ବିଦେଶାଗତ ପକ୍ଷୀଙ୍କୁ ଶିକାର କରି ନେଉଥିଲେ ଶିକାରୀ, ପହଞ୍ଚିଗଲା ବନ ବିଭାଗ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଚିଲିକାକୁ ବିଦେଶୀ ପକ୍ଷୀଙ୍କୁ ଆଗମନ ସମୟରେ ସକ୍ରିୟ ହୋଇପଡ଼ିଛନ୍ତି ପକ୍ଷୀ ଶିକାରୀ। ଗତକାଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଚଢ଼ାଉ କରି ୫ଟି ବିଦେଶାଗତ ପକ୍ଷୀଙ୍କୁ ଜବତ କରିବା ସହ ଜ଼ଣେ ଶିକାରୀକୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ କାଳୁପଡା ଅଂଚଳର ପ୍ରକାଶ ବେହେରା। ଚିଲିକାର କାଳୁପଡା ମୁହାଣ ନିକଟରେ ପକ୍ଷୀ ଶିକାର ହେଉଥିବା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ସେଠାରେ ପହଞ୍ଚି ଚଢାଉ କରିଥିଲା। […]

bird

  • Published: Tuesday, 06 December 2022
  • , Updated: 06 December 2022, 11:44 AM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଚିଲିକାକୁ ବିଦେଶୀ ପକ୍ଷୀଙ୍କୁ ଆଗମନ ସମୟରେ ସକ୍ରିୟ ହୋଇପଡ଼ିଛନ୍ତି ପକ୍ଷୀ ଶିକାରୀ। ଗତକାଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଚଢ଼ାଉ କରି ୫ଟି ବିଦେଶାଗତ ପକ୍ଷୀଙ୍କୁ ଜବତ କରିବା ସହ ଜ଼ଣେ ଶିକାରୀକୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ କାଳୁପଡା ଅଂଚଳର ପ୍ରକାଶ ବେହେରା।

ଚିଲିକାର କାଳୁପଡା ମୁହାଣ ନିକଟରେ ପକ୍ଷୀ ଶିକାର ହେଉଥିବା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ସେଠାରେ ପହଞ୍ଚି ଚଢାଉ କରିଥିଲା। ବନ ବିଭାଗକୁ ଦେଖି ଅନ୍ୟ ଶିକାରୀମାନେ ସେଠାରୁ ଖସି ପଳାଇଯାଇଥିବା ବେଳେ  ଜଣେ ଶିକାରୀକୁ ବନ ବିଭାଗ କର୍ମଚାରୀ ଗିରଫ କରିଥିଲେ। ସେମାନେ ଶିକାର କରିଥିବା ୫ଟି ବିଦେଶାଗତ ପକ୍ଷୀଙ୍କ ମୃତଦେହ ଜବତ କରିଥିଲା। ଶିକାରୀ ପ୍ରକାଶ  ବେହେରାଙ୍କୁ ଗିରଫ  କରି କୋର୍ଟ ଚାଲାଣ କରାଯାଇଛି ବୋଲି  ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜର ସୂଚନା ଦେଇଛନ୍ତି।

ଶୀତଦିନରେ ଚିଲିକାକୁ ବିଦେଶାଗତ ପକ୍ଷୀମାନଙ୍କୁ ଆଗମନ ହୋଇଥାଏ। ଏଥିପାଇଁ ବନ ବିଭାଗ ଏକ କ୍ୟାମ୍ପ କରି ପକ୍ଷୀମାନଙ୍କୁ  ଶିକାରୀଙ୍କ କବଳରୁ ସୁରକ୍ଷା ଦେଇଥାଏ।

 

Related story