କରୋନା ଡର; କିଣାକିଣି କରିବାକୁ ବଜାରରେ ଭିଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ମୁକାବିଲା ନିମନ୍ତେ ରାଜ୍ୟ ସରକାର ଠୋସ୍‌ ପଦକ୍ଷେପ ଗ୍ରହଣ କରୁଥିବା ସତ୍ତ୍ୱେ ଲୋକଙ୍କ ମନରୁ ଡର ଯାଉନି। ଆଗକୁ ସ୍ଥିତି ଖରାପ ହେବା ଆଶଙ୍କାରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଦୋକାନରେ ଗହଳି ଦେଖିବାକୁ ମିଳୁଛି। ବଜାରରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସହ ଏହାର କଳାବଜାରୀ ରୋକିବାକୁ ସରକାର କଡ଼ା ପଦକ୍ଷେପ ନେଉଥିବା ସତ୍ତ୍ୱେ ଲୋକଙ୍କ ମନ ବୁଝୁନି। ଗତ ରାତିରେ ରାଜଧାନୀର କିଛି ଅଞ୍ଚଳରେ ଲୋକେ ପରିବା, ଗ୍ରୋସରୀ […]

market-2-1

market-2-1

Niharika Rout
  • Published: Tuesday, 17 March 2020
  • Updated: 17 March 2020, 09:58 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ମୁକାବିଲା ନିମନ୍ତେ ରାଜ୍ୟ ସରକାର ଠୋସ୍‌ ପଦକ୍ଷେପ ଗ୍ରହଣ କରୁଥିବା ସତ୍ତ୍ୱେ ଲୋକଙ୍କ ମନରୁ ଡର ଯାଉନି। ଆଗକୁ ସ୍ଥିତି ଖରାପ ହେବା ଆଶଙ୍କାରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଦୋକାନରେ ଗହଳି ଦେଖିବାକୁ ମିଳୁଛି। ବଜାରରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସହ ଏହାର କଳାବଜାରୀ ରୋକିବାକୁ ସରକାର କଡ଼ା ପଦକ୍ଷେପ ନେଉଥିବା ସତ୍ତ୍ୱେ ଲୋକଙ୍କ ମନ ବୁଝୁନି।

ଗତ ରାତିରେ ରାଜଧାନୀର କିଛି ଅଞ୍ଚଳରେ ଲୋକେ ପରିବା, ଗ୍ରୋସରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଦୋକାନରେ  ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା। ଦୋକାନରେ ଅଯଥା ଗହଳି ସୃଷ୍ଟି ନ କରିବା ସହ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଦୂରତା ବଜାୟ ରଖିବାକୁ ସରକାରଙ୍କ ନିର୍ଦ୍ଦେଶନାମା ସତ୍ତ୍ୱେ ଲୋକଙ୍କ ଅଯଥା ଭିଡ଼ ଦେଖିବାକୁ ମିଳୁଛି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଥିବା ଏବଂ ଆଦୌ ଭୟଭୀତ ଓ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି। ବଜାର ପୂର୍ବପରି ଖୋଲା ରହିବ ଓ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ନିର୍ଦ୍ଧାରିତ ଦରରେ ଉପଲବ୍ଧ ହେବା ବୋଲି ସରକାର ପୂର୍ବରୁ ଘୋଷଣା କରି ସାରିଛନ୍ତି। ଏହା ସତ୍ତ୍ୱେ କିଛି ଗ୍ରାହକ ଆଗୁଆ ସାମଗ୍ରୀ ମହଜୁଦ ରଖିବାକୁ ଆବଶ୍ୟକତାଠାରୁ ଅଧିକ ଜିନିଷ କିଣୁଥିବା ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos