Advertisment

ତାଙ୍କ ହାତ ବାଜିଲେ ନିର୍ଜୀବ କାଠ ବି କଥା କୁହେ, କିଏ ସେହି ଅନନ୍ୟ ବିନ୍ଧାଣୀ ଭେଟନ୍ତୁ

ବ୍ରହ୍ମପୁର (ଜଗନ୍ନାଥ ସାହୁ):) ତାଙ୍କ ହାତରେ ରହିଛି ଯାଦୁଗରୀର ସ୍ପର୍ଶ। ଆଉ ସେହି ସ୍ପର୍ଶରେ ନିର୍ଜୀବ କାଠ ବି ଜୀବନ୍ତ  ହୋଇ ଉଠେ। ଯେ କୌଣସି ପ୍ରତିମା ହେଉକି କାରୁକାର୍ଯ୍ୟ ପୂରା ଅବିକଳ ନକଲ ସେ ଗଢ଼ି ଦେଇପାରନ୍ତି କାଠରେ । ଅତି ଚମତ୍କାର ଢ଼ଙ୍ଗରେ କଳାକୃତି କରିପାରୁ ଥିବା ଏହି ଶିଲ୍ପୀ ଜଣକ ହେଉଛନ୍ତି  ଗଞ୍ଜାମ ଜିଲ୍ଲାର କଣ୍ଟେଇକୋଳି ଗାଁର ଅରୁଣ କୁମାର ସାହୁ। ବୟସ ୩୧। ନିଖୁଣ ଭାବରେ ତାଜମହଲ, ମିଶରର ପିରାମିଡ୍‌, ଓଡ଼ିଶା […]

ଅଦ୍ୟତନ ହୋଇଛି
ତାଙ୍କ ହାତ ବାଜିଲେ ନିର୍ଜୀବ କାଠ ବି କଥା କୁହେ, କିଏ ସେହି ଅନନ୍ୟ ବିନ୍ଧାଣୀ ଭେଟନ୍ତୁ

k1

Advertisment

ବ୍ରହ୍ମପୁର (ଜଗନ୍ନାଥ ସାହୁ):) ତାଙ୍କ ହାତରେ ରହିଛି ଯାଦୁଗରୀର ସ୍ପର୍ଶ। ଆଉ ସେହି ସ୍ପର୍ଶରେ ନିର୍ଜୀବ କାଠ ବି ଜୀବନ୍ତ  ହୋଇ ଉଠେ। ଯେ କୌଣସି ପ୍ରତିମା ହେଉକି କାରୁକାର୍ଯ୍ୟ ପୂରା ଅବିକଳ ନକଲ ସେ ଗଢ଼ି ଦେଇପାରନ୍ତି କାଠରେ । ଅତି ଚମତ୍କାର ଢ଼ଙ୍ଗରେ କଳାକୃତି କରିପାରୁ ଥିବା ଏହି ଶିଲ୍ପୀ ଜଣକ ହେଉଛନ୍ତି  ଗଞ୍ଜାମ ଜିଲ୍ଲାର କଣ୍ଟେଇକୋଳି ଗାଁର ଅରୁଣ କୁମାର ସାହୁ। ବୟସ ୩୧। ନିଖୁଣ ଭାବରେ ତାଜମହଲ, ମିଶରର ପିରାମିଡ୍‌, ଓଡ଼ିଶା ବିଧାନସଭା, ଇଣ୍ଡିଆ ଗେଟ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚେହେରାର ଅବିକଳ ନକଲକୁ ସେ  ଗଢ଼ି ପାରିଛନ୍ତି । ଆପଣ ଦେଖୁଥିବା କାଠର ଏହି କଳାକୃତି ସବୁ କୌଣସି କମ୍ପାନୀ ତିଆରି କଳାକୃତି ନୁହେଁ। ଗତ ୬ ବର୍ଷ ଧରି କୌଣସି ମେସିନ୍‌ ଏବଂ କମ୍ୟୁଟର ଡିଜାଇନ୍‌ର ସାହାଯ୍ୟ ନନେଇ ଛୋଟ ଛୋଟ କାଠ ଖଣ୍ଡରେ ଅରୁଣ ଏପରି କଳାକୃତି ତିଆରି କରୁଛନ୍ତି।

Advertisment

publive-image

ଅର୍ଥ ଅଭାବରୁ ୨୦୦୫ ମସିହାରୁ ଯୁକ୍ତ ଦୁଇ ପରେ ଅରୁଣଙ୍କର ପାଠ ପଢ଼ାରେ ଡୋରି ପଡ଼ିଥିଲା। ତେଣୁ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ବାପାଙ୍କ କାଠ କାମରେ ଲାଗି ପଡ଼ିଥିଲେ ଅରୁଣ। ଆଉ ନିଜ ବୁଦ୍ଧି ଖର୍ଚ୍ଚ କରି ୧ ବର୍ଷ ମଧ୍ୟରେ ତିଆରି କରିଥିଲେ କାଠର ତାଜମହଲ। ସେବେଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି ସେ।

ଆଗକୁ କାଠରେ କୋଣାର୍କ ମନ୍ଦିର ଓ ଭାରତର ପାର୍ଲିଆମେଣ୍ଟ ତିଆରି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଅରୁଣ। ଗୋଟିଏ ପରେ ଗୋଟିଏ କଳାକୃତି କରି ପ୍ରଶଂସାର ପାତ୍ର ହୋଇଥିଲେ ବି ଅରୁଣଙ୍କୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳିପାରିନାହିଁ। ଯଦି ଅରୁଣଙ୍କୁ ସରକାରୀ କିମ୍ବା ବେସରକାରୀ ସ୍ତରରେ କୌଣସି ପ୍ରୋତ୍ସାହନ ମିଳେ ତେବେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇବା ସହ ରାଜ୍ୟ ତଥା ଦେଶବିଦେଶରେ ନାଁ କମାଇବେ ବୋଲି ଅରୁଣ ଆଶା ରଖିଛନ୍ତି। ସରକାରଙ୍କ ସହାୟତା ନମିଳିଲେ ଅରୁଣଙ୍କ ପରି ବଣମଲ୍ଲୀ ବଣରେ ରହିଯିବ ବୋଲି ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe