୪ ଅପରାଧୀ ଗିରଫ, ୪ ବନ୍ଧୁକ ଜବତ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ବଘିଆପଡ଼ା ନିକଟସ୍ଥ ଜଙ୍ଗଲରୁ ପୁଲିସ୍‌ ୪ଜଣ ଅପରାଧୀଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୪ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ପୁଲିସ୍‌ ପାଟ୍ରୋଲିଂ କରୁଥିବା ସମୟରେ ନିକଟସ୍ଥ ଜଙ୍ଗଲର କିଛି ଅପରାଧୀ ହିଂସାକାଣ୍ଡ ଘଟାଇବା ନିମନ୍ତେ ଯୋଜନା କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା। ଏହା ପରେ ପାଟ୍ରୋଲିଂ ଟିମ୍ ସେଠାରେ ଚଢ଼ାଉ କରିଥିଲା ଓ ୪ ଜଣ ଅପରାଧୀଙ୍କୁ ଗିରଫ […]

gun

Jitendra Garnayak
  • Published: Sunday, 31 March 2019
  • , Updated: 31 March 2019, 01:23 PM IST

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ବଘିଆପଡ଼ା ନିକଟସ୍ଥ ଜଙ୍ଗଲରୁ ପୁଲିସ୍‌ ୪ଜଣ ଅପରାଧୀଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୪ଟି ଦେଶୀ ବନ୍ଧୁକ ଜବତ କରାଯାଇଛି।

ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ପୁଲିସ୍‌ ପାଟ୍ରୋଲିଂ କରୁଥିବା ସମୟରେ ନିକଟସ୍ଥ ଜଙ୍ଗଲର କିଛି ଅପରାଧୀ ହିଂସାକାଣ୍ଡ ଘଟାଇବା ନିମନ୍ତେ ଯୋଜନା କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା। ଏହା ପରେ ପାଟ୍ରୋଲିଂ ଟିମ୍ ସେଠାରେ ଚଢ଼ାଉ କରିଥିଲା ଓ ୪ ଜଣ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

ଗିରଫ ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏମାନଙ୍କ ନାଁରେ ପୂର୍ବରୁ ବି ମାମଲା ରହିଛି।

Related story