ଦଲାଲ ମାଲେମାଲ୍, ଚାଷୀ କାଙ୍ଗାଳ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟର ଅଦା ରାଜ୍ୟ ତଥା ରାଜ୍ୟ ବାହାରେ ଆଦର ପାଇବା ସହ ଚାହିଦା ବଢ଼ିବାରେ ଲାଗିଛି। କିନ୍ତୁ ଅଦାର ଅଭାବି ବିକ୍ରି ଯୋଗୁ ଚାଷୀ କାଙ୍ଗାଳ ହୋଇ ଚାଲିଥିବା ବେଳେ ଦଲାଲ ମାଲେମାଲ୍ ହୋଇ ଚାଲିଛନ୍ତି। ଫଳରେ ଚାଷୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଚାଷୀ ଅମଳ କରୁଥିବା ଅଦାକୁ ଶାଗମାଛ ଦରରେ କିଣୁଛନ୍ତି ଆନ୍ଧ୍ର ଓ ଛତିଶଗଡର ବେପାରୀ। ଅଦାକୁ ସଂରକ୍ଷିତ ରଖିବା ନିମନ୍ତେ ସରକାର ଏହି ଜିଲ୍ଲାରେ ଚାଷୀଙ୍କ […]

gin

gin

Niranjan Mishra
  • Published: Sunday, 23 October 2022
  • Updated: 23 October 2022, 09:47 PM IST

Sports

Latest News

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟର ଅଦା ରାଜ୍ୟ ତଥା ରାଜ୍ୟ ବାହାରେ ଆଦର ପାଇବା ସହ ଚାହିଦା ବଢ଼ିବାରେ ଲାଗିଛି। କିନ୍ତୁ ଅଦାର ଅଭାବି ବିକ୍ରି ଯୋଗୁ ଚାଷୀ କାଙ୍ଗାଳ ହୋଇ ଚାଲିଥିବା ବେଳେ ଦଲାଲ ମାଲେମାଲ୍ ହୋଇ ଚାଲିଛନ୍ତି। ଫଳରେ ଚାଷୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଚାଷୀ ଅମଳ କରୁଥିବା ଅଦାକୁ ଶାଗମାଛ ଦରରେ କିଣୁଛନ୍ତି ଆନ୍ଧ୍ର ଓ ଛତିଶଗଡର ବେପାରୀ। ଅଦାକୁ ସଂରକ୍ଷିତ ରଖିବା ନିମନ୍ତେ ସରକାର ଏହି ଜିଲ୍ଲାରେ ଚାଷୀଙ୍କ ନିମନ୍ତେ ଶୀତଳଭଣ୍ଡାର ସୁବିଧା ଯୋଗାଇ ଦେଇ ନ ପାରିବା ଏହାର ମୁଖ୍ୟ କାରଣ ହୋଇଛି।

ଅଦା ଅମଳ ପରେ ଏହାକୁ ବାଧ୍ୟ ହୋଇ ବାହାର ରାଜ୍ୟର ଚାଷୀଙ୍କୁ ବିକୁଛନ୍ତି କୋରାପୁଟର ଚାଷୀ। ଅଦାକୁ ଆବଶ୍ୟକ ପ୍ରକ୍ରିୟା କରଣ କରାଯାଇ ଶୁଣ୍ଠି କରିବାର କୌଶଳ ଓ ମେସିନ୍ ଯୋଗାଇ ଦିଆଗଲେ ଚାଷୀକୁ ବେଶ ଲାଭ ମିଳିପାରନ୍ତା। ମାତ୍ର ଚାଷୀ ନିକଟରେ ଆବଶ୍ୟକ ଯନ୍ତ୍ରପାତି ଓ ସୁବିଧା ପହଞ୍ଚାଇବାରେ ସ୍ଥାନୀୟ କୃଷି ଏବଂ ଉଦ୍ୟାନ ବିଭାଗ ଦୃଷ୍ଟି ଦେଉନି।

କୋରାପୁଟର ଅଦା ଓ ଶୁଣ୍ଠିକୁ ଦେଶ, ବିଦେଶରେ ବିକ୍ରି ନିମନ୍ତେ ସରକାର ସ୍ୱତନ୍ତ୍ର ବଜାର ବ୍ୟବସ୍ଥା ମଧ୍ୟ କରିପାରନ୍ତେ। ଏହା କୋରାପୁଟର ଆଦିବାସୀଙ୍କ ଆର୍ଥିକ ଉନ୍ନତି କରିପାରନ୍ତା। ହେଲେ ସରକାର କୋରାପୁଟର ଚାଷୀ ଓ ଚାଷୀଙ୍କ ପ୍ରତି ନଜର ଅନ୍ଦାଜ କରୁଥିବା ଅଭିଯୋଗ ହୋଇଛି।

କୋରାପୁଟ ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷ ଜମିରେ ପ୍ରତିବର୍ଷ ଅଦା ଚାଷ ହୋଇଥାଏ। କୋରାପୁଟର ବନବାସୀ ତଥା ଜଙ୍ଗଲ, ପାହାଡ଼ରେ ରହୁଥିବା ଆଦିବାସୀମାନେ ଏହି ଚାଷ କରି ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି। ଦୀର୍ଘ ୫ ବର୍ଷ ଧରି ଅଦାର ଦର ରାଜ୍ୟ ଭିତରେ ୬୦ରୁ ୭୦ ଟଙ୍କା ରହିବା ପରେ ପରବର୍ତ୍ତି ତିନି ବର୍ଷ ହେବ ଏହାର ଦର ପ୍ରାୟ ୧୦ ଟଙ୍କାକୁ ଖସି ଆସିଛି।

[caption id="attachment_776007" align="aligncenter" width="650"] ଚାଷୀ ଅମଳ କରୁଛନ୍ତି ଅଦା।[/caption]

ଆୟୁର୍ବେଦରେ ଅଦାକୁ ମହୌଷଧି ବୋଲି କୁହାଯାଇଥାଏ। ଅମିଷ ହେଉକି ନିରାମିଷ, ସବୁ ଖାଦ୍ୟ ପ୍ରସ୍ତୁତି ନିମନ୍ତେ ଅଦା ଅପରିହାର୍ଯ୍ୟ। ଏହା ଖାଦ୍ୟର ସ୍ୱାଦ ଓ ଗୁଣବତା ବଢ଼ାଇଥାଏ। ଖାଦ୍ୟକୁ ଠିକ୍ ଭାବେ ହଜମ କରିବାରେ ସହାୟତା କରିଥାଏ।

କୋରାପୁଟ ଜିଲ୍ଲାର ଜଳବାୟୁ ଅଦା ଚାଷ ପାଇଁ ବେଶ ଉପଯୋଗୀ। ତେଣୁ ଉଭୟ ଖରିଫ ଓ ରବି ଋତୁରେ କୋରାପୁଟ ଜିଲ୍ଲାର ସବୁ ବ୍ଲକରେ ଅଦା ଚାଷ କରାଯାଇଥାଏ। ତେବେ କୋରାପୁଟ ଜିଲ୍ଲାର ପଟାଙ୍ଗୀ, ଲକ୍ଷ୍ମୀପୁର, ନନ୍ଦପୁର, ଲମତାପୁଟ, ନାରାୟଣପାଟଣା, ବନ୍ଧୁଗାଁ ଓ ଦଶମନ୍ତପୁରରେ ସର୍ବାଧିକ ଅଦା ଅମଳ ହୋଇଥାଏ। ଏହି ବ୍ଲକଗୁଡିକରେ ରବି ଋତୁରେ ୭୦୦ ହେକ୍ଟର ଓ ଖରିଫ ଋତୁରେ ୯୦୦ ହେକ୍ଟର ଜମିରେ ଅଦା ଚାଷ ହୋଇଥାଏ।

