ଦେହ ଅଧା, ଦମ୍ଭ ଅସୁମାରି

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଦେହ ଅଧା, ହେଲେ ଦମ୍ଭ ଅସୁମାରି।  ଅଣ୍ଟା ତଳକୁ ଗୋଡ଼ ନାହିଁ କିନ୍ତୁ ମନରେ, ସଫଳତାର ଶିଖର ଛୁଇଁବାର ଇଚ୍ଛା। ଯେଉଁ ଶରୀର କୌଣସି ଦୁଃସ୍ୱପ୍ନଠୁ କମ୍ ନୁହେଁ, ସେଇ ଶରୀରକୁ ନେଇ ସ୍ୱପ୍ନ ପୂର୍ତ୍ତିର ସଂଘର୍ଷ। ଇଏ ହେଉଛନ୍ତି ହ୍ୱିଲ୍ ଚେୟାର୍ ବଡି ବିଲ୍ଡର୍ ଗଦାଧର ସାହୁ।  ୨୦୧୬ର ମିଷ୍ଟର୍ ଓଡ଼ିଶା ଓ ଚଳିତ ବର୍ଷର ଗଞ୍ଜାମ ଶ୍ରୀ ହୋଇଛନ୍ତି ଶେରଗଡ଼ ନରେନ୍ଦ୍ରପୁରର ଗଦାଧର। ତାଙ୍କର ଜୀବନ କାହାଣୀ ବି, କୌଣସି […]

gadha dhara sahoo 2

gadha dhara sahoo 2

Subhransu Sekhar
  • Published: Friday, 28 February 2020
  • Updated: 28 February 2020, 08:36 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଦେହ ଅଧା, ହେଲେ ଦମ୍ଭ ଅସୁମାରି।  ଅଣ୍ଟା ତଳକୁ ଗୋଡ଼ ନାହିଁ କିନ୍ତୁ ମନରେ, ସଫଳତାର ଶିଖର ଛୁଇଁବାର ଇଚ୍ଛା। ଯେଉଁ ଶରୀର କୌଣସି ଦୁଃସ୍ୱପ୍ନଠୁ କମ୍ ନୁହେଁ, ସେଇ ଶରୀରକୁ ନେଇ ସ୍ୱପ୍ନ ପୂର୍ତ୍ତିର ସଂଘର୍ଷ। ଇଏ ହେଉଛନ୍ତି ହ୍ୱିଲ୍ ଚେୟାର୍ ବଡି ବିଲ୍ଡର୍ ଗଦାଧର ସାହୁ।  ୨୦୧୬ର ମିଷ୍ଟର୍ ଓଡ଼ିଶା ଓ ଚଳିତ ବର୍ଷର ଗଞ୍ଜାମ ଶ୍ରୀ ହୋଇଛନ୍ତି ଶେରଗଡ଼ ନରେନ୍ଦ୍ରପୁରର ଗଦାଧର। ତାଙ୍କର ଜୀବନ କାହାଣୀ ବି, କୌଣସି ସିନେମାର କାହାଣୀ ଠୁ କମ୍ ନୁହେଁ।

ସପ୍ତମରେ ପଢ଼ୁଥିବା ବେଳେ ଭାଇଙ୍କ ପାଖକୁ ଗୁଜରାଟ ଯାଇଥିଲେ ଗଦାଧର। ହେଲେ ଟ୍ରେନରୁ ଖସି ନିଜର ଦୁଇଟି ଯାକ ଗୋଡ଼ ହରାଇଲେ। ତାଙ୍କୁ ମୃତ ଭାବି ଶ୍ମଶାନ ବି ନେଇସାରିଥିଲା ରେଲ୍ଓ୍ୱେ ପୁଲିସ୍।  ହେଲେ ସେଠାରେ ଗଦାଧର ବଞ୍ଚିଥିବା ଜଣାପଡ଼ିଥିଲା। ଏଭଳି ଦୁର୍ଯୋଗ ପରେ ପରେ, ନିଜ ବାପା ମାଆଙ୍କୁ ବି ହରାଇଲେ ଗଦାଧର। ହେଲେ ଦୃଢ଼ ଇଚ୍ଛାଶକ୍ତିକୁ ପୁଞ୍ଜି କରି ଭାଇ ଭାଉଜଙ୍କ ସହାୟତାରେ ଯୁକ୍ତ ୩ ସାରି, ଗଦାଧର ଲାଗି ପଡ଼ିଛନ୍ତି ବଡି ବିଲ୍ଡିଂ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ।

ଭାରତର ପ୍ରଥମ ହ୍ୱିଲ୍ ଚେୟାର୍ ବଡି ବିଲ୍ଡର୍ ଆନନ୍ଦ୍ ଆର୍ନଲ୍ଡଙ୍କୁ ମନରେ ଗୁରୁ ବୋଲି ଭାବି ନିୟମିତ ବ୍ୟାୟାମ କସରତ ଜାରି ରଖିଛନ୍ତି ଗଦାଧର। ଆଗକୁ ବଢ଼ିବାକୁ ପ୍ରଚୁର ସ୍ୱପ୍ନ ଥିଲେ ବି, ବାଧା ସାଜିଛି ଅର୍ଥାଭାବ। ଭତ୍ତା ମିଳୁଥିଲେ ବି ସେତକ ଅଣ୍ଟୁନଥିବାରୁ ଦିନରେ ଜିମରେ କସରତ୍। ଆଉ ଏହାପରେ ତାଙ୍କୁ ନିଜ ଫାଷ୍ଟ୍ ଫୁଡ୍ ଦୋକାନ ଚଳାଇବାକୁ ପଡ଼ୁଛି।  ତେଣୁ କିଛି ସରକାରୀ ସହାୟତା ଅପେକ୍ଷାରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ଏହି ଯୁବ ପ୍ରତିଭା।

ମନ ଦୃଢ଼ ଥିଲେ, ଶରୀର ତୁଚ୍ଛ  କିଛି କରି ଦେଖାଇବାର ଝୁଙ୍କ୍ ବେଳେ ବେଳେ ମଣିଷକୁ ଏଭଳି ସାମର୍ଥ୍ୟ ଦିଏ। ଯାହା ମାନବ ସମାଜକୁ ଖାଲି ଚକିତ କରେନି, ଅନେକଙ୍କୁ ପ୍ରେରଣା ବି ଦିଏ। ଶରୀର, ସାମର୍ଥ ସବୁ ଥାଉ ଥାଉ, ସାମାନ୍ୟ ଘଟଣାରେ ଭାଙ୍ଗି ପଡ଼ୁଥିବା ଯୁବଗୋଷ୍ଠୀଙ୍କ ପାଇଁ ଏହିଭଳି ଜଣେ ପଥ ପ୍ରଦର୍ଶକ ସାଜିଛନ୍ତି ଗଦାଧର ସାହୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos