ମହାମାରୀ ‘କରୋନା’ ମୃତ୍ୟୁ ପଞ୍ଝାରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିପଦରେ ଗଞ୍ଜାମ। ମହାମାରୀ ‘କରୋନା’ ମୃତ୍ୟୁ ପଞ୍ଝାରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା। ଯଦିଓ ନୂଆ ଆକ୍ରାନ୍ତ ଚିହ୍ନଟ କ୍ଷେତ୍ରରେ ଜିଲ୍ଲାରେ ଡାଉନ୍‌ଓ୍ୱାର୍ଡ ଟ୍ରେଣ୍ଡ ରହିଛି। କିନ୍ତୁ ମୃତ୍ୟୁସଂଖ୍ୟା ବଢି ବଢି ଚାଲିଛି। ଆଜି ରାଜ୍ୟରେ ମୃତ୍ୟୁ ବରଣ କରିଥିବା ୧୩ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୬ ଜଣ ଅଛନ୍ତି। କରୋନା ମୃତ୍ୟୁ ହାର ଅଧିକ ଥିବାରୁ କେନ୍ଦ୍ର ସରକାର ମଧ୍ୟ ଉଦ୍‌ବେଗକ ପ୍ରକାଶ କରିଛନ୍ତି। ଦେଶର ୮ଟି ରାଜ୍ୟର ୧୩ଟି ଜିଲ୍ଲାରେ କରୋନା ମୃତ୍ୟୁ […]

ganjam

ganjam

Manoranjan Sial
  • Published: Sunday, 09 August 2020
  • Updated: 09 August 2020, 08:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିପଦରେ ଗଞ୍ଜାମ। ମହାମାରୀ ‘କରୋନା’ ମୃତ୍ୟୁ ପଞ୍ଝାରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା। ଯଦିଓ ନୂଆ ଆକ୍ରାନ୍ତ ଚିହ୍ନଟ କ୍ଷେତ୍ରରେ ଜିଲ୍ଲାରେ ଡାଉନ୍‌ଓ୍ୱାର୍ଡ ଟ୍ରେଣ୍ଡ ରହିଛି। କିନ୍ତୁ ମୃତ୍ୟୁସଂଖ୍ୟା ବଢି ବଢି ଚାଲିଛି। ଆଜି ରାଜ୍ୟରେ ମୃତ୍ୟୁ ବରଣ କରିଥିବା ୧୩ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୬ ଜଣ ଅଛନ୍ତି। କରୋନା ମୃତ୍ୟୁ ହାର ଅଧିକ ଥିବାରୁ କେନ୍ଦ୍ର ସରକାର ମଧ୍ୟ ଉଦ୍‌ବେଗକ ପ୍ରକାଶ କରିଛନ୍ତି। ଦେଶର ୮ଟି ରାଜ୍ୟର ୧୩ଟି ଜିଲ୍ଲାରେ କରୋନା ମୃତ୍ୟୁ ହାର ଜାତୀୟସ୍ତରଠାରୁ ଅଧିକ ରହିଛି। ଏହି ଜିଲ୍ଲାମାନଙ୍କ ଭିତରେ ରହିଛି ଗଞ୍ଜାମ। ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓ ରାଜ୍ୟ ପ୍ରତିନିଧିମାନଙ୍କ ସହ ଆଲୋଚାନ ବେଳେ ଏହି ଉଦ୍‌ବେଗଜନକ ତଥ୍ୟ ସାମ୍ନାନକୁ ଅସିଛି। ରାଜ୍ୟରେ ଏଯାଏଁ ୨୭୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମରୁ ଅଛନ୍ତି ୧୩୧। ସେହିପରି ଜିଲ୍ଲାରୁ ସର୍ବାଧିକ ୧୨ ହଜାର ୮୫୫  ପଜିଟିଭ ଚିହ୍ନଟ ହୋଇଛନ୍ତି। ଏପଟେ କମ୍‌ ସଂଖ୍ୟକ ଟେଷ୍ଟ ଓ ବିଳମ୍ବରେ ରିପୋର୍ଟ ଆସିବା, ଏବେ ଠିକ ସମୟରେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଉନଥିବାରୁ ମୃତ୍ୟୁହାର ଅଧିକ ଥିବା କୁହଯାଉଛି। ମୃତ୍ୟୁହାର ହ୍ରାସ ଲାଗି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିୁବାକୁ କେନ୍ଦ୍ର ପରାମର୍ଶ ଦେଇଛି।

ଏପଟେ କିଛି ଦିନ ହେଲା ପଜିଟିଭ୍‌ ଚିହ୍ନଟ କ୍ଷେତ୍ରରେ ଗଞ୍ଜାମକୁ ବଳି ଯାଇଛି ଖୋର୍ଦ୍ଧା ଜିଲ୍ଲା। ଆଜିର ଦୁଇ ଜଣଙ୍କୁ ମିଶାଇ ଜିଲ୍ଲାରେ ଏଯାଏଁ ୩୫ ଜଣଙ୍କ ଜୀବନ ଗଲାଣି। ସେହିପରି ଆଜି ରାଜ୍ୟରେ ସର୍ବାଧିକ ୩୪୨ ରୋଗୀ ଖୋର୍ଦ୍ଧା ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି। ତେବେ ଚିନ୍ତା ବଢାଇଛି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ। ପରିଚାଳନାଗତ ତ୍ରୁଟିରୁ ସଂକ୍ରମଣ ବ୍ୟାପୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ସଂକ୍ରମଣ ବଢି ଚାଲିଥିଲେ ମଧ୍ୟ ଆଉ ସେମାନଙ୍କ ରିପୋର୍ଟକୁ ବିଏମ୍‌ସି ଅଣଦେଖା କରୁଥିବା ଓ୍ୱାର୍ଡ ସଚେତକମାନେ ଅଭିଯୋଗ କରିଛନ୍ତି।

ଗଞ୍ଜାମ ଜିଲ୍ଲାରେ ଉଦ୍‌ବେଗଜନକ ମୃତ୍ୟୁହାର ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ଓ କଂଗ୍ରେସ। କୋଭିଡ୍‌ ପରିଚଳାନରେ ସରକାର ସଂପୂର୍ଣ୍ଣ ଫେଲ୍‌ ମାରିଥିବା ଉଭୟ ଦଳ ଅଭିଯୋଗ କରିଛନ୍ତି।

ରାଜ୍ୟରେ ସଂକ୍ରମଣ ଥମିବାର ନାଁ ନେଉନି। ନୂଆ ପଜିଟିଭ ସଂଖ୍ୟା ଦୈନନ୍ଦିନ ଭିତ୍ତିରେ ବଢି ବଢି ଚାଲିଛି। ଆଜି ୧୭ ଶହ ୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ୍‌ ସଂଖ୍ୟା ୪୫ ହଜାର ୯୨୭କୁ ବୃଦ୍ଧି ପାଇଛି। ଟେଷ୍ଟ ବୃଦ୍ଧି ସହ ରୋଗୀଙ୍କୁ ଠିକ ସମୟରେ ହସ୍‌ପିଟାଲରେ ଭର୍ତ୍ତି କରାଯିବା ବ୍ୟବସ୍ଥା ନହେଲେ ଆଗକୁ ସ୍ଥିତି ଆହୁରି ସଂଗୀନ ହେବା ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos