ସଲାସୁତୁରାରେ ଚାଲିଛି ଶାସନ, ବିରୋଧୀ ଦଳ ନିଷ୍ପ୍ରଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରେ ନିଜ ନିଜର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ରାଜନୀତିକ ସଲାସୁତୁରା ଯୋଗୁ ରାଜ୍ୟରେ ବିରୋଧୀ ପକ୍ଷ ନିଷ୍ପ୍ରଭ ହୋଇ ପଡ଼ିଥିବା ଚର୍ଚ୍ଚା ହେଉଛି। ରାଜ୍ୟ ସ୍ୱାର୍ଥସହ ଜଡ଼ିତ କୌଣସି ଗୋଟିଏ ପ୍ରସଙ୍ଗରେ ବି ବିଜେଡି ସରକାରକୁ ଅଡ଼ୁଆରେ ପକାଇବା ଭଳି କାର୍ଯ୍ୟକ୍ରମ ହାତକୁ ନେବାରେ ମୁଖ୍ୟ ବିରୋଧୀ ଦଳ ବିଜେପି ଏପର୍ଯ୍ୟନ୍ତ ସକ୍ଷମ ହୋଇନାହିଁ। ରାଜନୀତିକ ବିଶ୍ଲେଷକଙ୍କ ମତରେ, କେନ୍ଦ୍ରରେ […]

assembly2

assembly2

Jitendra Garnayak
  • Published: Sunday, 04 August 2019
  • Updated: 04 August 2019, 10:16 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରେ ନିଜ ନିଜର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ରାଜନୀତିକ ସଲାସୁତୁରା ଯୋଗୁ ରାଜ୍ୟରେ ବିରୋଧୀ ପକ୍ଷ ନିଷ୍ପ୍ରଭ ହୋଇ ପଡ଼ିଥିବା ଚର୍ଚ୍ଚା ହେଉଛି। ରାଜ୍ୟ ସ୍ୱାର୍ଥସହ ଜଡ଼ିତ କୌଣସି ଗୋଟିଏ ପ୍ରସଙ୍ଗରେ ବି ବିଜେଡି ସରକାରକୁ ଅଡ଼ୁଆରେ ପକାଇବା ଭଳି କାର୍ଯ୍ୟକ୍ରମ ହାତକୁ ନେବାରେ ମୁଖ୍ୟ ବିରୋଧୀ ଦଳ ବିଜେପି ଏପର୍ଯ୍ୟନ୍ତ ସକ୍ଷମ ହୋଇନାହିଁ।

ରାଜନୀତିକ ବିଶ୍ଲେଷକଙ୍କ ମତରେ, କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରକୁ ଏବେ ବିଜେଡି ସବୁପ୍ରକାରର ସମର୍ଥନ କରିଆସୁଛି। ଏପଟେ ରାଜ୍ୟରେ ବିଜେଡି ସରକାରକୁ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ଅନୁରୂପ ଢଙ୍ଗରେ ସହଯୋଗ କରୁଛି। ବିଜେଡି ଓ ବିଜେପି ମଧ୍ୟରେ ଏହି ଦେଣନେଣ ଓ ସଲାସୁତୁରା ଏବେ ରାଜ୍ୟସ୍ୱାର୍ଥ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଶୀତଳ ଭଣ୍ଡାରରେ ପକାଇ ଦେଇଛି।

ରାଜ୍ୟରେ କ୍ରମାଗତ ପଞ୍ଚମପାଳିର ସରକାର ଗଠନ କରିଥିବା ବିଜେଡି ଚଳିତ ସାଧାରଣ ନିର୍ବାଚନ ପରଠୁ ନିଜସ୍ୱ ଫାଇଦା ପାଇଁ ସୁବିଧାବାଦୀ ଆଭିମୁଖ୍ୟ ଆପଣାଇ ବିଜେପିର ନିକଟତର ହେବାରେ ଲାଗିଛି। ଆଉ କେନ୍ଦ୍ରରେ ବିଜେପି ସରକାର ମଧ୍ୟ ବିଜେଡିର ଏଭଳି ଆଭିମୁଖ୍ୟରୁ ଫାଇଦା ଉଠାଇ କେତେକ ଗୁରୁତ୍ୱପୂର୍ଣ୍ଣ ବିଲକୁ ରାଜ୍ୟସଭାରେ ଗୃହୀତ କରାଇବାରେ ସକ୍ଷମ ହୋଇଛି। ଓଡ଼ିଶାରେ ବିଜେଡି ଦୁଇ ତୃତୀୟାଂଶ ବିଧାନସଭା ଆସନ ଜିଣିଥିଲେ ମଧ୍ୟ ଦଳର ପରିଚାଳନାକୁ ନେଇ ନେତାମାନଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ ଓ ବିଗତ ବର୍ଷଗୁଡ଼ିକରେ ବିଜେଡି ସରକାରର କଳାକାରନାମାକୁ ଘଣ୍ଟ ଘୋଡ଼ାଇବା ପାଇଁ ଦଳ ଏବେ ବିଜେପି ଶୀର୍ଷ ନେତୃତ୍ୱଙ୍କ ଶରଣ ପଶିଛି। ସଂସଦର ଚଳିତ ବଜେଟ୍ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ବିଲଗୁଡ଼ିକୁ ନାଟକୀୟ ଢଙ୍ଗରେ ବିଜେଡିର ସମର୍ଥନ ହିଁ କେନ୍ଦ୍ରରେ ବିଜେପି ସରକାର ପ୍ରତି ବିଜେଡିର ପରିବର୍ତ୍ତିତ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି।

ଗୁରୁତ୍ୱପୂର୍ଣ୍ଣ ଆରଟିଆଇ ସଂଶୋଧନ ବିଲ୍ , ଟ୍ରିପଲ ତଲାକ ବିଲ୍ , ଆଧାର ସଂଶୋଧନ ବିଲ, ଆନ୍ତଃ-ରାଜ୍ୟ ନଦୀବିବାଦ ସଂଶୋଧନ ବିଲ୍ , ଡ୍ୟାମ୍ ସେଫ୍ଟି ବିଲ୍ ଆଦି ସମସ୍ତ ବିଲକୁ ବିଜେଡି ସଂସଦରେ ସମର୍ଥନ କରିଛି। ଟ୍ରିପଲ ତଲାକ୍ ବିଲ ଓ ଆରଟିଆଇ ସଂଶୋଧନ ବିଲକୁ ନେଇ ବିଜେଡି ସାଂସଦମାନଙ୍କର ଦୋମୁହାଁ ନୀତି ହିଁ ଦଳର ଦୋଷଦୁର୍ବଳତାକୁ ପଦାରେ ପକାଇ ଦେଇଛି। ଏସବୁ ବିଲକୁ ରାଜ୍ୟସଭାରେ ବିଜେଡିର ଅଯାଚିତ ସମର୍ଥନ ହିଁ ବିଜେଡିର ବାଧ୍ୟବାଧକତାର ପ୍ରମାଣ ଦେଇଛି। ସାଧାରଣ ନିର୍ବାଚନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭ଦିନିଆ ଦିଲ୍ଲୀ ରହଣି ସମୟରେ ଘଟିଥିବା କେତେକ ଘଟଣା ହିଁ ଏବେ ବିଜେଡିକୁ ଉପରେ ପଡ଼ି ନରେନ୍ଦ୍ର ମୋଦି ସରକାର ପ୍ରତି ପ୍ରେମ ଦେଖାଇବାକୁ ବାଧ୍ୟ କରୁଛି।

ଅନ୍ୟପକ୍ଷରେ, କଂଗ୍ରେସକୁ ମ୍ୟାନେଜ କରି ଦୀର୍ଘଦିନ ଧରି ଶାସନ କରିଆସୁଥିବା ବିଜେଡି ଏବେ ମୁଖ୍ୟ ବିରୋଧୀ ଦଳ ବିଜେପି ସହ ରାଜ୍ୟରେ ଅଘୋଷିତ ଚୁକ୍ତି କରିବାରେ ସଫଳ ହୋଇଛି। ପୂର୍ବରୁ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ଓ ଏକାଧିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ସରକାରକୁ ଘେରିବାକୁ ଚେଷ୍ଟା କରୁଥିବା ରାଜ୍ୟ ବିଜେପି ନେତାମାନେ ଏବେ ଶାସକ ବିଜେଡି ବିରୋଧରେ ମୁହଁ ଖୋଲିବାକୁ ବି କୁଣ୍ଠାବୋଧ କରୁଛନ୍ତି। ସାଧାରଣ ନିର୍ବାଚନ ପରଠୁ କୌଣସି ଗୋଟିଏ ପ୍ରସଙ୍ଗରେ ବି ଶାସକ ବିଜେଡିକୁ ଅଡ଼ୁଆରେ ପକାଇବା ଭଳି କାର୍ଯ୍ୟକ୍ରମ ବିଜେପି କରିପାରିନି।

ରାଜ୍ୟ କଂଗ୍ରେସକୁ ମ୍ୟାନେଜ୍ କରିବାର କଳା ଜାଣିଥିବା ବିଜେଡି ପାଇଁ ଅଧିକ ସଂଖ୍ୟକ ଆସନ ଜିତିଥିବା ବିଜେପି ଏଥର ସମସ୍ୟା ସୃଷ୍ଟି କରିବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଥିଲା। ପ୍ରଥମଥର ପାଇଁ ବିଜେପି ରାଜ୍ୟରେ ୨୩ ବିଧାୟକଙ୍କ ସହ ମୁଖ୍ୟବିରୋଧୀ ଦଳ ହୋଇଥିଲେ ମଧ୍ୟ ବିଜେଡିକୁ ଅଡ଼ୁଆରେ ପକାଇବା କ୍ଷେତ୍ରରେ ପଛଘୁଞ୍ଚା ଦେଇଛି। ଚାଷୀ ଆତ୍ମହତ୍ୟା, ମରୁଡ଼ି ସମସ୍ୟା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଭଦ୍ରକ ମଦମୃତ୍ୟୁ, ପାଟକୁରା ନିର୍ବାଚନରେ ବ୍ୟାପକ ଅନିୟମିତତା ସହ ପୁରୁଣା ପ୍ରସଙ୍ଗ ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ପରିଚାଳନା, ହକି ବିଶ୍ୱକପ୍ ଆୟୋଜନରେ ଅନିୟମିତତା ଅଭିଯୋଗ, ଆଞ୍ଚଳିକ ବୈଷମ୍ୟ ଦୂର, ରାଜ୍ୟରେ ପିସି କାରବାର ବୃଦ୍ଧି ଆଦି ପ୍ରସଙ୍ଗ ଉପରେ ରାଜ୍ୟ ବିଜେପି ନିରବ ରହିଛି ।

ବିଭିନ୍ନ କାରଣ ଯୋଗୁ ରାଜ୍ୟରେ ବିରୋଧୀ ଦଳ ମେରୁଦଣ୍ଡବିହୀନ ହୋଇପଡ଼ିଥିବାରୁ ଶାସକ ବିଜେଡି ଆଶ୍ଵସ୍ତ ଏବଂ ବିପଦମୁକ୍ତ ରହିଛି। କିନ୍ତୁ ଏଭଳି ସ୍ଥିତିରେ ଓଡ଼ିଶାର ସ୍ୱାର୍ଥ ବିଜଡ଼ିତ ଅନେକ ପ୍ରସଙ୍ଗ ଗୁରୁତ୍ୱହୀନ ହେବା ସଙ୍ଗେସଙ୍ଗେ ବିଜେଡିର ନାନା କଳା କାରନାମା ସବୁଦିନ ପାଇଁ ଲୁଚିଯିବାକୁ ବସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story