ଲାଞ୍ଚୁଆ ଏଏସ୍‌ଆଇଙ୍କୁ ୨ ବର୍ଷ ଜେଲ୍‌

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଲାଞ୍ଚୁଆ ପୂର୍ବତନ ଏଏସ୍‌ଆଇଙ୍କୁ ୨ ବର୍ଷ ଜେଲ୍‌ ଓ ଜୋରିମାନା ହୋଇଛି। ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ତିନି ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ଢେଙ୍କାନାଳ ଭିଜିଲାନ୍ସ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ୨୦୧୫ ମସିହାରେ ବୀରବର ଲେଙ୍କା ସୁରପ୍ରତାପପୁର ଆଉଟ୍‌ ପୋଷ୍ଟରେ ଏଏସ୍‌ଆଇ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ସେ ଏକ ଟ୍ରାକ୍ଟର ଜବତ କରିଥିଲେ। ଏଥିପାଇଁ ସେ ୭୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ […]

dkl

Manoranjan Sial
  • Published: Saturday, 30 November 2019
  • , Updated: 30 November 2019, 05:31 PM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଲାଞ୍ଚୁଆ ପୂର୍ବତନ ଏଏସ୍‌ଆଇଙ୍କୁ ୨ ବର୍ଷ ଜେଲ୍‌ ଓ ଜୋରିମାନା ହୋଇଛି। ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ତିନି ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ଢେଙ୍କାନାଳ ଭିଜିଲାନ୍ସ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି।

୨୦୧୫ ମସିହାରେ ବୀରବର ଲେଙ୍କା ସୁରପ୍ରତାପପୁର ଆଉଟ୍‌ ପୋଷ୍ଟରେ ଏଏସ୍‌ଆଇ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ସେ ଏକ ଟ୍ରାକ୍ଟର ଜବତ କରିଥିଲେ। ଏଥିପାଇଁ ସେ ୭୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଟ୍ରାକ୍ଟର ମାଲିକ ଶ୍ରୀଧର ଲେଙ୍କା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଏଏସ୍‌ଆଇ ବୀରବର ଲେଙ୍କାଙ୍କୁ ଶ୍ରୀ ଲେଙ୍କା ଲାଞ୍ଚ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଡିଆଇଜିଙ୍କ ତଦନ୍ତ ରିପୋର୍ଟ ଅନୁସାରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା।

ଆଜି ଏହି ମାମଲାର ଆଜି ରାୟ ପ୍ରକାଶ ପାଇଛି। ସାକ୍ଷ ପ୍ରମାଣ ଆଧାରରେ ଢେଙ୍କାନାଳ ଭିଜିଲାନ୍ସ ଜଜ୍‌ ପ୍ରତିମା ପଣ୍ଡା ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ଜୋରିମାନା କରିଛନ୍ତି। ଜୋରିମାନା ବାବଦକୁ ୫୦୦୦ ଟଙ୍କା ଅନାଦେୟ ହେଲେ ଶ୍ରୀ ଲେଙ୍କାଙ୍କୁ ଅଧିକ ୩ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ରାୟ ଶୁଣାଇଛନ୍ତି।

ସେହିପରି ଅନ୍ୟ ଏକ ମାମଲାରେ କୋର୍ଟ ଅଭିଯୁକ୍ତଙ୍କୁ ବର୍ଷେ ଜେଲ୍‌ ଓ ୨୦୦୦ ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅର୍ଥ ଅନାଦେୟ ହେଲେ ଏକ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ଅଭିଯୁକ୍ତ ଶ୍ରୀ ଲେଙ୍କା ଦୁଇଟିଯାକ ମାମଲାରେ ଏକ ସଙ୍ଗେ ଦଣ୍ଡ ଭୋଗିବେ।

Related story