‘ଗୁଗଲ୍‌ ମ୍ୟାପରୁ ସବୁ ଚିହ୍ନଟ ହେଉଛି, କିଛି ଭୁଲ ନାହିଁ’

କଟକ(ଓଡ଼ିଶା ରିପୋର୍ଟର): “ପୂର୍ବତନ ବିଧାୟକ ହୋଇ ମୁଁ ଜାଣିପାରିଲି। ସରକାରୀ ଦଳ ସାଂସଦ ହୋଇ ସେ ଅବଗତ ନଥିବା କହିବା ଦୁଃଖଦାୟକ‘।” କଟକରେ ପ୍ରସ୍ତାବିତ ବସ୍ ଟର୍ମିନାଲ୍‌କୁ ନେଇ ଗତକାଲି ସାଂସଦ ଭର୍ତ୍ତୃହରି ମହତାବ ନିଜ ଅସନ୍ତୋଷ ଝାଡ଼ିଥିବା ବେଳେ ଆଜି ରାଜ୍ୟ ସରକାରଙ୍କ ସପକ୍ଷରେ ବାହାରିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ। ବସ୍‌ ଟର୍ମିନାଲ ସମ୍ପର୍କରେ କିଛି ଜାଣି ନଥିବା ନେଇ ଭର୍ତ୍ତୃହରି ଗତକାଲି କହିଥିବା ବେଳେ ଦେବାଶିଷ କହିଛନ୍ତି ସରକାରୀ ଦଳର ସାଂସଦ ହୋଇ […]

bus TH

bus TH

Niharika Rout
  • Published: Wednesday, 27 January 2021
  • Updated: 27 January 2021, 02:56 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): “ପୂର୍ବତନ ବିଧାୟକ ହୋଇ ମୁଁ ଜାଣିପାରିଲି। ସରକାରୀ ଦଳ ସାଂସଦ ହୋଇ ସେ ଅବଗତ ନଥିବା କହିବା ଦୁଃଖଦାୟକ‘।” କଟକରେ ପ୍ରସ୍ତାବିତ ବସ୍ ଟର୍ମିନାଲ୍‌କୁ ନେଇ ଗତକାଲି ସାଂସଦ ଭର୍ତ୍ତୃହରି ମହତାବ ନିଜ ଅସନ୍ତୋଷ ଝାଡ଼ିଥିବା ବେଳେ ଆଜି ରାଜ୍ୟ ସରକାରଙ୍କ ସପକ୍ଷରେ ବାହାରିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ।

ବସ୍‌ ଟର୍ମିନାଲ ସମ୍ପର୍କରେ କିଛି ଜାଣି ନଥିବା ନେଇ ଭର୍ତ୍ତୃହରି ଗତକାଲି କହିଥିବା ବେଳେ ଦେବାଶିଷ କହିଛନ୍ତି ସରକାରୀ ଦଳର ସାଂସଦ ହୋଇ ଅବଗତ ନଥିବା କହିବା ଦୁଃଖଦାୟକ। ଏହା ତାଙ୍କ ସଂସଦୀୟ କ୍ଷେତ୍ର। ୬ ଥର ସାଂସଦ ହେଲେଣି। ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ମଧ୍ୟ ତାଙ୍କୁ ସମସ୍ତେ ମାନନ୍ତି। ଜିଲ୍ଲାପାଳ ବି ତାଙ୍କୁ ଡାକିଥିବା କହିଛନ୍ତି।

ଏଥିସହ ଦେବାଶିଷ କହିଛନ୍ତି, କଟକ ପୁରୁଣା ବସ୍‌ଷ୍ଟାଣ୍ଡର ଯାହା ଅବସ୍ଥା ହୋଇଛି ସରକାର ତାହାକୁ ଦେଖି ଏହି ନିଷ୍ପତ୍ତି ନେଇଛନ୍ତି। କଟକର ବିଭିନ୍ନ ସମସ୍ୟାକୁ ଦେଖି ଜାତୀୟ ସ୍ତରର ବସ୍‌ଷ୍ଟାଣ୍ଡ ହେଉଛି। ବସ୍‌ଷ୍ଟାଣ୍ଡ ହୋଇଗଲା ପରେ ଲୋକେ ଏହାର ଆବଶ୍ୟକତା ଅନୁଭବ କରିପାରିବେ। ଏଠାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକ ମେଡିକାଲ କଲେଜ, ହାଇକୋର୍ଟ, ପୁଲିସ୍‌ ମୁଖ୍ୟାଳୟକୁ ସହଜରେ ଯାଇପାରିବେ। ମୁଖ୍ୟମନ୍ତ୍ରୀ କଟକ ସହରରକୁ ଏକ ସୁନ୍ଦର ଭେଟି ଦେଇଥିବା ବେଳେ ଯଦି ଏହି ଭେଟିକୁ ଆମେ ସ୍ୱୀକାର କରି ନ ପାରିବା ତାହା ଦୁଃଖଦାୟକ।

