ପୂର୍ବତନ ସାଂସଦ ଡ. କାର୍ତ୍ତିକେଶ୍ୱର ପାତ୍ରଙ୍କ ପରଲୋକ

ଜଳେଶ୍ୱର(ଅଜିତ ଦାସ):  ବାଲେଶ୍ୱର ଜିଲ୍ଲାର ପୂର୍ବତନ ସାଂସଦ ତଥା ଭୋଗରାଇ ପୂର୍ବତନ ବିଧାୟକ  ଓ ସୁଲେଖକ ଡ. କାର୍ତ୍ତିକେଶ୍ୱର ପାତ୍ରଙ୍କର ଗତକାଲି ରାତିରେ ପରଲୋକ ଘଟିଛି‌। ଅସୁସ୍ଥତା ଯୋଗୁଁ  ତାଙ୍କୁ ଆମ୍ବୁଲାନ୍ସରେ ଭୁବନେଶ୍ୱର ନିଆଯାଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ  ଭଦ୍ରକ ନିକଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ରାଜ୍ୟରେ ଜଣେ ପ୍ରବୀଣ କଂଗ୍ରେସ ନେତା ଭାବେ ପରିଚିତ। ମିଳିଥିବା ସୂଚନା ଅନୁଯାୟୀ, ତିନି ଚାରି ଦିନ ହେବ କାର୍ତ୍ତିକେଶ୍ୱର ଜ୍ୱରରେ ପୀଡିତ ହୋଇଥିଲେ। […]

baleswar-1

Ranjit Kumar Jena
  • Published: Tuesday, 06 October 2020
  • , Updated: 06 October 2020, 12:33 PM IST

ଜଳେଶ୍ୱର(ଅଜିତ ଦାସ):  ବାଲେଶ୍ୱର ଜିଲ୍ଲାର ପୂର୍ବତନ ସାଂସଦ ତଥା ଭୋଗରାଇ ପୂର୍ବତନ ବିଧାୟକ  ଓ ସୁଲେଖକ ଡ. କାର୍ତ୍ତିକେଶ୍ୱର ପାତ୍ରଙ୍କର ଗତକାଲି ରାତିରେ ପରଲୋକ ଘଟିଛି‌। ଅସୁସ୍ଥତା ଯୋଗୁଁ  ତାଙ୍କୁ ଆମ୍ବୁଲାନ୍ସରେ ଭୁବନେଶ୍ୱର ନିଆଯାଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ  ଭଦ୍ରକ ନିକଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ରାଜ୍ୟରେ ଜଣେ ପ୍ରବୀଣ କଂଗ୍ରେସ ନେତା ଭାବେ ପରିଚିତ।

ମିଳିଥିବା ସୂଚନା ଅନୁଯାୟୀ, ତିନି ଚାରି ଦିନ ହେବ କାର୍ତ୍ତିକେଶ୍ୱର ଜ୍ୱରରେ ପୀଡିତ ହୋଇଥିଲେ। ଗତକାଲି ତାଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିଲା। ସନ୍ଧ୍ୟାରେ ସେ ଅଚାନକ ଅଧିକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଉଥିଲା। ସାଙ୍ଗରେ ତାଙ୍କ ପତ୍ନୀ ପୂର୍ବତନ ବିଧାୟିକା ଉମାରାଣୀ ପାତ୍ର ଏବଂ ଏକମାତ୍ର ପୁତ୍ର ଦେବାଶିଷ ପାତ୍ର ମଧ୍ୟ ଥିଲେ।

୧୯୪୧ ମସିହାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୁନ୍ଦରାଡୀ ଗ୍ରାମରେ ଜନ୍ମ ହୋଇଥିଲେ କାର୍ତ୍ତିକେଶ୍ୱର।  ତାଙ୍କ ମୃତ୍ୟୁରେ ସମଗ୍ର ଜିଲ୍ଲାରେ  ଶୋକର ଛାୟା ଖେଳି ଯାଇଛି। କେବଳ ରାଜନେତା ନୁହେଁ ଜଣେ ସାହିତ୍ୟିକ ଭାବେ ମଧ୍ୟ ସେ ନିଜର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି।

Related story