୨୦ରୁ ସ୍ୱାଭାବିକ ହେବ ସରକାରୀ ଅଫିସ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ନିମନ୍ତେ ଦେଶବ୍ୟାପୀ ମଇ ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଲାଗୁ ଥିଲେ ମଧ୍ୟ ଚଳିତମାସ ୨୦ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଅଫିସ୍ କାର୍ଯ୍ୟକ୍ଷମ ହେବ। ରାଜ୍ୟ ସରକାର ସମସ୍ତ ବିଭାଗ ମଧ୍ୟରୁ ୧୧ଟିକୁ କ୍ରିଟିକାଲ ଓ ଅନ୍ୟ ସମସ୍ତ ବିଭାଗକୁ ଆଂଶିକ କ୍ରିଟିକାଲ ବର୍ଗର ଚିହ୍ନଟ କରି ଅଫିସ୍ କାର୍ଯ୍ୟକୁ ଏପ୍ରିଲ ୨୦ରୁ ସ୍ୱାଭାବିକ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସାଧାରଣ ପ୍ରଶାସନ ବିଭାଗ […]

office

office

Manoranjan Sial
  • Published: Friday, 17 April 2020
  • Updated: 17 April 2020, 06:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ନିମନ୍ତେ ଦେଶବ୍ୟାପୀ ମଇ ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଲାଗୁ ଥିଲେ ମଧ୍ୟ ଚଳିତମାସ ୨୦ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଅଫିସ୍ କାର୍ଯ୍ୟକ୍ଷମ ହେବ। ରାଜ୍ୟ ସରକାର ସମସ୍ତ ବିଭାଗ ମଧ୍ୟରୁ ୧୧ଟିକୁ କ୍ରିଟିକାଲ ଓ ଅନ୍ୟ ସମସ୍ତ ବିଭାଗକୁ ଆଂଶିକ କ୍ରିଟିକାଲ ବର୍ଗର ଚିହ୍ନଟ କରି ଅଫିସ୍ କାର୍ଯ୍ୟକୁ ଏପ୍ରିଲ ୨୦ରୁ ସ୍ୱାଭାବିକ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହେବା ସହ ପୂର୍ବରୁ ଏ ସଂକ୍ରାନ୍ତରେ ଜାରି ହୋଇଥିବା ସମସ୍ତ ନିର୍ଦ୍ଦେଶକୁ ରଦ୍ଦ କରାଯାଇଛି। ଏପ୍ରିଲ ୨୦ରୁ ମଇ ୩ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ବିଭାଗ ଓ ସରକାରୀ ଅଫିସଗୁଡ଼ିକ ୨୦ତାରିଖରୁ କିଭଳି କାର୍ଯ୍ୟକ୍ଷମ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ କଟକଣା ମଧ୍ୟ ଜାରି ହୋଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଲକଡାଉନ୍ ଅବଧି ମଇ ୩ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିବାବେଳେ ୧୧ଟି ବିଭାଗକୁ କ୍ରିଟିକାଲ ବର୍ଗ ଭାବେ ଚିହ୍ନଟ କରି ଅନ୍ୟ ସମସ୍ତ ବିଭାଗକୁ ଆଂଶିକ କ୍ରିଟିକାଲ ବର୍ଗରେ ବର୍ଗୀକୃତ କରିଛନ୍ତି। ପୂର୍ବରୁ ଯେଉଁ ୧୧ଟି ବିଭାଗକୁ କ୍ରିଟିକାଲ ଭାବେ ଚିହ୍ନଟ କରାଯାଇଥିଲା ସେହି ବିଭାଗଗୁଡ଼ିକର ସମସ୍ତ ଗ୍ରୁପ୍‌-ଏ ବର୍ଗର ଅଫିସରମାନେ ନିଶ୍ଚିତ ଭାବେ ଅଫିସ୍ ଆସିବେ। ତେବେ ଏହି ବିଭାଗଗୁଡ଼ିକରେ କାର୍ଯ୍ୟରତ ଗ୍ରୁପ୍‌-ବି, ସି, ଡି ଅଧିକାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ଅଫିସ୍ ଆସିବେ। ସେମାନେ ରୋଷ୍ଟର ବେସିସରେ ଅଫିସ ଆସିବେ । ସେହିପରି ଫିଲଡ୍ ଅଫିସରମାନଙ୍କ କାର୍ଯ୍ୟ ସମ୍ପର୍କରେ ପ୍ରଶାସନିକ ବିଭାଗର ମୁଖ୍ୟମାନେ ଆବଶ୍ୟକ ନିଷ୍ପତ୍ତି ନେବେ। ଏହି ୧୧ଟି କ୍ରିଟିକାଲ ବର୍ଗର ବିଭାଗ ହେଲା- ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ, ସାଧାରଣ ପ୍ରଶାସନ, ଗୃହନିର୍ମାଣ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ୱରାଷ୍ଟ୍ର ବିଭାଗ, ଏସଆରସି ଓ ଓସଡମା ସମେତ କୃଷି ଓ କୃଷକ କଲ୍ୟାଣ, ସମବାୟ, ମତ୍ସ୍ୟ ଓ ପଶୁପାଳନ, ଶ୍ରମ ଓ ଇଏସଆଇ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ।

ଏହି ବିଭାଗଗୁଡ଼ିକୁ ବାଦ୍ ଦେଲେ ଅନ୍ୟ ସମସ୍ତ ବିଭାଗକୁ ଆଂଶିକ କ୍ରିଟିକାଲ ଭାବେ ବର୍ଗୀକୃତ କରାଯାଇଛି। ଏହି ବିଭାଗଗୁଡ଼ିକର ଗ୍ରୁପ-ଏ ଅଫିସରମାନେ ନିଶ୍ଚିତ ଭାବେ ଅଫିସ୍ ଆସିବେ। ତେବେ ଗ୍ରୁପ୍‌-ବି,ସି,ଡି ବର୍ଗର ଅଧିକାରୀଙ୍କ ମଧ୍ୟରୁ ୩୩ ପ୍ରତିଶତ କର୍ମଚାରୀ ରୋଷ୍ଟର ବେସିସରେ ଅଫିସ୍ ଆସିବେ। ଏସବୁ ବିଭାଗ ଅଧୀନରେ ଥିବା ଫିଲଡ୍ ଅଫିସରମାନଙ୍କ କାର୍ଯ୍ୟ ସମ୍ପର୍କରେ ସେମାନଙ୍କ ପ୍ରଶାସନିକ ବିଭାଗର ମୁଖ୍ୟମାନେ ଆବଶ୍ୟକ ନିଷ୍ପତ୍ତି ନେବେ।

ସୂଚନାଯୋଗ୍ୟ କୋଭିଡ୍‌-୧୯ ଭାଇରସ୍ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଇ ଲକଡାଉନ୍ ଘୋଷଣା ହେବାପରେ ସରକାରୀ ଅଫିସ ଖୋଲିବା ଉପରେ କଟକଣା ଜାରି କରିଥିଲେ। ଗତ ୪ଦିନ ପୂର୍ବରୁ ରାଜ୍ୟ ସରକାର କୃଷି କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ କ୍ରିଟିକାଲ ବର୍ଗରେ ଆଉ ୫ଟି ବିଭାଗକୁ ସାମିଲ କରି ମୋଟ ୧୧ଟି ବିଭାଗକୁ ଚିହ୍ନଟ କରିଥିବାବେଳେ ୧୨ଟି ବିଭାଗ ଓ ଗୋଟିଏ ପ୍ରତିଷ୍ଠାନକୁ ଆଂଶିକ କ୍ରିଟିକାଲ ଓ ୧୭ଟି ବିଭାଗକୁ ଅଣ କ୍ରିଟିକାଲ ଭାବେ ବର୍ଗୀକୃତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story