ସେ ପୁଣି କହିଛନ୍ତି, ଗୁଗଲ୍‌ ମ୍ୟାପକୁ ନେଇ ସବୁକିଛି  ଚିହ୍ନଟ ହେଉଛି। ସେଥିରେ କିଛି ଭୁଲ ନାହିଁ। ଏହା କଟକ ସହରବାସୀଙ୍କ ଜାଗା। ଏହା କାହାର ବ୍ୟକ୍ତିଗତ ଜାଗା ନୁହେଁ। ଯେଉଁମାନେ ବିରୋଧ କରୁଛନ୍ତି, ସେମାନେ ସରକାରୀ ଜାଗାକୁ ଜବରଦଖଲ କରିଛନ୍ତି। ଏହା ଜବରଦଖଲକାରୀଙ୍କ କବଳରୁ ମୁକ୍ତ ହୋଇଛି। ଖାନନଗରରେ ବସ୍‌ଷ୍ଟାଣ୍ଡ ହେବ। ଭୌଗୋଳିକ ଦୃଷ୍ଟିକୋଣରୁ ପୂରା ଠିକ୍‌ ଅଛି। ଦେବାଶିଷଙ୍କ ମତ ଉପରେ ଭର୍ତ୍ତୃହରିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଯୋଗ୍ୟ, ଗତକାଲି ସାଂସଦ ଭର୍ତ୍ତୃହରି ମହତାବ  ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଏପରି ନିଷ୍ପତ୍ତି ନିଆଯିବା ପୂର୍ବରୁ ଅଧିକ ଆଲୋଚନାର ଆବଶ୍ୟକତା ଥିବା କହିଥିଲେ। ଏଥିନିମନ୍ତେ କୌଣସି ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ନ ଥିବା ବେଳେ ଗୁଗଲ୍ ମ୍ୟାପ୍ ତଥ୍ୟ ନିଆଯାଇ ଏପରି ନିଷ୍ପତ୍ତି ନିଆଯାଇଥିବା କହିଥିଲେ। ଗୁଗୁଲରେ ସରକାରୀ ଜାଗା ଚିହ୍ନଟ କରାଯାଇଥିବା ବେଳେ ବାସ୍ତବରେ ସେଠାରେ ଏକ ସେଣ୍ଟ୍ରାଲ ଲାଇବ୍ରେରି, ସରକାରୀ ସ୍କୁଲ, ସାଇମନ୍ଦିର, ଶ୍ମଶାନ, କାଳିମନ୍ଦିର ଅଛି। ତେଣୁ ଏ ସମ୍ପର୍କରେ ସ୍ଥାନୀୟ ଲୋକ ଓ ଜନ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଥିଲେ।

ଏହାବ୍ୟତୀତ ସାଂସଦ କହିଥିଲେ, ବାଦାମବାଡ଼ିକୁ ପ୍ରତିଦିନ ୧୨୦୦ ବସ୍‌ ଆସୁଥିବା ବେଳେ ଖାନନଗରରେ ଟର୍ମିନାଲ ହେଲେ ବସ୍‌ଗୁଡ଼ିକ କେଉଁ ବାଟ ଦେଇ ଆସିବ ଓ କେଉଁ ବାଟ ଦେଇ ବାହାରିବ ତାହା ମୋତେ ଜଣାନାହିଁ। ଏ ସମ୍ପର୍କରେ ମୋ ପାଖରେ କିଛି ତଥ୍ୟ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos