପୁର ରୋଡ୍ ଫରେଷ୍ଟ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକ।

ଗିରଫ ଅଭିଯୁକ୍ତ ୨ କଲେଜ ଛାତ୍ର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ଜଣଙ୍କ ଘର ଯାଜପୁର ରୋଡ୍ ଓ ଅନ୍ୟ ଜଣଙ୍କର ବାଲେଶ୍ୱରରେ ବୋଲି ଜଣାପଡ଼ିଛି। ଏମାନେ ଏକ ବଡ଼ ଧରଣର ରାକେଟ୍ ଚଳାଉଥିବା ନେଇ ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos