ଏବେ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତାରେ ଗଞ୍ଜାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଗୃହ ଜିଲ୍ଲା ଗଞ୍ଜାମର କରୋନା ମୁକାବିଲାକୁ ରାଜ୍ୟ ସରକାର ଏବେ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। କରୋନା ସ୍ଥିତିର ମୁକାବିଲା ପାଇଁ ପୂର୍ବରୁ ୨ଜଣ ଆଇଏଏସ୍ ଓ ୫ଜଣ ବରିଷ୍ଠ ଓଏଏସଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଥିବା ରାଜ୍ୟ ସରକାର ପୁଣି ୨ଜଣ ବିଶେଷଜ୍ଞ(ଡାକ୍ତର)ଙ୍କୁ ନିୟୋଜିତ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ଗଞ୍ଜାମରେ ଗତ ୨ଦିନ ମଧ୍ୟରେ ୩ଟି […]

ganjam

ganjam

Manoranjan Sial
  • Published: Wednesday, 06 May 2020
  • Updated: 06 May 2020, 08:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଗୃହ ଜିଲ୍ଲା ଗଞ୍ଜାମର କରୋନା ମୁକାବିଲାକୁ ରାଜ୍ୟ ସରକାର ଏବେ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। କରୋନା ସ୍ଥିତିର ମୁକାବିଲା ପାଇଁ ପୂର୍ବରୁ ୨ଜଣ ଆଇଏଏସ୍ ଓ ୫ଜଣ ବରିଷ୍ଠ ଓଏଏସଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଥିବା ରାଜ୍ୟ ସରକାର ପୁଣି ୨ଜଣ ବିଶେଷଜ୍ଞ(ଡାକ୍ତର)ଙ୍କୁ ନିୟୋଜିତ କରିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ଗଞ୍ଜାମରେ ଗତ ୨ଦିନ ମଧ୍ୟରେ ୩ଟି ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଜିଲ୍ଲାରେ ରୋଗ ନିରୀକ୍ଷଣ, ସଂକ୍ରମଣ ପ୍ରତିରୋଧ ପଦକ୍ଷେପ ସମ୍ପର୍କରେ ତଦାରଖ ନିମନ୍ତେ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଓ ଭୁବନେଶ୍ୱର ଆରଏମଆରସି ବୈଜ୍ଞାନିକ ଡଃ ଜୟସିଂହ ଖତ୍ରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି। ଏହା ବ୍ୟତୀତ ଜିଲ୍ଲାରେ ନିରୀକ୍ଷଣ, କଣ୍ଟ୍ରାକ୍ଟ ଟ୍ରେସିଂ ଓ ଚିକିତ୍ସା ପ୍ରସ୍ତୁତିକୁ ସୁଦୃଢ଼ କରିବା ନିମନ୍ତେ ଏକ ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ଗଠନ ନିମନ୍ତେ ବ୍ରହ୍ମପୁର ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରିନ୍ସିପାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଆରଆରଟିରେ ୫ଜଣ ଡାକ୍ତର (ବିଶେଷଜ୍ଞ) ରହିବେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟର ହଟସ୍ପଟ ଜିଲ୍ଲା ଭାବେ ପରିଗଣିତ ହେଉଥିବା ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ଜଗତସିଂହପୁର ଜିଲ୍ଲାରେ ୪ଜଣ ସୁରଟ ଫେରନ୍ତାଙ୍କ କରୋନା ସଂକ୍ରମିତ ଥିବା ଯୋଗୁ ସଂକ୍ରମଣ ବଢ଼ିବାର ଆଶଙ୍କା ଦେଖାଦେଇଛି। ଅବଶ୍ୟ ଗଞ୍ଜାମ ଜିଲ୍ଲାର ସର୍ବାଧିକ ଲୋକ ସୁରଟରୁ ଫେରିବାକୁ ପଞ୍ଜିକରଣ କରିଥିବାରୁ ରାଜ୍ୟ ସରକାର ଏବେ ସଂକ୍ରମଣ ଆଶଙ୍କାରେ ଜିଲ୍ଲାରେ ଆଗୁଆ ପଦକ୍ଷେପ ନେଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos