ଗିରିଧର ଓ ଶିଶିରଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଓ ତାଙ୍କ ପୁଅ ଶିଶିର ଗମାଙ୍ଗଙ୍କ ଇସ୍ତଫା ପ୍ରସଙ୍ଗ ଭିନ୍ନ ମୋଡ ନେଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟି ଆଲୋଚନା କରିବାକୁ ଗିରିଧର ଏବଂ ଶିଶିରଙ୍କୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ସୋନିଆଗାନ୍ଧିଙ୍କ କାର୍ଯ୍ୟଳୟ ପକ୍ଷରୁ ଗିରିଧରଙ୍କୁ ଏକ ଫ୍ୟାକ୍ସ ବାର୍ତ୍ତ ଆସିଛି। ଆସନ୍ତା ୯ କିମ୍ବା ୧୦ ତାରିଖରେ ଉଭୟ କଂଗ୍ରେସ କାର୍ଯ୍ୟାଳୟରେ ଅଧ୍ୟକ୍ଷାଙ୍କୁ ଭେଟିବାକୁ କୁହାଯାଇଛି। ସୂଚନାଯୋଗ୍ୟ ଯେ, ଗତ ମେ ୩୦ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ […]

gamang

Rakesh Mallick
  • Published: Thursday, 04 June 2015
  • , Updated: 04 June 2015, 07:24 AM IST

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଓ ତାଙ୍କ ପୁଅ ଶିଶିର ଗମାଙ୍ଗଙ୍କ ଇସ୍ତଫା ପ୍ରସଙ୍ଗ ଭିନ୍ନ ମୋଡ ନେଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟି ଆଲୋଚନା କରିବାକୁ ଗିରିଧର ଏବଂ ଶିଶିରଙ୍କୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ସୋନିଆଗାନ୍ଧିଙ୍କ କାର୍ଯ୍ୟଳୟ ପକ୍ଷରୁ ଗିରିଧରଙ୍କୁ ଏକ ଫ୍ୟାକ୍ସ ବାର୍ତ୍ତ ଆସିଛି। ଆସନ୍ତା ୯ କିମ୍ବା ୧୦ ତାରିଖରେ ଉଭୟ କଂଗ୍ରେସ କାର୍ଯ୍ୟାଳୟରେ ଅଧ୍ୟକ୍ଷାଙ୍କୁ ଭେଟିବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ମେ ୩୦ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗିରିଧର ଗମାଙ୍ଗ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳରୁ ଇସ୍ତଫା ନେଇ ଘୋଷଣା କରିଥିଲେ। ଦଳ ପକ୍ଷରୁ ତାଙ୍କୁ ଅପମାନିତ କରାଯାଇଥିବା ଦର୍ଶାଇ ସେ ଏଆଇସିସି କାର୍ଯ୍ୟାଳୟକୁ ଫ୍ୟାକ୍ସ ବର୍ତ୍ତା ପଠାଇଥିଲେ । ଏଥିରେ ଉଲ୍ଲେଖ କରିଥିଲେ ଯେ, ସେ ଦଳ ପାଇଁ ବୋଝ ହୋଇ ଯାଇଛନ୍ତି ଓ ସେଥିପାଇଁ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଆଉ କେବେ ଦଳକୁ ଫେରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

Related story