ଏନେଇ କୃଷକ ସଂଘ ସଭାପତି ଶରତ କୁମାର ପଟ୍ଟନାୟକ କହିଛନ୍ତି, ଗତ ଦୁଇବର୍ଷ ହେବ ଚାଷୀ ଏଭଳି ଅଭାବି ଅଦା ବିକ୍ରିର ଶିକାର ହେଉଛନ୍ତି। ଚାଷୀମାନେ ଅଦା ଚାଷରୁ ମୂଳ ଖର୍ଚ୍ଚ ମଧ୍ୟ ଉଠାଇ ପାରୁନାହାନ୍ତି। ଫଳରେ ସେମାନଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ବାହାର ବ୍ୟବସାୟୀମାନେ ଚାଷୀଙ୍କ ଠାରୁ କେଜି ପ୍ରତି ୬ରୁ ୮ ଟଙ୍କାରେ ଅଦା କିଣି ନେଇ ବାହାରେ ୮୦ରୁ ୯୦ଟଙ୍କାରେ ବିକ୍ରି କରି ଲାଭବାନ ହେଉଛନ୍ତି। ହିମାଚଳପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ପ୍ରଭୃତି ରାଜ୍ୟରେ ସ୍ଥାନୀୟ ରାଜ୍ୟ ସରକାରମାନେ ଚାଷୀଙ୍କୁ ଅଦାର ଲାଭ ଦେବା ନିମନ୍ତେ ଆବଶ୍ୟକ ପ୍ରୋସେସିଂ ମେସିନ୍ କମ୍ ଦରରେ ଯୋଗାଇ ଦେଇଛନ୍ତି। ଏହାଛଡ଼ା ଅଦାରୁ ପେଷ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ନିମନ୍ତେ ଫ୍ୟାକ୍ଟ୍ରିମାନ କରିଛନ୍ତି। ହେଲେ ଆମ ରାଜ୍ୟରେ କିମ୍ବା କୋରାପୁଟରେ ଚାଷୀଙ୍କ ନିମନ୍ତେ ସରକାର ଏଭଳି ପଦକ୍ଷେପ ନେଉନାହାନ୍ତି। ଯାହା ଚାଷୀଙ୍କ ନିମନ୍ତେ କ୍ଷତିର କାରଣ ହୋଇଛି।

ଏନେଇ ମସ୍ତିପୁଟର ଜୈବିକ ଫାର୍ମା ପ୍ରଡ୍ୟୁସର କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ସୁରେନ୍ଦ୍ର ମସ୍ତି କହିଛନ୍ତି, ଚଳିତ ବର୍ଷ କୋରାପୁଟରୁ ପ୍ରଚୁର ପରିମାଣର ଅଦା ଉତ୍ପାଦିତ ହୋଇଥିଲା। ଚାଷୀମାନେ ଏହାକୁ ସ୍ଥାନୀୟ ହାଟରେ କେଜି ପ୍ରତି ୫ଟଙ୍କାରେ ବିକ୍ରି କରୁଥିଲେ। ସେମାନଙ୍କ ଠାରୁ ୯୦ କ୍ୱିଣ୍ଟାଲ ଅଦାକୁ ୬ରୁ ୮ଟଙ୍କାରେ କିଣିବା ପରେ ଏହା ବେଙ୍ଗଲୁରୁ ନେଇ ଫାର୍ମା କମ୍ପାନୀକୁ ୮୨ ଟଙ୍କା ଦରରେ ବିକ୍ରି କରିଥିଲୁ। ଫାର୍ମା କମ୍ପାନୀମାନେ ସୁଖା ଅଦା ଦେଲେ ଅଧିକ ଦର ଦେବେ ବୋଲି କହିଥିଲେ। ତେଣୁ କିଛି ମାସ ତଳେ ପୁନଶ୍ଚ ଏଠାରୁ ଅଦା ସଂଗ୍ରହ କରି ଲୋକଙ୍କ ଜରିଆରେ ସୁଖା ଅଦା ପ୍ରସ୍ତୁତ କରାଯାଇଥିଲା। ହେଲେ ଏଥିରେ ଶ୍ରମିକ ଖର୍ଚ୍ଚ ଅଧିକ ଯାଇଥିଲା। ତେଣୁ ଏବେ ପ୍ରୋସେସିଂ ମେସିନ୍ ବସାଇ ସୁଖା ଅଦା ପ୍ରସ୍ତୁତ କରାଯାଉଛି। ଏହା ଶ୍ରମିକ ଖର୍ଚ୍ଚକୁ ୪ ଗୁଣା କମ୍ କରିଦେଇଛି। ଦିନକୁ ପ୍ରାୟ ୭୦ କ୍ୱିଣ୍ଟାଲ ଅଦା ପ୍ରୋସେସିଂ କରି ବାହାରକୁ ପଠାଇ ଦିଆଯାଉଛି। ୩୦ ଜଣ ଶ୍ରମିକଙ୍କ ସ୍ଥାନରେ ୬ ଜଣ ଏହି କାମ କରିଦେଉଛନ୍ତି। ତେଣୁ ଭଲ ଲାଭ ହେଉଛି।

