ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲା ପାନପୋଷ ଛକ ନିକଟ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ଏକ ସେଲୁନରେ ଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ଘଟିଛି। ଏଥିରେ ଦୁଇଜଣ ଆହତ ହୋଇଛନ୍ତି । ସେଲୁନ ମାଲିକ ଚନ୍ଦନ ଠାକୁରଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଇଥିବା ବେଳେ ଗୁରୁତର ଆହତ ପାଖ ଦୋକାନୀ ଗୋବିନ୍ଦଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେଲୁନ ମାଲିକ ଚନ୍ଦନଙ୍କ କହିବା ଅନୁଯାୟୀ ସେ ବେଦବ୍ୟାସରୁ ଗ୍ୟାସ ଭରି ଦୋକାନରେ ରଖିଥିଲେ। ଘରକୁ […]

4578

4578

Tapas Behera
  • Published: Monday, 18 November 2019
  • Updated: 18 November 2019, 04:54 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲା ପାନପୋଷ ଛକ ନିକଟ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ଏକ ସେଲୁନରେ ଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ଘଟିଛି। ଏଥିରେ ଦୁଇଜଣ ଆହତ ହୋଇଛନ୍ତି । ସେଲୁନ ମାଲିକ ଚନ୍ଦନ ଠାକୁରଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଇଥିବା ବେଳେ ଗୁରୁତର ଆହତ ପାଖ ଦୋକାନୀ ଗୋବିନ୍ଦଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ସେଲୁନ ମାଲିକ ଚନ୍ଦନଙ୍କ କହିବା ଅନୁଯାୟୀ ସେ ବେଦବ୍ୟାସରୁ ଗ୍ୟାସ ଭରି ଦୋକାନରେ ରଖିଥିଲେ। ଘରକୁ ନେବା ଲାଗି ସେ ଏହି ଟାଙ୍କିକୁ ନିଜ ଦୋକାନରେ ରଖିଥିଲେ। କିନ୍ତୁ ହଠାତ ଟାଙ୍କିରେ ନିଆଁ ଲାଗିଯିବାରୁ ସେ ଟାଙ୍କିଟିକୁ ବାହାରକୁ ଫୋପାଡ଼ି ଦେଇଥିଲେ ।

ବାହାରେ ଟାଙ୍କି ଫାଟି ଯିବାରୁ ପାଖ ଦୋକାନୀ ଗୁରୁତର ଆହତ ହୋଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ ଲୋକମାନେ ଗୋବିନ୍ଦକୁ ଆଣି ହସ୍ପିଟାଲ ରେ ଭର୍ତ୍ତି କରାଇଥିବା ବେଳେ ସେଲୁନ ମାଲିକ ଚନ୍ଦନକୁ ପୋଲିସ ଆଣି ହସ୍ପିଟାଲରେ ଭର୍ତ୍ତି କରିଛି । ଅଗ୍ନି କାଣ୍ଡର କାରଣ ଜଣା ପଡ଼ିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos