ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>[vc_row][vc_column][vc_video link=": ବେଆଇନ ଭାବେ ଗଣଶିକ୍ଷକଙ୍କ ଦରମା କାଟିବାକୁ ବିରୋଧ। ପ୍ରତିବାଦରେ ଗଣଶିକ୍ଷକ ମହାସଂଘ ବାଲେଶ୍ୱର ଶାଖା ତରଫରୁ ଡିପିସି ଅଫିସ ଆଗରେ ଧାରଣା ଦିଆଯାଇଛି। ରାଜ୍ୟ ସଭାପତି ଶରତ ନାୟକ ଓ ଜିଲା ସମ୍ପାଦକ ଗଙ୍ଗା ନାରାୟଣ ପାଢୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ଜିଲ୍ଲାର ଶତାଧିକ ଗଣଶିକ୍ଷକ ସାମିଲ ହୋଇଛନ୍ତି।</p> <p>ଅଭିଯୋଗ ଅନୁସାରେ ସଦର ବ୍ଲକ୍‌ରେ ନିଯୁକ୍ତି ପାଇଥିବା ଶିକ୍ଷକମାନେ ୧୨ହଜାରୁ ୧୪ହଜାର ଟଙ୍କା ଦରମା ପାଉଛନ୍ତି। ତେବେ ସେମାନଙ୍କ ଦରମାରୁ ୧୦ହଜାର ଟଙ୍କା କାଟି ନିଆଯାଉଛି। ୨୦୧୧ ରୁ ୨୦୧୩ ମସିହା ମଧ୍ୟରେ ବକେୟା ଥିବା ଦରମାକୁ ସରକାର ଏରିୟର ଭାବେ ସେମାନଙ୍କୁ ପ୍ରଦାନ କରିଥିଲେ। ୨୦୧୩ ମସିହାରେ ଏହି ଟଙ୍କା ଦିଆଯାଇଥିଲା। ହେଲେ ହଠାତ୍ ପୁଣି ସେହି ଟଙ୍କାକୁ କିସ୍ତି ଆକାରରେ ଫେରସ୍ତ ନେଉଥିବାରୁ ଗଣ ଶିକ୍ଷକମାନେ ବିରୋଧ କରିଛନ୍ତି। ଟଙ୍କା କାଟିବା ବନ୍ଦ କରିବା ସହିତ କଟା ଯାଇଥିବା ଟଙ୍କା ଫେରସ୍ତ କରା ନ ଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ଧମକ ଦେଇଛି।[/vc_column_text][/vc_column][/vc_row]</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।