ଏନେଇ କୃଷି ଅଧିକାରୀ ମହେଶ କୁମାର ପାଢୀ କହିଛନ୍ତି, ଅମଳ ସମୟରେ ଚାଷୀମାନେ କେଜି ପ୍ରତି ମାତ୍ର ୬ ଟଙ୍କାରେ ଅଦା ବିକ୍ରି କରୁଛନ୍ତି। ସେମାନଙ୍କୁ ନିକଟେ ପ୍ରୋସେସିଂ ମେସିନ୍ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅଦାରୁ ଶୁଣ୍ଠି, ଔଷଧ, ପାନୀୟ ତିଆରି ୟୁନିଟ୍ ବସାଇବାକୁ ସରକାର ପଦକ୍ଷେପ ନେଲେ ଏହା ଚାଷୀଙ୍କ ରୋଜଗାରକୁ ଦୁଇଗୁଣିତ କରିପାରନ୍ତା।

[caption id="attachment_776008" align="aligncenter" width="650"] ଅଦାକୁ ଶୁଖାଇ ପ୍ରସ୍ତୁତ କରାଯାଇଥିବା ଶୁଣ୍ଠି।[/caption]

ଓରମାସର ବରିଷ୍ଠ ଅଧିକାରୀ ରୋଶନ କାର୍ତ୍ତିକ କହିଛନ୍ତି ଯେ, ଫାର୍ମା ପ୍ରଡ୍ୟୁସର ଗ୍ରୁପ ଚାଷୀଙ୍କଠାରୁ ଅଦା କିଣୁଛି। ଏବେ ପ୍ରାୟ ୫୦ଟି ଏଭଳି ପ୍ରଡ୍ୟୁସର ଗ୍ରୁପ୍ କାମ କରୁଛନ୍ତି। ସେମାନେ ଅଦା ସଂଗ୍ରହ କରି ପ୍ରୋସେସିଂ କରିବା ପରେ ବର୍ଷକ ଭିତରେ ବାହାରକୁ ପ୍ରାୟ ୨ ମେଟ୍ରିକ ଟନ୍ ଅଦା ପଠାଉଛନ୍ତି। ଅଦାରୁ ପାନୀୟ ଓ କ୍ୟାଣ୍ଡି ପ୍ରସ୍ତୁତି କରିବାକୁ ଲୋକେ ଆଗ୍ରହି ହେଲେ ଏହା ସେମାନଙ୍କର ରୋଜଗାର ବଢ଼ାଇ ପାରନ୍ତା। ଯାହା ପରୋକ୍ଷରେ ଅଦା ଚାଷୀଙ୍କୁ ମଧ୍ୟ ଲାଭ ଦେବ।

ସୂଚନା ଥାଉକି, ଅଦା ଶୁଖିଗଲେ ଏହାକୁ ଶୁଣ୍ଠି କୁହାଯାଏ । କଞ୍ଚା ଅଦାରେ ୮୦.୯ ପ୍ରତିଶତ ଜଳ, ୨.୩ ପ୍ରତିଶତ ପ୍ରୋଟିନ୍ ଓ ୧୨.୩ ପ୍ରତିଶତ କାର୍ବୋହାଇଡ୍ରେଟ୍ ଥାଏ। ଏହା ବ୍ୟତୀତ ଅଦାରେ ଆଇରନ୍, କ୍ୟାଲ୍‌ସିୟମ୍, ଆୟୋଡିନ୍, କ୍ଲୋରିନ୍, ଖଣିଜ ଲବଣ ତ‌ଥା ଭିଟାମିନ ପର୍ଯ୍ୟାପ୍ତ ପରିମାଣରେ ଥାଏ। ବଦ‌ହଜମି, ଗ୍ୟାସ୍ ପ୍ରଭୃତି ପେଟ ରୋଗ, କାଶ ଆଦି ରୋଗରୁ ମୁକୁଳିବା ପାଇଁ ଅଦା ବ୍ୟବ‌ହାର କରାଯାଉଥାଏ।

କୋରାପୁଟର ଲକ୍ଷ୍ମୀପୁର ହଳଦୀ ଯେଉଁଭଳି ଲୋକପ୍ରିୟ ହୋଇପାରିଛି, ଏଇ ମାଟିର ଅଦାର ସେତିକି ପ୍ରଚାର ପ୍ରସାର ହୋଇପାରିନି। ଜିଲ୍ଲାରେ ଜଳସେଚନର ବିଶେଷ ସୁବିଧା ନଥିବା ମଧ୍ୟ ଚାଷବାସ ପାଇଁ ଆଉ ଏକ ବାଧକ ସାଜିଛି। ତଥାପି ଚାଷୀ ହାଡ଼ଭଙ୍ଗା ପରିଶ୍ରମ କରି କୋରାପୁଟରେ ପ୍ରଚୁର ପରିମାଣରେ ଅଦା ଅମଳ କରିବାରେ ସକ୍ଷମ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story